Categories
ଆଜିର ଖବର ଜାତୀୟ ଖବର

ଏଣିକି କୁକୁର ପାଳିବା ମହଙ୍ଗା ହେବ : ଏନେଇ ସରକାର ଆଣୁଛନ୍ତି ନୂଆ ଯୋଜନା

ଗୌତମବୁଦ୍ଧନଗର : ସବୁଠୁ ବିଶ୍ବସ୍ତ ପ୍ରାଣୀ ହେଉଛନ୍ତି କୁକୁର । କୁକୁରକୁ ସମେସ୍ତ ଘରେ ପୋଷିବାକୁ ଭଲପାଇଥାନ୍ତି । ତେବେ ଆପଣ ଯଦି କୁକୁର ପ୍ରେମୀ ତେବେ ଜାଣି ରଖନ୍ତୁ ଏବେ କୁକୁରକୁ ପାଳିବା ବଡ ମହଙ୍ଗା ସାବ୍ୟସ୍ତ ହେବ । ଏଥିପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି । ତେବେ ଆସନ୍ତୁ ଜାଣିବା କୁକୁର ପାଇଁ କେଉଁଠି ଓ କ’ଣ ଯୋଜନା ପ୍ରସ୍ତୁତ ହୋଇଛି ।

ନୋଏଡା ପ୍ରାଧିକରଣ ଏବେ କୁକୁର ପାଳନକୁ ନେଇ ଏକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଏବେ କୁକୁର ପାଳିବା ପାଇଁ ଏକ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ରେଜିଷ୍ଟ୍ରେସନ ଫିସ୍‌ 500ଟଙ୍କା ରହିଛି । ଏହାସହିତ ଏହି ରେଜିଷ୍ଟ୍ରସେନକୁ ପ୍ରତ୍ୟେକ ବର୍ଷ ନବୀକରଣ କରିବାକୁ ପଡିବ । ଯଦି କେହି ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ନକରନ୍ତି ତେବେ ସମ୍ପୃକ୍ତ ମାଲିକଙ୍କୁ ଜରିମାନା ଦେବାକୁ ପଡିବ ।

ଏହି ଯୋଜନାକୁ ପେଟ୍‌ ଡଗ୍‌ ରେଜିଷ୍ଟ୍ରେସନ୍‌ ସ୍କିମ୍‌ ନାମ ଦିଆଯିବା ନେଇ ସୂଚନା ରହିଛି । ଏହି ଯୋଜନାକୁ ସୂଚାରୁ ରୂପେ ଚଳାଇବା ପାଇଁ ନୋଏଡା ପ୍ରାଧିକରଣ ଏଜେନ୍ସିର ଚୟନ ଆରମ୍ଭ କରିଛି । ଏହି ଏଜେନ୍ସି ଜିଲ୍ଲାର ସମସ୍ତ ପାଳିତ କୁକୁରଙ୍କ ସଂଖ୍ୟା ହିସାବ ରଖିବା ସହିତ ତାଙ୍କୁ ଠିକ୍‌ ସମୟରେ ଭ୍ୟାକ୍‌ସିନ୍‌ ଦିଆଯାଉଛି କ ନାହିଁ ତାହାର ତଦାରଖ କରିବେ । ସେହିପରି ପାଳିତ କୁକୁରଙ୍କ ସମସ୍ତ ତଥ୍ୟ ମଧ୍ୟ ରଖିବେ । ଏଥିପାଇଁ ସମସ୍ତ ପାଳିତ କୁକୁରଙ୍କ ଗଳାରେ ଏକ ଦଉଡି ବନ୍ଧା ଯିବାସହ ଏଥିରେ ଏକ ଚିପ୍‌ ଲଗାଯିବ । ଯେମିତି ପାଳିତ କୁକୁରଙ୍କୁ ସହଜରେ ଚିହ୍ନିତ ହୋଇପାରିବେ ।

Dog owners urged to be considerate | Broken Hill City Council

ପ୍ରାୟ ସମୟରେ ଦେଖାଯାଇଥାଏ ଯେ, କୁକୁର ବୁଢା ହୋଇଗଲେ ମାଲିକ ତାଙ୍କୁ ଘରୁ ତଡି ଦେଇଥାନ୍ତି । ସେହିପରି ଆଉ କୁକୁର ମାଲିକଙ୍କ ପ୍ରରୋଚନାରେ ପଡି ହିଂସ୍ରକ ହୋଇଥାନ୍ତି । ଏହି ପଞ୍ଜୀକରଣ ଜରିଆରେ ଏହି ସମସ୍ତ କୁକୁର ଉପରେ ନଜର ରଖାଯିବା ସହିତ କୁକୁର ଯୋଗୁଁ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ନୋଏଡା ପ୍ରାଧିକରଣ । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରୁ ୬୬୦୩୬ ଜଣଙ୍କ ନାମ ପଂଜୀକୃତ

ଦୁଷ୍ମନ୍ତ ପଣ୍ଡା

କଳାହାଣ୍ଡି:  କୋଭିଡ-୧୯ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଟି ଯାକ ବ୍ଲକ ଏବଂ ଭବାନୀପାଟଣା ମ୍ୟୁନିସିପାଲିଟି, ଜୁନାଗଡ, ଧର୍ମଗଡ ଓ କେସିଙ୍ଗା  ଏନଏସି ରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମୋଟ ୬୬୦୩୬  ଜଣ ବ୍ୟକ୍ତି ନିଜ ନିଜ ଗ୍ରାମକୁ ଫେରିବାକୁ ନାମ ପଂଜୀକରଣ କରିଥିବା ଜଣାପଡିଛି । ଭବାନୀପାଟଣା ବ୍ଲକରେ ଅନଲାଇନରେ ୨୨୭୫ ଜଣ ନାମ ପଂଜୀକରଣ କରିଥିବା ବେଳେ ବିଭିନ୍ନ ପଂଚାୟତରେ ପରିବାର ସଦସ୍ୟଙ୍କ ଦ୍ୱାରା ୪୮୨୬ ଅଫଲାଇନରେ ମୋଟ ୭୧୦୧ଜଣ ପଂଜୀକରଣ କରାଯାଇଥିବା ଜଣାପଡିଛି ।

ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୬୩୮ ଜଣ ପଂଜୀକରଣ କରିଥିବା ବେଳେ ଅନଲାଇନରେ ୩୪୩ ଓ ଅଫଲାଇନରେ ୧୨୯୫ ଜଣ  ପଂଜୀକରଣ କରିଛନ୍ତି । କେସିଙ୍ଗା ବ୍ଲକରେ ମୋଟ ୪୭୩୬  ମଧ୍ୟରୁ ଅନଲାଇନରେ ୮୭୩ ଓ ଅଫଲାଇନରେ ୩୮୬୩ ଜଣ, ମ.ରାମପୁର ବ୍ଲକରେ ମୋଟ ୩୦୮୧ ଜଣ ମଧ୍ୟରୁ ଅନଲାଇନରେ ୧୭୫୯ ଓ ଅପଲାଇନରେ ୧୮୨୨ ଜଣ ନାମ ପଂଜୀକରଣ କରିଛନ୍ତି । ଲାଂଜିଗଡ ବ୍ଲକରେ ମୋଟ ୩୫୨୯ ଜଣ ମଧ୍ୟରୁ ଅନଲାଇନରେ ୧୨୦୪ ଓ ଅଫଲାଇନରେ ୨୩୨୫ ଜଣ ପଂଜୀକରଣ କରିଛନ୍ତି । ନର୍ଲା ବ୍ଲକରେ ୬୩୫୯ ଜଣ ମଧ୍ୟରୁ ଅନଲାଇନରେ ୧୪୪୩ ଓ ଅଫଲାଇନରେ ୫୨୧୬ ଜଣ ନାମ ପଂଜୀକରଣ କରିଛନ୍ତି । ଥୁ. ରାମପୁର ବ୍ଲକରେ ମୋଟ ୫୩୧ ଜଣ ମଧ୍ୟରୁ ଅନଲାଇନରେ ୩୨୩ ଓ ଅଫଲାଇନରେ ୨୦୮ ଜଣ ନାମ ପଂଜୀକରଣ କରିଛନ୍ତି ।

ଜୁନାଗଡ ବ୍ଲକରେ ମୋଟ ୬୧୧୪ ଜଣ ମଧ୍ୟରୁ ଅନଲାଇନରେ ୧୪୨୪ ଓ ଅଫଲାଇନରେ ୪୬୯୦ ଜଣ ପଂଜୀକରଣ କରିଛନ୍ତି । ଧର୍ମଗଡ ବ୍ଲକରେ ମୋଟ ୭୭୭୯ ଜଣ ମଧ୍ୟରୁ ଅନଲାଇନରେ ୧୦୯୦  ଓ ଅଫଲାଇନରେ  ୬୬୮୫ଜଣ ପଂଜୀକରଣ କରିଛନ୍ତି । ଗୋଲାମୁଣ୍ଡା ବ୍ଲକରେ ମୋଟ ୧୦୫୦୩ ଜଣ ମଧ୍ୟରୁ ଅନଲାଇନରେ ୧୮୭୯ ଓ ଅଫଲାଇନରେ  ୮୬୨୪ ଜଣ ପଂଜୀକରଣ କରିଛନ୍ତି । ଜୟପାଟଣା ବ୍ଲକରେ ମୋଟ ୪୦୫୧ ଜଣ ମଧ୍ୟରୁ ଅନଲାଇନରେ ୧୩୬୦  ଓ ଅଫଲାଇନରେ  ୨୬୫୧ ଜଣ ପଂଜୀକରଣ କରିଛନ୍ତି । କଲମପୁର ବ୍ଲକରେ ମୋଟ ୧୬୬୫ ଜଣ ମଧ୍ୟରୁ ଅନଲାଇନରେ ୪୧୬  ଓ ଅଫଲାଇନରେ ୧୨୪୯ ଜଣ ପଂଜୀକରଣ କରିଛନ୍ତି ।

କୋକସରା ବ୍ଲକରେ ମୋଟ ୫୫୪୧ ଜଣ ମଧ୍ୟରୁ ଅନଲାଇନରେ ୧୪୫୦  ଓ ଅଫଲାଇନରେ ୪୦୯୧ ଜଣ ପଂଜୀକରଣ କରିଛନ୍ତି । ଭବାନୀପାଟଣା ମ୍ୟୁନିସିପାଲିଟି ରେ ମୋଟ ୫୩୧ ଜଣ ମଧ୍ୟରୁ ଅନଲାଇନରେ ୩୨୩ ଓ ଅଫଲାଇନରେ  ୨୦୮ ଜଣ ପଂଜୀକରଣ କରିଛନ୍ତି । ଧର୍ମଗଡ ଏନଏସିରେ ମୋଟ ୨୮୮ ଜଣ ମଧ୍ୟରୁ ଅନଲାଇନରେ ୬୨  ଓ ଅଫଲାଇନରେ  ୨୨୬ ଜଣ ପଂଜୀକରଣ କରିଛନ୍ତି । ଜୁନାଗଡ ଏନଏସି ରେ ମୋଟ ୧୪୯ ଜଣ ମଧ୍ୟରୁ ଅନଲାଇନରେ ୪୦  ଓ ଅଫଲାଇନରେ  ୧୦୯ଜଣ ପଂଜୀକରଣ କରିଛନ୍ତି । କେସିଙ୍ଗା ଏନଏସିରେ ମୋଟ ୧୯୫  ଜଣ ମଧ୍ୟରୁ ଅନଲାଇନରେ ୮୪  ଓ ଅଫଲାଇନରେ  ୨୧୧ଜଣ ପଂଜୀକରଣ କରିଛନ୍ତି ।

ଏସବୁ ବାହାର ଅଂଚଳରେ ବିଭିନ୍ନ ଚାକିରୀ କରୁଥିବା ଅନେକ ଲୋକ ଅଦ୍ୟାବଧି ଫେରିବା ପାଇଁ ପଂଜୀକରଣ କରିନଥିବା ଜଣାପଡିଛି । ଘରବାହୁଡା ବ୍ୟକ୍ତି ମାନଙ୍କୁ କ୍ୱାରେନଟାଇନରେ ରଖିବା ପାଇଁ ସମସ୍ତ ଗ୍ରାମପଂଚାୟତରେ ଏବଂ ସହରାଂଚଳରେ ଅସ୍ଥାୟୀ ଚିକିତ୍ସା ଶିବିର ମାନ ସ୍ଥାପନ କରାଯାଇ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର

ଭିଟାମାଟିକୁ ଫେରିବା ପାଇଁ ଚାଲିଛି ସଂଘର୍ଷ : ପଞ୍ଜିକରଣ ପାଇଁ ପଞ୍ଜିକରଣ ଅଫିସ୍‌ ସାମ୍ନାରେ ଅସମ୍ଭାଳ ଭିଡ

ତେଲେଙ୍ଗାନା : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ଉଭୟ କେନ୍ଦ୍ର ଓ ରାଜସରକାର ପ୍ରଯତ୍ନ କରୁଛନ୍ତି। ଦେଶର ବିଭିନ୍ନ ବଡ ବଡ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟ ଫେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ବାହାର ରାଜ୍ୟରେ ରହୁଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିନିମେନ୍ତ ଓଡ଼ିଶା ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶାକୁ ଫେରିବା ପାଇଁ ଓଡ଼ିଶା ବାହାରେ ଥିବା ଶ୍ରମିକମାନେ ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ ଜରିଆରେ ପଞ୍ଜିକରଣ କରୁଛନ୍ତି।

ହାଇଦ୍ରାବାଦ ସିଟିରେ ହଜାର ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିବାକୁ ପଞ୍ଜିକରଣ କରିବା ପାଇଁ ସକାଳୁ ଧାଡିରେ ଛିଡା ହୋଇଛନ୍ତି। ତେବେ ଏହି ପଞ୍ଜିକରଣ ସମୟରେ ସାମାଜିକ ଦୂରତ୍ବ ତଥା କରୋନା ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ସର ଉଲ୍ଳଂଘନ ହେଉଥିବାର ଦେଖାଯାଉଛି। ଓଡ଼ିଶା ଅନ୍‌ଲାଇନ ପୋର୍ଟାଲ୍‌ରେ ପଞ୍ଜିକରଣ କରିବା ପରେ ବି ଆଉ ଥରେ ପଞ୍ଜିକରଣ କରିବାକୁ ପଡୁଛି। ଏଥିପାଇଁ ତେଲେଙ୍ଗାନା ସରକାରଙ୍କ ପଞ୍ଜିକରଣ ଅଫିସ୍‌ ଆଗରେ ହଜାର ହଜାର ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି। ଏହି ଭିଡ ନିୟନ୍ତ୍ରଣ କରିବା ତେଲେଙ୍ଗାନା ପୋଲିସ୍‌ ବିଭାଗ ପାଇଁ ମୁଣ୍ଡବ୍ୟାଥାର କାରଣ ପାଲଟିଛି।

ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିବା ପରେ ମୋବାଇଲକୁ ଏକ ରେଜିଷ୍ଟ୍ରେସନ ନମ୍ବର ଆସୁଛି। ଯାହା ମାଧ୍ୟମରେ ଫେରିବାର ଦିନ ଓ ସମୟ ସମ୍ପର୍କରେ ସୂଚନା ଦିଆଯାଉଛି।

ତେବେ ପଞ୍ଜିକରଣ ପାଇଁ ପଞ୍ଜିକରଣ ଅଫିସ୍‌ ଆଗରେ ଭିଡ ହେବା ଦ୍ବାରା ସାମାଜିକ ଦୂରତ୍ବ ଭଙ୍ଗ ହେଉଛି। ଏଥିପାଇଁ ପ୍ରତ୍ୟେକ ସରକାର ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ ହୋଇପଡିଛି(ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ନିମନ୍ତେ ଆଧାର ବାଧ୍ୟତାମୂଳକ ନହେଉ

ଭୁବନେଶ୍ବର: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କ ଘର ବାହୁଡା ନିମନ୍ତେ ରାଜ୍ୟ ସରକାର ଗତ 24 ତାରିଖ ଦିନ ନୋଟିସ ଜାରିକରି ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣ ନିମନ୍ତେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି। ଏଥିରେ ଅନଲାଇନ ପଞ୍ଜିକରଣ ନିମନ୍ତେ ସମସ୍ତଙ୍କ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରା ଯାଇଛି। କୋଭିଡ 19 ପାଇଁ ରାଜ୍ୟରେ ନବ ଗଠିତ ନାଗରିକ ଅନୁଷ୍ଠାନ “ସିଟିଜେନ୍ସ ଆକ୍ସନ ଗ୍ରୁପ, ଓଡିଶା” ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆଧାର ବାଧ୍ୟତାମୂଳକ କରାଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛି।

ସରକାରୀ ଆକଳନ ଅନୁସାରେ ପ୍ରାୟ 5 ଲକ୍ଷ ରାଜ୍ୟ ବାହାରେ ଥିବା ଶ୍ରମିକ ଆସିବାର ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। ଏହା ନିଶ୍ଚିନ୍ତ ଭାବରେ କୁହାଯାଇ ପାରିବ ଯେ ସେମାନଙ୍କ ମଧ୍ୟରୁ ଅନେଙ୍କ ପାଖରେ ଆଧାର କାର୍ଡ ନଥିବ। ଆମେ କହିରଖିବାକୁ ଚାହୁଁଛୁ ଯେ ସମସ୍ତେ ଏକ ମହା ବିପତ୍ତିରେ ପଡିଛନ୍ତି। ମାନବିକ ଦୃଷ୍ଟିକୋଣରୁ ଯେଉଁମାନେ ସମାଜର ଅତ୍ୟନ୍ତ ଦାରିଦ୍ର୍ୟ ଶ୍ରେଣୀର ଓ କଷ୍ଟରେ ଅଛନ୍ତି , ସେମାନଙ୍କ ପ୍ରତି ଆମେ ସମାବେଦନଶୀଳ ହେବା ଉଚିତ। ଆଧାର କାର୍ଡ ନିଷ୍ପତିକୁ ତାଙ୍କ ଉପରେ ଦେଇ ଆଧାର ବାଧ୍ୟତା ମୂଳକ କରିବା ସମ୍ପୂର୍ଣ ସମ୍ବେଦନହୀନ ଓ ମାନବିକତା ବିରୋଧୀ ହେବ। ତେଣୁ ସରକାର ଭୋଟର କାର୍ଡ ଡ୍ରାଇଭିଂ ଲାଇସେନ୍ସ ନମ୍ବର କିମ୍ବା ପଂଚାୟତର ସରପଞ୍ଚଙ୍କ ସାର୍ଟିଫିକେଟକୁ ଗ୍ରହଣ କଲେ ଭଲ ହେବ। ସେହିପରି ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବା ଅନୁଚିତ କରାଣ ଶ୍ରମିକ ଭାଇ ଭଉଣୀ ମାନେ ହୀନସ୍ତା ହେବେ ଓ ଅସୁବିଧାରେ ପଡିବେ। ରିଲିଫ ଯୋଗାଇବା ନିମନ୍ତେ ବିଭିନ୍ନ ହେଲ୍ପ ଲାଇନ, ପଂଚାୟତ କିମ୍ବା ସରକାରୀ ଅନୁଷ୍ଠାନ ଶ୍ରମିକ ମାନଙ୍କର ନାମ ପାଞ୍ଜିକରଣ କରିଛନ୍ତି ଯାହାକୁ ଏଥିପାଇଁ ଉପଯୋଗ କରାଯାଇ ପାରିବ। ଶ୍ରମିକ ମାନେ ଫେରନ୍ତା ଯାତ୍ରା ସମୟରେ ବିଭିନ୍ନ ଅଧିକାରୀ କିମ୍ବା ଗାଡି ମଟର ମାଲିକ କିମ୍ବା ଅନୁଷ୍ଠାନ ଦ୍ୱାରା ଶୋଷଣର ଶିକାର ହେବାର ସମ୍ଭାବନା ଅଛି। ସେଥିପ୍ରତି ଯତ୍ନବାନ ହେବାକୁ ପଡିବ। ବିନାପ୍ରତିବନ୍ଧକ ରେ ଯେପରି ଶ୍ରମିକମାନେ ପଞ୍ଜିକୃତ ହେବେ ଏବଂ ଘରକୁ ଫେରିବେ ତାହା ସରକାର ଦେଖିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଫେରନ୍ତାଙ୍କ ପାଇଁ କାଲିଠୁ ଆରମ୍ଭ ହେବ ପଞ୍ଜିକରଣ, ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ କରାଯାଇଛି ବ୍ୟବସ୍ଥା

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ପ୍ରାୟ ପାଞ୍ଚ ଲକ୍ଷ ଓଡ଼ିଆ ଓଡ଼ିଶା ଫେରିବେ ବୋଲି ସୂଚନା ରହିଛି। ଓଡ଼ିଶା ଫେରନ୍ତାଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ। ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆସନ୍ତାକାଲିଠୁ ଆରମ୍ଭ ହେବ ନାଁ ପଞ୍ଜିକରଣ। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି। ପଞ୍ଜିକରଣ ଫର୍ମରେ  ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ସ୍ପଷ୍ଟ ଉଲ୍ଲେଖ ରହିବ। ତା’ ସହ ଫେରୁଥିବା ଓଡ଼ିଆ ଜଣକ  ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ।

ତେବେ ଓଡ଼ିଶା ଫେରିଲା ପରେ ସେମାନେ ସିଧା ଘରକୁ ନ ଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ଯିବେ। ଓଡ଼ିଶା ଫେରିଲା ପରେ ଏମାନେ ପ୍ରତି ପ୍ରଞ୍ଚାୟତରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଏମାନେ ସମେସ୍ତ ରହିବେ। ଏଠାରେ ଚଉଦ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ହୋଇ ରହିବେ। କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ନମୁନା ପଠାଯିବ। ରିପୋର୍ଟ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ଯିବେ। ଏଥିପାଇଁ ପ୍ରତି ପଞ୍ଚାୟତରେ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ସବୁ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ବରେ 5 ଜଣିଆ ଟିମ୍‌ ଗଠନ ହୋଇଛି। ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ଗ୍ରାମ ରୋଜଗାର ସେବକଙ୍କ ସହ ଦୁଇ ଜଣ ଶିକ୍ଷକ ରହିବେ ବୋଲି ସୂଚନା ରହିଛି। ଓଡ଼ିଶା ଫେରିବା ପୂର୍ବରୁ ସବୁ ଓଡ଼ିଆମାନଙ୍କ ଆଗୁଆ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନେଇ ବୟାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ନିଷ୍ପତ୍ତି ସାଂଘାତିକ। ସମ୍ପ୍ରତି ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତା ବଢାଇଛି। ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରେ ୮୯ ପହଞ୍ଚିଛି ।