ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଜଗତସିଂହପୁର ଗସ୍ତ

Published: Feb 12, 2020, 4:09 pm IST

ରମେଶ ମହାନ୍ତି
ଜଗତସିହପୁର : ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି-6ର ବିଭାଗର ସବ୍‌କମିଟି-4ର ଅଧ୍ୟକ୍ଷ ଅରବିନ୍ଦ ଢାଲି ଜଗତସିଂହପୁର ଗସ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଭୃତି ବିଭାଗକୁ ନେଇ ଆଲୋଚନା କରାଯାଇଥିଲା । ସେହିପରି ଚାଷୀଙ୍କୁ ଟୋକନ ମିଳିବାରେ ସମସ୍ୟା ଏବଂ ମିଲର ମାନେ ଧାନ କାଟିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାରାଦୀପ ପୋର୍ଟ ଏବଂ ଓର୍‌ମାସ ପକ୍ଷରୁ ମିଳିଥିବା 49 ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଧାୟକଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ଗୁଡିକରେ ଋଣ ମିଳିବାକୁ ନେଇ ରହିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାପରେ ସଂସଦୀୟ କମିଟି ପାରାଦୀପ ଗସ୍ତ କରିଥିଲେ । ସବ୍‌କମିଟି ସହିତ ବିଧାନସଭା ସହକାରୀ ସଚିବ ପ୍ରଭାତ କୁମାର ସ୍ବାଇଁ, ସେକ୍ସନ୍‌ ଅଫିସର୍‌ ଅରୁଣ କୁମାର ସ୍ବାଇଁ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଓର୍‌ମାସ୍‌ ଡେପୁଟୀ ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳ ପ୍ରମୁଖ ଉପସ୍ଥିତ ଥିଲେ ।

Related posts