Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି କୁକୁର ପାଳିବା ମହଙ୍ଗା ହେବ : ଏନେଇ ସରକାର ଆଣୁଛନ୍ତି ନୂଆ ଯୋଜନା
ଆଜିର ଖବର

ଏଣିକି କୁକୁର ପାଳିବା ମହଙ୍ଗା ହେବ : ଏନେଇ ସରକାର ଆଣୁଛନ୍ତି ନୂଆ ଯୋଜନା

August 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୌତମବୁଦ୍ଧନଗର : ସବୁଠୁ ବିଶ୍ବସ୍ତ ପ୍ରାଣୀ ହେଉଛନ୍ତି କୁକୁର । କୁକୁରକୁ ସମେସ୍ତ ଘରେ ପୋଷିବାକୁ ଭଲପାଇଥାନ୍ତି । ତେବେ ଆପଣ ଯଦି କୁକୁର ପ୍ରେମୀ ତେବେ ଜାଣି ରଖନ୍ତୁ ଏବେ କୁକୁରକୁ ପାଳିବା ବଡ ମହଙ୍ଗା ସାବ୍ୟସ୍ତ ହେବ । ଏଥିପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି । ତେବେ ଆସନ୍ତୁ ଜାଣିବା କୁକୁର ପାଇଁ କେଉଁଠି ଓ କ’ଣ ଯୋଜନା ପ୍ରସ୍ତୁତ ହୋଇଛି ।

ନୋଏଡା ପ୍ରାଧିକରଣ ଏବେ କୁକୁର ପାଳନକୁ ନେଇ ଏକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଏବେ କୁକୁର ପାଳିବା ପାଇଁ ଏକ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ରେଜିଷ୍ଟ୍ରେସନ ଫିସ୍‌ 500ଟଙ୍କା ରହିଛି । ଏହାସହିତ ଏହି ରେଜିଷ୍ଟ୍ରସେନକୁ ପ୍ରତ୍ୟେକ ବର୍ଷ ନବୀକରଣ କରିବାକୁ ପଡିବ । ଯଦି କେହି ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ନକରନ୍ତି ତେବେ ସମ୍ପୃକ୍ତ ମାଲିକଙ୍କୁ ଜରିମାନା ଦେବାକୁ ପଡିବ ।

ଏହି ଯୋଜନାକୁ ପେଟ୍‌ ଡଗ୍‌ ରେଜିଷ୍ଟ୍ରେସନ୍‌ ସ୍କିମ୍‌ ନାମ ଦିଆଯିବା ନେଇ ସୂଚନା ରହିଛି । ଏହି ଯୋଜନାକୁ ସୂଚାରୁ ରୂପେ ଚଳାଇବା ପାଇଁ ନୋଏଡା ପ୍ରାଧିକରଣ ଏଜେନ୍ସିର ଚୟନ ଆରମ୍ଭ କରିଛି । ଏହି ଏଜେନ୍ସି ଜିଲ୍ଲାର ସମସ୍ତ ପାଳିତ କୁକୁରଙ୍କ ସଂଖ୍ୟା ହିସାବ ରଖିବା ସହିତ ତାଙ୍କୁ ଠିକ୍‌ ସମୟରେ ଭ୍ୟାକ୍‌ସିନ୍‌ ଦିଆଯାଉଛି କ ନାହିଁ ତାହାର ତଦାରଖ କରିବେ । ସେହିପରି ପାଳିତ କୁକୁରଙ୍କ ସମସ୍ତ ତଥ୍ୟ ମଧ୍ୟ ରଖିବେ । ଏଥିପାଇଁ ସମସ୍ତ ପାଳିତ କୁକୁରଙ୍କ ଗଳାରେ ଏକ ଦଉଡି ବନ୍ଧା ଯିବାସହ ଏଥିରେ ଏକ ଚିପ୍‌ ଲଗାଯିବ । ଯେମିତି ପାଳିତ କୁକୁରଙ୍କୁ ସହଜରେ ଚିହ୍ନିତ ହୋଇପାରିବେ ।

Dog owners urged to be considerate | Broken Hill City Council

ପ୍ରାୟ ସମୟରେ ଦେଖାଯାଇଥାଏ ଯେ, କୁକୁର ବୁଢା ହୋଇଗଲେ ମାଲିକ ତାଙ୍କୁ ଘରୁ ତଡି ଦେଇଥାନ୍ତି । ସେହିପରି ଆଉ କୁକୁର ମାଲିକଙ୍କ ପ୍ରରୋଚନାରେ ପଡି ହିଂସ୍ରକ ହୋଇଥାନ୍ତି । ଏହି ପଞ୍ଜୀକରଣ ଜରିଆରେ ଏହି ସମସ୍ତ କୁକୁର ଉପରେ ନଜର ରଖାଯିବା ସହିତ କୁକୁର ଯୋଗୁଁ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ନୋଏଡା ପ୍ରାଧିକରଣ । (ଏଜେନ୍ସି)

registration
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026
Latest News

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.