ପତାକା ଉତ୍ତୋଳନ ବେଳେ ଅଘଟଣ, ଅଧାରୁ ଖସିଲା ତ୍ରିରଙ୍ଗା

Published: Jan 26, 2020, 2:39 pm IST

ରମେଶ ମହାନ୍ତି

ଜଗତସିଂହପୁର : ସାରା ଭାରତରେ ଆଜି 71ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ତଥା ଜିଲ୍ଲାର ସଦରମହକୁମାଠାରେ ଏହି ଉତ୍ସବ ବେଶ୍‌ ଆଡମ୍ବରପୂର୍ଣ୍ଣ ଭାବେ ଏହି ଉତ୍ସବ ପାଳିତ ହୋଇଛି । ଜିଲ୍ଲାପାଳ ତଥା ମନ୍ତ୍ରୀମାନଙ୍କ ଦ୍ବାରା ଜିଲ୍ଲାର ସଦର ମହକୁମାଗୁଡ଼ିକରେ ପତାକା ଉତ୍ତୋଳନ କରାଯାଇଛି । ଆଜି ଜଗତସିଂହପୁରଠାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅଘଟଣ ଘଟିଯାଇଛି । ଜଗତସିଂହପୁର ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହା ତଳେ ଛିଣ୍ଡି ପଡିଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ରହିଥିଲେ । ଜିଲ୍ଲାସ୍ତରୀୟ ପରେଡ୍‌ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମ୍‌ରେ ପ୍ରବଳ ଜନସମାଗମ ହୋଇଥିଲା ।

Related posts