ରାଜ୍ୟରେ ଆଉ 10 ପଜିଟିଭ୍‌ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା 219

Published: May 7, 2020, 7:18 pm IST

ଭୁବନେଶ୍ବର : ରାଜ୍ୟରେ ଆଉ 10 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ବାକି 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଠାବ ତିନି ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ବର, ଭିଏସଏସ୍‌ ନଗର ଏବଂ ସୁର୍ଯ୍ୟନଗର ହୋଇଥିବା ବେଳେ ବୟସ ଯଥାକ୍ରମେ 36,34 ଓ 67 ରହିଛି । ସେହିପରି ଗଞ୍ଜାମର 7 ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 219ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି ।

Related posts