ଘରେ ପହଞ୍ଚିବା ଆଗରୁ ବାଟରେ ମୃତ୍ୟୁବରଣ କଲେ ପ୍ରବାସୀ ଓଡ଼ିଆ

Published: May 15, 2020, 3:17 pm IST

ଜଳେଶ୍ବର : ଲକ୍‌ ଡାଉନ୍‌ ଉଜାଡି ଦେଇଛି ପ୍ରବାସୀ ଶ୍ରମିକର ଜୀବନ । ତାଲାବନ୍ଦ ଯୋଗୁ ରୋଜଗାର ଚାଲିଯାଇଥିବାବେଳେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ । ବାଧ୍ୟ ହୋଇ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରାୟେ ସବୁଦିନେ ପ୍ରବାସୀ ଶ୍ରମିକମାନେ ଘର ବାହୁଡୁଥିବାବେଳେ ନାନା ଦୁର୍ଘଟଣାର ଶିକାର ହେଉଥିବାର ଖବର ଶୁଣିବାକୁ ମିଳୁଛି ।

ଜଣେ ଓଡ଼ିଆ ପ୍ରବାସୀ ଶ୍ରମିକ ଘରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ସୁଦୂର କୋଲକାତାରୁ ଚାଲି ଚାଲି ଆସୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକଟି ଘରେ ପହଞ୍ଚିବା ଆଗରୁ ମୃତ୍ୟୁବରଣ କରିଛନ୍ତି । ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ମୋବାଇଲ୍‌ କଲରୁ ଘର ପୁରୀ ଜିଲ୍ଲା କାକଟପୁର ବୋଲି ସୂଚନା ରହିଛି ।

Related posts