Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାଭାଇରସକୁ ନେଇ ସୁଦର୍ଶନଙ୍କ ପୁରୀ ବେଳାଭୂମିରେ ବାଲୁକା କଳା, ବିଶ୍ବ ସ୍ତରରେ ପ୍ରସଂଶାର ସୁଅ
ବିଶେଷ ଖବର

କରୋନାଭାଇରସକୁ ନେଇ ସୁଦର୍ଶନଙ୍କ ପୁରୀ ବେଳାଭୂମିରେ ବାଲୁକା କଳା, ବିଶ୍ବ ସ୍ତରରେ ପ୍ରସଂଶାର ସୁଅ

February 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁବ୍ରତ ନାୟକ

ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି ଭାଇରସରୁ ମୁକ୍ତ କରିବା ପ୍ରସାୟକୁ ସମର୍ଥନ କରୁଛି ବୋଲି ସୁଦର୍ଶନ ଏକ ବାର୍ତ୍ତା ଦେଇଛନ୍ତି। ସେ ବାଲୁକା କଳା ମାଧ୍ୟମରେ କହିଛନ୍ତି ଯେ, ‘ଚୀନ ଆମେ ତୁମ ପଛରେ ଅଛୁ’।

ଏହି ବାଲୁକା କଳାକୁ ସୁଦର୍ଶନ ତାଙ୍କ ଟୁଇଟରେ ଦେବା ପରେ ଭାରତ କାହିଁକି ସାରା ବିଶ୍ବରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଚୀନ ରାଷ୍ଟ୍ରଦୂତ ସନ ୱଇଡଙ୍ଗ ଏହି ଟୁଇଟ ରିପ୍ଲାଇରେ ସୁଦର୍ଶନଙ୍କ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ  ଟେଡ୍ରୋସ ଆଧାନୋମ ଗିବ୍ରେୟିସସ୍ ମଧ୍ୟ ରିପ୍ଲାଇରେ ଲେଖିଛନ୍ତି ଯେ, ସୁଦର୍ଶନ ବାଲୁକା କଳା ମଧ୍ୟମରେ ସଚେତନତା କରାଇବା ଏକ ଭିନ୍ନ ପ୍ରକାରର ପ୍ରୟାସ। ଏହା ନିଶ୍ଚିତ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଶେଷରେ ‘ଧନ୍ୟବାଦ ସୁଦର୍ଶନ’ ବୋଲି ଲେଖିଛନ୍ତି।

ସେହିପରି ବହୁ ପ୍ରସଂଶକ ତାଙ୍କ ଟୁଇଟର ରିପ୍ଲାଇରେ ଅଜସ୍ର ପ୍ରସଂଶା କରିବାରେ ଲାଗିଛନ୍ତି। ଜଣେ ପ୍ରସଂଶକ ଲେଖିଛନ୍ତି ଯେ, ଆମେ ସମସ୍ତେ ମାନବ, ଯେ କୌଣସି ମାଧ୍ୟମ ହେଉ ନା କାହିଁକି ଅନ୍ୟକୁ ସାହାର୍ଯ୍ୟ କରିବା ଦରକାର ବୋଲି୍ ଲେଖିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ, ଏହା ହେଉଛି ଭାରତ, ଆଉ ଅନ୍ୟକୁ ସାହାର୍ଯ୍ୟ କରିବା ଭାରତୀୟଙ୍କ ସଂସ୍କୃତି ବୋଲି କହିଛନ୍ତି। ଅନ୍ୟଜଣେ ମଧ୍ୟ ଏହି ବାଲୁକା କଳାର ସୌନ୍ଦର୍ଯ୍ୟକୁ ପ୍ରସଂଶା କରିବା ସହ ସାମାଜିକ ବାର୍ତ୍ତା ଦେବା ଏକ କଳା ବୋଲି କହିଛନ୍ତି।

ସୁଦର୍ଶନଙ୍କ ଏହି ଟୁଇଟି ପ୍ରବଳ ମାତ୍ରାରେ ପ୍ରତିକ୍ରିୟା ଆସିବାରେ ଲାଗିଛି। ଭାରତରୁ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ବିଶ୍ବ ସ୍ତରୀୟ ନ୍ୟୁଜ୍ କଂପାନୀ ସୁଦର୍ଶନଙ୍କ ଟୁଇଟକୁ ରିଟୁଇଟ ମଧ୍ୟ କରିଛନ୍ତି।

PuriBeach SudershanPattnaik
Share. Facebook Twitter LinkedIn Email WhatsApp Copy Link

Related Posts

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026
Latest News

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ଟିଏମସିର ନିର୍ବାଚନୀ ଚିହ୍ନ ଫ୍ରିଜ୍

September 17, 2026

ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.