ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସମନ୍ବୟ କମିଟି ବୈଠକ

Published: Feb 27, 2020, 8:58 pm IST

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମାର୍ଚ୍ଚ 3 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଏହାର ସୁପରିଚାଳନା ପାଇଁ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ସହିତ କପିକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜଗତସିଂହପୁରରେ 34ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର 7ଟି ସେଣ୍ଟରରେ ପ୍ରଶ୍ନପତ୍ର ରହିବ । 7ଟି ସେଣ୍ଟରରେ ସିସିଟିଭି ଲଗାଯିବା ସହିତ ଏହା 24 ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ସକାଳ 7ଟାରୁ ହବ୍‌ରୁ ପ୍ରଶ୍ନପତ୍ର ଯାଇ 9ଟାରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୋଲିସ୍‌ ମୁତୟନ କରାଯିବ ଏବଂ ଜିଲ୍ଲାସ୍ତରୀୟ ସ୍କ୍ବାଡ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିବ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଉପ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଡିଓ, ତହସିଲଦାର ଏବଂ ଉପ ଜିଲ୍ଲାପାଳ ବିନୀତା ଦାଶ ଓ 34 ଗୋଟି କଲେଜର ଅଧ୍ୟାପକ/ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Related posts