Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ଚାଲିବ ନୂଆ ମେମୁ ଟ୍ରେନ , ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଏହି ଟ୍ରେନ ଚଳାଚଳ ପାଇଁ ନିଷ୍ପତି କରାଯାଇଛି
ବିଶେଷ ଖବର

ଓଡ଼ିଶାରେ ଚାଲିବ ନୂଆ ମେମୁ ଟ୍ରେନ , ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଏହି ଟ୍ରେନ ଚଳାଚଳ ପାଇଁ ନିଷ୍ପତି କରାଯାଇଛି

February 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଯାତ୍ରୀ ସଂଖ୍ୟା ବୃଦ୍ଧି ଦେଖି ଓଡିଶାରେ ଅଧିକ ମେମୁ ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗ ନିଷ୍ପତି କରିଛି। ସେହି ଅନୁସାରେ ଯେଉଁ ଯେଉଁ ସ୍ଥାନରେ ଏହି ଟ୍ରେନ ଚାଲିବ ତାହା ହେଲା…

1-ଫେବୃୟାରୀ ୧୧ ତାରିଖ ରୁ ପୁରୀ-ଅନୁଗୁଳ-ପୁରୀ ମେମୁ ୧୬ ଟି କୋଚ ରେ ଚଳାଚଳ କରିବ I ଏହା ଓଡ଼ିଶାରେ ଲମ୍ବା ଦୂରତ୍ୱ ବିଶିଷ୍ଟ ମେମୁ ଟ୍ରେନ  I

2-ଫେବୃୟାରୀ ୧୨ ତାରିଖ ରୁ କେନ୍ଦୁଝରଗଡ଼ ପାସେଞ୍ଜର ବଦଳରେ ମେମୁ ଟ୍ରେନ ଚଳାଚଳ କରିବ I

3-ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଏହା ୮ମ ମେମୁ  I

4-ଯାତ୍ରା ସମୟରେ ମେମୁ ଟ୍ରେନ ସମୟାନୁବର୍ତ୍ତିତା ପ୍ରତି ସହାୟକ ହେବ  I

5-ଏବେ, ପୂର୍ବ ଟ୍ରେନ ତୁଳନାରେ ମେମୁ ଟ୍ରେନ ମାନଙ୍କରେ ଅଧିକ ଯାତ୍ରୀ ଯାତାୟାତ କରିପାରିବେ I ସମସ୍ତ ମେମୁ ଟ୍ରେନରେ ଯାତ୍ରୀ ଭିଡ଼ ପରିଲକ୍ଷିତ ହେଉଛି  I
6-ଚଳିତ ମାସ ୧୨ ତାରିଖ ଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ

7-୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇ ଅଛି I

ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ କୁ ଅପସାରିତ କରାଯିବ I ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ୱର ଠାରୁ ଚଳିତ ମାସ ୧୨ ତାରିଖ ଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ I   ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ I

8-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚ ରେ ଚଳାଚଳ କରିବ –

ଅନୁଗୁଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ୬୮୪୨୨/୬୮୪୨୧ ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ଦୈନନ୍ଦିନ ଯାତ୍ରୀମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ ରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବା ପାଇଁ ସ୍ଥିର କରାଯାଇଅଛି I  ଏହି ଟ୍ରେନ ଭୁବନେଶ୍ୱର ଠାରୁ ଚଳିତ ମାସ ୧୧ ତାରିଖ ଠାରୁ ଭୁବନେଶ୍ୱର ଠାରୁ ଏବଂ ୧୨ ତାରିଖ ଠାରୁ ଅନୁଗୁଳ ରୁ ଏହାର ପୂର୍ବ ଗଠନ ୧୨ କୋଚ ବଦଳରେ ୧୬ଟି କୋଚ ରେ ଚଳାଚଳ କରିବ ଇ ଏହା ଓଡିଶା ଅଞ୍ଚଳରେ ଦୀର୍ଘ ପଥ ମେମୁ ଟ୍ରେନ ଅଟେ  I

Share. Facebook Twitter LinkedIn Email WhatsApp Copy Link

Related Posts

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026
Latest News

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.