ସମୀକ୍ଷାର ପ୍ରଭାବ: ମଧ୍ୟାହ୍ନ ଭୋଜନ ଘୋଟଲାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

Published: Feb 28, 2020, 8:31 pm IST

ରମେଶ ମହାନ୍ତି
ଜଗତସିଂହପୁର: ସମୀକ୍ଷାର ମହା ପ୍ରଭାବ। ମଧ୍ୟାହ୍ନ ଭୋଜନ ଦୁର୍ନୀତି ନେଇ ଏକ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୭ ତାରିଖ ଶୁକ୍ରବାର ଦିନ ସମୀକ୍ଷାରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏରସମା ବ୍ଲକର୧୭ଟି କ୍ଲଷ୍ଟରରେ ୨୧୬ବିଦ୍ୟାଳୟରେ ୧୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଦୈନିକ ମୁଣ୍ଡପିଛା ଶହେରୁ ଦେଢଶହ ଗ୍ରାମ ଚାଉଳ ହିସାବରେ ୭୦ଦିନର ଘୋଟାଲାର ପରିମାଣ ଜଣାପଡେ। ଚଳିତ ଫେବୃୟାରୀ ମାସର ଗତ ସପ୍ତାହ ଠାରୁ ଏପର୍ଯ୍ୟନ୍ତ ଏରସମାର ଅନେକ ବିଦ୍ୟାଳୟରେ ଚୁଲି କିମ୍ବା ଗ୍ୟାସ ଜଳିନଥିବା ବେଳେ ସମସ୍ତ ବିଦ୍ୟାଳୟରେ ରୋଷେଇ ଚାଲିଥିବା ମୋବାଇଲ ମଧ୍ୟାହ୍ନ ଭୋଜନ ଆପରେ ଶତପ୍ରତିଶତ ରିପୋର୍ଟ ଯାଇଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ଏରସମା ବ୍ଲକର ବିଦ୍ୟାଳୟ ମାନଙ୍କରେ ୭୦ଦିନର ଚାଉଳ ନଦେଇ ବକେୟା ରଖିଥିବା ବିତରଣକାରୀ ସ୍ଥାନରେ ଅନ୍ୟଜଣେ ବିତରଣକାରୀକୁ ପ୍ରଶାସନ ନିଯୁକ୍ତି ଦେଇଥିବା ଶୁଣିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ସମ୍ପର୍କରେ ବିଭାଗୀୟ ଅଧିକାରୀ ପାଟି ଖୋଲୁନାହାଁନ୍ତି।

 

Related posts