ଆଜି ଟୀକାଦାନ ଦିବସ ଉପଲକ୍ଷେ ବାଲୁକା କଳା କଲେ ସୁଦର୍ଶନ ପଟ୍ଟନାୟକ

Published: Jan 16, 2021, 12:43 pm IST

ପୁରୀ, ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ। ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କରୋନା ଟୀକା। ଦୀର୍ଘ ନଅ ମାସ ଧରି ସାରା ବିଶ୍ବ କରୋନା ଭୂତାଣୁ ଦ୍ବାରା ଅସ୍ତବ୍ୟସ୍ତ ହୋଇପଡିଛି। ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାତ ମାରିବ। ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହାଲ ସୃଷ୍ଟି ହୋଇଛି।

ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ଅବସରରେ ଆଜି ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ବାଲୁକା କଳା। ସୁଦର୍ଶନ ଏଥିରେ ଏକ ସ୍ଲୋଗାନ ଲେଖିଛନ୍ତି Together We Can Win। ଏଥିସହିତ ସେ ଏହି ବାଲୁକା କଳାରେ ଭାରତ ମାନଚିତ୍ର ଉପରେ କରୋନା ଟୀକା ଦିଆଯାଉଥିବାର କଳା କରିଛନ୍ତି। ପାଖରେ ରହିଛି କରୋନା ଟୀକା। ଆଜିର ଦିନରେ ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇପାରିଛି।

Related posts