Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଆଜି ଟୀକାଦାନ ଦିବସ ଉପଲକ୍ଷେ ବାଲୁକା କଳା କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ। ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କରୋନା ଟୀକା। ଦୀର୍ଘ ନଅ ମାସ ଧରି ସାରା ବିଶ୍ବ କରୋନା ଭୂତାଣୁ ଦ୍ବାରା ଅସ୍ତବ୍ୟସ୍ତ ହୋଇପଡିଛି। ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାତ ମାରିବ। ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହାଲ ସୃଷ୍ଟି ହୋଇଛି।

ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ଅବସରରେ ଆଜି ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ବାଲୁକା କଳା। ସୁଦର୍ଶନ ଏଥିରେ ଏକ ସ୍ଲୋଗାନ ଲେଖିଛନ୍ତି Together We Can Win। ଏଥିସହିତ ସେ ଏହି ବାଲୁକା କଳାରେ ଭାରତ ମାନଚିତ୍ର ଉପରେ କରୋନା ଟୀକା ଦିଆଯାଉଥିବାର କଳା କରିଛନ୍ତି। ପାଖରେ ରହିଛି କରୋନା ଟୀକା। ଆଜିର ଦିନରେ ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇପାରିଛି।

Categories
ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

କରୋନାଭାଇରସକୁ ନେଇ ସୁଦର୍ଶନଙ୍କ ପୁରୀ ବେଳାଭୂମିରେ ବାଲୁକା କଳା, ବିଶ୍ବ ସ୍ତରରେ ପ୍ରସଂଶାର ସୁଅ

ସୁବ୍ରତ ନାୟକ

ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି ଭାଇରସରୁ ମୁକ୍ତ କରିବା ପ୍ରସାୟକୁ ସମର୍ଥନ କରୁଛି ବୋଲି ସୁଦର୍ଶନ ଏକ ବାର୍ତ୍ତା ଦେଇଛନ୍ତି। ସେ ବାଲୁକା କଳା ମାଧ୍ୟମରେ କହିଛନ୍ତି ଯେ, ‘ଚୀନ ଆମେ ତୁମ ପଛରେ ଅଛୁ’।

ଏହି ବାଲୁକା କଳାକୁ ସୁଦର୍ଶନ ତାଙ୍କ ଟୁଇଟରେ ଦେବା ପରେ ଭାରତ କାହିଁକି ସାରା ବିଶ୍ବରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଚୀନ ରାଷ୍ଟ୍ରଦୂତ ସନ ୱଇଡଙ୍ଗ ଏହି ଟୁଇଟ ରିପ୍ଲାଇରେ ସୁଦର୍ଶନଙ୍କ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ  ଟେଡ୍ରୋସ ଆଧାନୋମ ଗିବ୍ରେୟିସସ୍ ମଧ୍ୟ ରିପ୍ଲାଇରେ ଲେଖିଛନ୍ତି ଯେ, ସୁଦର୍ଶନ ବାଲୁକା କଳା ମଧ୍ୟମରେ ସଚେତନତା କରାଇବା ଏକ ଭିନ୍ନ ପ୍ରକାରର ପ୍ରୟାସ। ଏହା ନିଶ୍ଚିତ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଶେଷରେ ‘ଧନ୍ୟବାଦ ସୁଦର୍ଶନ’ ବୋଲି ଲେଖିଛନ୍ତି।

ସେହିପରି ବହୁ ପ୍ରସଂଶକ ତାଙ୍କ ଟୁଇଟର ରିପ୍ଲାଇରେ ଅଜସ୍ର ପ୍ରସଂଶା କରିବାରେ ଲାଗିଛନ୍ତି। ଜଣେ ପ୍ରସଂଶକ ଲେଖିଛନ୍ତି ଯେ, ଆମେ ସମସ୍ତେ ମାନବ, ଯେ କୌଣସି ମାଧ୍ୟମ ହେଉ ନା କାହିଁକି ଅନ୍ୟକୁ ସାହାର୍ଯ୍ୟ କରିବା ଦରକାର ବୋଲି୍ ଲେଖିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ, ଏହା ହେଉଛି ଭାରତ, ଆଉ ଅନ୍ୟକୁ ସାହାର୍ଯ୍ୟ କରିବା ଭାରତୀୟଙ୍କ ସଂସ୍କୃତି ବୋଲି କହିଛନ୍ତି। ଅନ୍ୟଜଣେ ମଧ୍ୟ ଏହି ବାଲୁକା କଳାର ସୌନ୍ଦର୍ଯ୍ୟକୁ ପ୍ରସଂଶା କରିବା ସହ ସାମାଜିକ ବାର୍ତ୍ତା ଦେବା ଏକ କଳା ବୋଲି କହିଛନ୍ତି।

ସୁଦର୍ଶନଙ୍କ ଏହି ଟୁଇଟି ପ୍ରବଳ ମାତ୍ରାରେ ପ୍ରତିକ୍ରିୟା ଆସିବାରେ ଲାଗିଛି। ଭାରତରୁ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ବିଶ୍ବ ସ୍ତରୀୟ ନ୍ୟୁଜ୍ କଂପାନୀ ସୁଦର୍ଶନଙ୍କ ଟୁଇଟକୁ ରିଟୁଇଟ ମଧ୍ୟ କରିଛନ୍ତି।