ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ଜଗତସିଂହପୁର ବାସୀଙ୍କୁ ପରାମର୍ଶ

Published: Mar 27, 2020, 7:33 pm IST

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ବାସୀଙ୍କୁ ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ । ବିଭିନ୍ନ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଗୁଜବ ପ୍ରଚାର କରୁଥିବା ବେଳେ ଏହାକୁ ବିଶ୍ବାସ ନ କରିବା ପାଇଁ ଜଗତସିଂହପୁର ବାସୀଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ଗୁଜବ ପ୍ରଚାର ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେଣୁ ଏପରି ଗୁଜବକୁ ବିଶ୍ବାସ କରିବା ଅନୁଚିତ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି ।

ଏପରି ମିଥ୍ୟା ଅପପ୍ରଚାର କାରଣରୁ ମାର୍ଚ୍ଚ 26 ତାରିଖରେ ପାରାଦୀପ ଏବଂ ଏରସମା ଅଞ୍ଚଳରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି । ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ସମ୍ପର୍କ କରିବା ପାଇଁ ଅନୁରୋଧ କରାଯାଇଛି । ଏନେଇ ପୋଲିସ୍‌ ମୁଖ୍ୟାଳୟ ପକ୍ଷରୁ ନମ୍ବର 06724-220237 ମଧ୍ୟ ଜାରି କରାଯାଇଛି ।

Related posts