Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ନିମନ୍ତେ ଆଧାର ବାଧ୍ୟତାମୂଳକ ନହେଉ
ଆଜିର ଖବର

ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ନିମନ୍ତେ ଆଧାର ବାଧ୍ୟତାମୂଳକ ନହେଉ

April 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କ ଘର ବାହୁଡା ନିମନ୍ତେ ରାଜ୍ୟ ସରକାର ଗତ 24 ତାରିଖ ଦିନ ନୋଟିସ ଜାରିକରି ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣ ନିମନ୍ତେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି। ଏଥିରେ ଅନଲାଇନ ପଞ୍ଜିକରଣ ନିମନ୍ତେ ସମସ୍ତଙ୍କ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରା ଯାଇଛି। କୋଭିଡ 19 ପାଇଁ ରାଜ୍ୟରେ ନବ ଗଠିତ ନାଗରିକ ଅନୁଷ୍ଠାନ “ସିଟିଜେନ୍ସ ଆକ୍ସନ ଗ୍ରୁପ, ଓଡିଶା” ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆଧାର ବାଧ୍ୟତାମୂଳକ କରାଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛି।

ସରକାରୀ ଆକଳନ ଅନୁସାରେ ପ୍ରାୟ 5 ଲକ୍ଷ ରାଜ୍ୟ ବାହାରେ ଥିବା ଶ୍ରମିକ ଆସିବାର ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। ଏହା ନିଶ୍ଚିନ୍ତ ଭାବରେ କୁହାଯାଇ ପାରିବ ଯେ ସେମାନଙ୍କ ମଧ୍ୟରୁ ଅନେଙ୍କ ପାଖରେ ଆଧାର କାର୍ଡ ନଥିବ। ଆମେ କହିରଖିବାକୁ ଚାହୁଁଛୁ ଯେ ସମସ୍ତେ ଏକ ମହା ବିପତ୍ତିରେ ପଡିଛନ୍ତି। ମାନବିକ ଦୃଷ୍ଟିକୋଣରୁ ଯେଉଁମାନେ ସମାଜର ଅତ୍ୟନ୍ତ ଦାରିଦ୍ର୍ୟ ଶ୍ରେଣୀର ଓ କଷ୍ଟରେ ଅଛନ୍ତି , ସେମାନଙ୍କ ପ୍ରତି ଆମେ ସମାବେଦନଶୀଳ ହେବା ଉଚିତ। ଆଧାର କାର୍ଡ ନିଷ୍ପତିକୁ ତାଙ୍କ ଉପରେ ଦେଇ ଆଧାର ବାଧ୍ୟତା ମୂଳକ କରିବା ସମ୍ପୂର୍ଣ ସମ୍ବେଦନହୀନ ଓ ମାନବିକତା ବିରୋଧୀ ହେବ। ତେଣୁ ସରକାର ଭୋଟର କାର୍ଡ ଡ୍ରାଇଭିଂ ଲାଇସେନ୍ସ ନମ୍ବର କିମ୍ବା ପଂଚାୟତର ସରପଞ୍ଚଙ୍କ ସାର୍ଟିଫିକେଟକୁ ଗ୍ରହଣ କଲେ ଭଲ ହେବ। ସେହିପରି ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବା ଅନୁଚିତ କରାଣ ଶ୍ରମିକ ଭାଇ ଭଉଣୀ ମାନେ ହୀନସ୍ତା ହେବେ ଓ ଅସୁବିଧାରେ ପଡିବେ। ରିଲିଫ ଯୋଗାଇବା ନିମନ୍ତେ ବିଭିନ୍ନ ହେଲ୍ପ ଲାଇନ, ପଂଚାୟତ କିମ୍ବା ସରକାରୀ ଅନୁଷ୍ଠାନ ଶ୍ରମିକ ମାନଙ୍କର ନାମ ପାଞ୍ଜିକରଣ କରିଛନ୍ତି ଯାହାକୁ ଏଥିପାଇଁ ଉପଯୋଗ କରାଯାଇ ପାରିବ। ଶ୍ରମିକ ମାନେ ଫେରନ୍ତା ଯାତ୍ରା ସମୟରେ ବିଭିନ୍ନ ଅଧିକାରୀ କିମ୍ବା ଗାଡି ମଟର ମାଲିକ କିମ୍ବା ଅନୁଷ୍ଠାନ ଦ୍ୱାରା ଶୋଷଣର ଶିକାର ହେବାର ସମ୍ଭାବନା ଅଛି। ସେଥିପ୍ରତି ଯତ୍ନବାନ ହେବାକୁ ପଡିବ। ବିନାପ୍ରତିବନ୍ଧକ ରେ ଯେପରି ଶ୍ରମିକମାନେ ପଞ୍ଜିକୃତ ହେବେ ଏବଂ ଘରକୁ ଫେରିବେ ତାହା ସରକାର ଦେଖିବା ଆବଶ୍ୟକ।

migrantlabour registration
Share. Facebook Twitter LinkedIn Email WhatsApp Copy Link

Related Posts

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026
Latest News

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.