ବଲାଙ୍ଗୀରରୁ 2 କରୋନା ପଜିଟିଭ୍‌ ଚିହ୍ନଟ

Published: May 1, 2020, 12:40 pm IST

ଭୁବନେଶ୍ବର : ରାଜ୍ୟରେ ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି 2ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀରର ଲେଖାରିଆ ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 145ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 22 ଏବଂ 18 ବର୍ଷ ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Related posts