Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂକ୍ଷେପରେ ଓଡ଼ିଶା ରାଜ୍ୟ ବଜେଟ୍‌
ବିଶେଷ ଖବର

ସଂକ୍ଷେପରେ ଓଡ଼ିଶା ରାଜ୍ୟ ବଜେଟ୍‌

February 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍‌ । ସମ୍ପୂର୍ଣ୍ଣ ଇ- ବଜେଟ୍‌କୁ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ଥର ବଜେଟ୍‌କୁ ପେପରଲେସ କରି ଆଇପ୍ୟାଡ୍‌ ମାଧ୍ୟମରେ ବଜେଟ୍‌ ଭାଷଣକୁ ପଢିଛନ୍ତି ଅର୍ଥମନ୍ତ୍ରୀ । ରାଜ୍ୟ ବଜେଟ୍‌ର ବ୍ୟୟ ଅଟକଳ 1 ଲକ୍ଷ 50 ହଜାର କୋଟି ଟଙ୍କା ରହିଛି । ପ୍ରଶାସନିକ ବ୍ୟୟ ପରିମାଣ 65 ହଜାର 655 କୋଟି , କାର୍ଯ୍ୟକ୍ରମ ବ୍ୟୟ ପରିମାଣ 74 ହଜାର କୋଟି ରହିଥିବାବେଳେ ରାଜ୍ୟ ବଜେଟ୍‌ର ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ 3 ହଜାର 2 ଶହ କୋଟି ରହିଥିବାବେଳେ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ 7 ହଜାର 145 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସେହିପରି କୃଷି ପାଇଁ 19.408 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।

ବଜେଟ୍‌ ସଂକ୍ଷିପ୍ତ

  • ପୁରୀର ବିକାଶ ପାଇଁ ଅବଢା ଯୋଜନାରେ 3208 କୋଟି ଟଙ୍କାର ଖର୍ଚ୍ଚର ଲକ୍ଷ୍ୟ ରହିଛି।
  • ଏକାମ୍ର କ୍ଷେତ୍ର ବିକାଶ ପାଇଁ 150 କୋଟି ଟଙ୍କା ବ୍ୟୟବରାଦ ରହିଛି ।
  • ସେହିପରି କଟକ, ଭିତରକନିକା ସମ୍ବଲପୁରୀ ପାଇଁ ମଧ୍ୟ ବ୍ୟୟ ବରାଦ କରାଯାଇଛି ।
  • ସ୍ବାସ୍ଥ୍ୟ ସେବା ପାଇଁ 5 ବର୍ଷରେ ବଜେଟ୍‌ 7700 କୋଟିକୁ ବୃଦ୍ଧି
  • ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 1108 କୋଟି ଟଙ୍କାର ବ୍ୟୟବରାଦ
  • ସ୍ବାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ 1652 କୋଟି ବ୍ୟୟ ବରାଦ
  • କଟକ ଏସ୍‌ସିବି ବିକାଶ ପାଇଁ 2 ବର୍ଷର 1 ହଜାର କୋଟି ଖର୍ଚ୍ଚ କରାଯିବ ।
  • ଆଉ 7ଟି ମେଡିକାଲ୍‌ କଲେଜର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ କରାଯାଉଛି ।
  • ମୋ ସ୍କୁଲ ଓ କଲେଜ ପାଇଁ ଯଥାକ୍ରମେ 40 ଓ 20 କୋଟିର ବ୍ୟୟ ବରାଦ ରହିଛି ।
  • ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 22, 631 କୋଟି ଟଙ୍କା
  • ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ 4075 କୋଟିର ବ୍ୟୟ ବରାଦ ।
  • ମମତା ଯୋଜନା ପାଇଁ 305 କୋଟି ଟଙ୍କାର ବ୍ୟବସ୍ଥା ରହିଛି ।
  • ମିଶନ ଶକ୍ତି ଯୋଜନା ପାଇଁ 150 କୋଟି ଟଙ୍କାର ବ୍ୟୟବରାଦ ରହିଛି ।
  • ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ଯୋଜନାରେ ପ୍ରାକ୍‌ ଶିଶୁମାନଙ୍କୁ ପୋଷାକ
  • ମନରେଗା ପାଇଁ ମୋଟ୍‌ 1501 କୋଟି ଟଙ୍କାର ବ୍ୟୟ ବରାଦ ।
  • ଜାତୀୟ ଜୀବିକା ମିଶନ ପାଇଁ 852 କୋଟି ଟଙ୍କାର ବ୍ୟୟ ବରାଦ ।
  • ଏସ୍‌/ଏସ୍‌ଟି ବିକାଶ ପାଇଁ ମୋଟ 23,808 କୋଟିର ବ୍ୟୟ ବରାଦ ।
  • ମଧୁବାବୁ ପେନ୍‌ସେନ୍‌ ଯୋଜନା ପାଇଁ 1818 କୋଟିର ବ୍ୟୟବରାଦ ।
  • ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ 1038 କୋଟିର ବ୍ୟୟ ବରାଦ ।
  • ସ୍ମାର୍ଟ ସିଟି ବିକାଶ ପାଇଁ 200 କୋଟିର ବ୍ୟୟ ବରାଦ ।
  • ନୂତନ ସହରର ବିକାଶ ପାଇଁ 50 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
  • ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ 6180 କୋଟିଟଙ୍କାର ବ୍ୟୟ ବରାଦ ।
  • ଚଳିତ ଆର୍ଥିକ ବର୍ଷରେ 60% ଗ୍ରାମାଞ୍ଚଳକୁ ପାଇପ ପାଣି ଯୋଗାଣର ଲକ୍ଷ୍ୟ ରଖାଯାଇଛି ।
  • ପାଇପ ପାଣି ଜଳ ଯୋଗାଣ ପାଇଁ ମୋଟ 8 ହଜାର କୋଟି ବ୍ୟୟ ବରାଦ ରଖାଯାଇଛି।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ପାଇଁ 3962 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
  • ବିପର୍ଯ୍ୟୟ ପରିଚାଳନା ପାଇଁ 3200 କୋଟିର ବ୍ୟୟ ବରାଦ ରହିଛି ।
  • ରେଳ ଭିତ୍ତିଭୂମି ପାଇଁ 400 କୋଟି
  • ଏୟାର ଷ୍ଟ୍ରିପ୍‌ ପାଇଁ 100 କୋଟି
  • ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ 162 କୋଟି
  • ଖଣି କ୍ଷେତ୍ର ପାଇଁ 182 କୋଟିର ବ୍ୟୟ ବରାଦ
  • ପୀଡିତ କ୍ଷତିପୂରଣ ପାଇଁ 25 କୋଟିର ବ୍ୟୟ ବରାଦ ।
  • ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 401 କୋଟି ଟଙ୍କାର ବ୍ୟୟବରାଦ ରହିଛି ।
  • କ୍ରୀଡ଼ା ଯୁବସେବା ପାଇଁ 301 କୋଟି ର ବ୍ୟୟ ବରାଦ ରହିଛି ।
  • ଗ୍ରୀନ୍‌ ମହାନଦୀ ମିଶନ ପାଇଁ 31 କୋଟିର ବ୍ୟୟ ବରାଦ ରହିଛି ।
  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପାଇଁ 100 କୋଟିଟଙ୍କାର ବ୍ୟୟ ବରାଦ ରହିଛି ।
  • ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ 5974 କୋଟିର ବ୍ୟୟ ବରାଦ ରହିଛି ।
  • 2020 ମେକ୍‌ ଇନ୍‌ ଓଡ଼ିଶା ପାଇଁ 70 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
  • OSRTCରେ ନୂଆ ବସ୍‌ କିଣିବା ପାଇଁ 50 କୋଟି, ବସ୍‌ଷ୍ଟାଣ୍ଡର ପୁନଃଉଦ୍ଧାର ଓ ନିର୍ମାଣ ପାଇଁ 77 କୋଟି ଟଙ୍କା
  • ବିଜୁ ସେତୁ ଯୋଜନା ପାଇଁ 1000କୋଟି ଟଙ୍କା
  • PMGSY ସଡ଼କ ରକ୍ଷଣାବେକ୍ଷଣ ପାଇଁ 303 କୋଟି ଟଙ୍କାର ବ୍ୟୟ ବରାଦ
  • ରାଜ୍ୟ ରାଜପଥ ପାଇଁ 100 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।
  • କେନ୍ଦ୍ର ସଡ଼କ ପାଣ୍ଠି ପାଇଁ 431 କୋଟି ଟଙ୍କାର ବ୍ୟୟ ବରାଦ
  • ସଡ଼କର ରକ୍ଷଣାବେକ୍ଷଣ ପାଇଁ 785 କୋଟି ଟଙ୍କାର ବ୍ୟୟ ବରାଦ
  • ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ 81 କୋଟି ଟଙ୍କା ରହିଥିବାବେଳେ ବୃଦ୍ଧାଶ୍ରମ ପାଇଁ 189କୋଟି ଟଙ୍କା ବ୍ୟୟ ବରାଦ ।
  • ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ 80 କୋଟି ଟଙ୍କାର ବ୍ୟୟ ବରାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Latest News

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026

ଅପରେସନ ସାଇବର କବଚ: ୩୬୫ ଅଭିଯୁକ୍ତ ଗିରଫ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.