Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ଦେହାନ୍ତ

ନୂଆଦିଲ୍ଲୀ: ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ ପୂର୍ବତନ ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୨୮ ବର୍ଷ ହୋଇଥିଲା। ଅସ୍ତ୍ରୋପଚାର ସତ୍ତ୍ୱେ ମାରାତ୍ମକ ରୋଗ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେମିନା ମିସ୍ ଇଣ୍ଡିଆ ସଂସ୍ଥା ସୋସିଆଲ ମିଡିଆରେ ଏକ ବିବୃତ୍ତି ସେୟାର କରି ରିଙ୍କି ଚକମାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରି ତାଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି କହିଥିଲେ, ଯାହା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ଥିଲା।

ଗତ ମାସରେ, କର୍କଟ ରୋଗରେ ଆକ୍ରାନ୍ତ ହେବାର ଦୁଇ ବର୍ଷ ପରେ ରିଙ୍କି ଚକମା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ଚ୍ୟାଲେଞ୍ଜିଂ ଯାତ୍ରା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ଦୀର୍ଘ ଦିନ ଧରି ଏକାକୀ ସଂଘର୍ଷ କରିଆସୁଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କାହାକୁ କହିବାକୁ ଚାହୁଁନଥିଲେ … ଭାବିଲି ମୁଁ ନିଜେ ଲଢିବି ଏବଂ ଭଲ ହୋଇଯିବି, କିନ୍ତୁ ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଛି, ଯାହା ମୋର ସ୍ୱାସ୍ଥ୍ୟ ବିଷୟ ସମସ୍ତଙ୍କୁ ଜଣାଇବି। ସେ କହିଥିଲେ ଯେ, ତାଙ୍କର ସାଂଘାତିକ ଫାଇଲୋଡସ୍ ଟ୍ୟୁମର୍ (ସ୍ତନ କର୍କଟ) ହୋଇଛି।

ରିଙ୍କି ଚକମାଙ୍କ ପ୍ରଥମ ଅସ୍ତ୍ରୋପଚାର ପରେ, ଏହା ତାଙ୍କ ଫୁସଫୁସକୁ ଏବଂ ପରେ ତାଙ୍କ ମସ୍ତିଷ୍କକୁ ମେଟାଷ୍ଟାସାଇଜ୍ କଲା। ସେ ପ୍ରକାଶ କରିଛନ୍ତି ଯେ, ମୋର ମସ୍ତିଷ୍କ ଅସ୍ତ୍ରୋପଚାର ବିଚାରାଧୀନ ଅଛି କାରଣ ଏହା ମୋ ଶରୀରର ଡାହାଣ ପାର୍ଶ୍ୱରୁ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା କେବଳ ସମ୍ଭବ ହେବ, ଯେତେବେଳେ ମାତ୍ର ୩୦% ଆଶା ସହିତ ମୁଁ କେମୋଥେରାପିରୁ ସୁସ୍ଥ ହେବି।

ରିଙ୍କି ଚାକମା ତାଙ୍କ ପୋଷ୍ଟରେ କହିଛନ୍ତି ଯେ, “ସେ କେମୋଥେରାପିରେ ଚିକିତ୍ସିତ ହେଉଥିଲେ ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର ହେବାର ମଧ୍ୟ ଆଶା କରାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲି ଯେ ମୁଁ ଏବଂ ମୋ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ। ମୋର ଅବସ୍ଥା ଅନ୍ୟମାନଙ୍କ ସହ ବାଣ୍ଟି ମୁଁ ଭଲ ଅନୁଭବ କରିବି ବୋଲି ସେ କହିଛନ୍ତି।

ଚିକିତ୍ସା ହେତୁ ରିଙ୍କି ଚକମାଙ୍କ ପରିବାରର ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିଲା, ଏହା ପରେ ସେ ମଧ୍ୟ ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକମାନଙ୍କୁ ଏକ ନିବେଦନ କରାଯାଇଥିଲା, ଯାହାଫଳରେ ସେ ଶୀଘ୍ର ସୁସ୍ଥ ହୋଇପାରିବେ, କିନ୍ତୁ କିଛି ସଫଳ ହେଲା ନାହିଁ। ପ୍ରକାଶ ଯେ, ରିଙ୍କି ଚକମା ୨୦୧୭ ରେ ମିସ୍ ଇଣ୍ଡିଆରେ ‘ବିୟୁଟି ଅଫ ଦ ପେପର୍ସ’ ପୁରସ୍କାର ଜିତିଥିଲେ, ଯେଉଁଥିରେ ମାଆନୁଷୀ ଛିଲ୍ଲର୍ ଟାଇଟଲ୍ ଜିତିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ, ଗର୍ଭାଶୟ କର୍କଟ କାରଣରୁ ମୃତ୍ୟୁ

ନୂଆଦିଲ୍ଲୀ: ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ଆସୁଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପୁନମ୍ ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ପୁନମ୍ ଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ପୁନମ୍ ପାଣ୍ଡେଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା।

ପୁଣମ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ଅଛି, “ଆଜି ସକାଳେ ଆମ ପାଇଁ କଷ୍ଟକର। ଆମେ ଅତ୍ୟନ୍ତ ଦୁଃଖର ସହିତ ଜଣାଉଛୁ ଯେ, ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମ୍ ଙ୍କୁ ହରାଇଛୁ।

ପୁନମ୍ ପାଣ୍ଡେ କିଏ?

ପୁଣମ୍ ପାଣ୍ଡେ ଜଣେ ଅତି ପ୍ରସିଦ୍ଧ ମଡେଲ୍ ଥିଲେ। ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଯେତେବେଳେ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରତିଶୃତି ଦେଇଥିଲେ ଯେ, ଭାରତ ଯଦି ଫାଇନାଲ୍ ମ୍ୟାଚ୍ ଜିତେ ତେବେ ସେ ପୋଷାକ ଖୋଲିଦେବେ। ଏହି ଦାବି ସହିତ ସେ ପ୍ରଥମ ଥର ପାଇଁ ବିବାଦ ଭିତରକୁ ଆସିଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପୁନମ୍ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରଣାୱାତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ୭୯ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ଅର୍ଜୁନଙ୍କ ପରଲୋକ ନେଇ ପୁଅ ଅଭିମନ୍ୟୁ ସୂଚନା ଦେଇଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅର୍ଜୁନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ହୋଇଥିଲା। ସେ ୮ ଥର ସଂସଦକୁ ନିର୍ବାଚିତ ହୋଇଥିବାବେଳେ ଦୁଇ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ସହିତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ସେ ଜଳସଂପଦ ମନ୍ତ୍ରୀ ଥିଲେ ଏବଂ ବିଜେଡ଼ି ସଂସଦୀୟ ଦଳର ନେତା ମଧ୍ୟ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା  ଚିକିତ୍ସାଧିନ ଥିଲେ। ଗତ 5 ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।

Categories
ଆଞ୍ଚଳିକ

ଜଗତସିଂହପୁର ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷଙ୍କ ପରଲୋକ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଜେଡ଼ିର ନଗର ସଭାପତି ରତ୍ନାକର ଲେଙ୍କା(୮୫) ଙ୍କ ର ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨.୩୦ ସମୟରେ ଗୋପାଳସାଗର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ତଥା ପୂର୍ବତନ କାଉନସିଲର ହେମନ୍ତ କୁମାର ଲେଙ୍କା,ରାଜେନ୍ଦ୍ର କୁମାର ଲେଙ୍କା ସମେତ ପୁତ୍ର ବଧୂ ,ନାତି ନାତୁଣୀ ସୁବ୍ରତ, ସମିତ, ସିଦ୍ଧାର୍ଥ,ସତିଶ, ସୁଦେଶ୍, ଶର୍ମିଷ୍ଠା ଓ ପରିଜନମାନେ ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ପରୋପକାରୀ , ଧର୍ମପରାୟଣ ବ୍ୟକ୍ତି ଥିଲେ।ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।