ଜଗତସିଂହପୁର ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷଙ୍କ ପରଲୋକ

Published: Apr 8, 2020, 11:19 am IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଜେଡ଼ିର ନଗର ସଭାପତି ରତ୍ନାକର ଲେଙ୍କା(୮୫) ଙ୍କ ର ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨.୩୦ ସମୟରେ ଗୋପାଳସାଗର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ତଥା ପୂର୍ବତନ କାଉନସିଲର ହେମନ୍ତ କୁମାର ଲେଙ୍କା,ରାଜେନ୍ଦ୍ର କୁମାର ଲେଙ୍କା ସମେତ ପୁତ୍ର ବଧୂ ,ନାତି ନାତୁଣୀ ସୁବ୍ରତ, ସମିତ, ସିଦ୍ଧାର୍ଥ,ସତିଶ, ସୁଦେଶ୍, ଶର୍ମିଷ୍ଠା ଓ ପରିଜନମାନେ ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ପରୋପକାରୀ , ଧର୍ମପରାୟଣ ବ୍ୟକ୍ତି ଥିଲେ।ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।

Related posts