107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି

Published: Apr 28, 2020, 6:02 pm IST

ଭୁବନେଶ୍ବର : ରାଜ୍ୟର 107 ଓ 108 ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବାଲେଶ୍ବରର 107 ନମ୍ବର ଆକ୍ରାନ୍ତ ଜଣକ ଅନ୍ୟ ଜଣେ ଆକ୍ରାନ୍ତ(61 ନମ୍ବର)ଙ୍କ ପଡୋଶୀ ଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିଲେ । 22 ମାର୍ଚ୍ଚରୁ 26 ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ରହିଥିବା ବେଳେ 26 ତାରିଖରେ ନମୁନା ପଜିଟିଭ୍‌ ଆସିବାରୁ ତାଙ୍କୁ 27 ତାରିଖ ଦିନ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହିଭଳି 28 ନମ୍ବର ଆକ୍ରାନ୍ତ ମଧ୍ୟ ବାଲେଶ୍ବରର ନେଳିଆବାଗ ଅଞ୍ଚଳର 29 ବର୍ଷୀୟ ଯୁବକ ଜଣକ ଅନ୍ୟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । 79 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ପରଠାରୁ ଘରେ ରହିଥିଲେ ମଧ୍ୟ 26 ତାରିଖରେ ତାଙ୍କୁ ନମୂନା ପଜିଟିଭ୍‌ ଆସିଥିଲା । ଏହାପରେ 27 ତାରିଖରେ ତାଙ୍କୁ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related posts