ବ୍ରହ୍ମାଣ୍ଡ ସୁନ୍ଦରୀ 2020ରେ ଭାରତର ପ୍ରତିନିଧିତ୍ବ କରିବେ ଆଡଲିନେ କାସେଲିନୋ

Published: Feb 23, 2020, 4:46 pm IST

ନୂଆଦିଲ୍ଲୀ : ବ୍ରହ୍ମାଣ୍ଡ ସୁନ୍ଦରୀ 2020ରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଆଡଲିନେ କାସେଲିନୋ । ମିସ୍‌ ଡିଭା ୟୁନିଭର୍ସ 2020ରେ ବିଜୟୀ ହେବା ସହିତ କାସେଲିନୋ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଶନିବାର ଅନୁଷ୍ଠିତ ପ୍ରତିଯୋଗିତାରେ ଉଡୁପୀର କସେଲିନୋ ବିଜୟୀ ହୋଇଥିବା ବେଳେ ବର୍ତ୍ତିକା ସିଂ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଜବଲପୁରର ଅବ୍ରିତି ଚୌଧୁରୀ ମିସ୍‌ ୟୁନିଭର୍ସ ସୁପର ନ୍ୟାଚୁରାଲ୍‌ ଘୋଷଣା କରାଯାଇଥିବା ବେଳେ ପୁନେର ନେହା ଜୟସ୍ବାଲ ଦ୍ବିତୀୟ ରନର୍‌ ଅପ୍‌ ହୋଇଥିଲେ । ଉଭୟଙ୍କୁ ଯଥାକ୍ରମେ ଶେଫାଳୀ ସୁଦ୍‌ ଏବଂ ରୋଶନୀ ସିଓରାନ୍‌ ମୁକୁଟ ପିନ୍ଧାଇଥିଲେ । ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା କାସେଲିନୋଙ୍କୁ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତ ଶୁଭେଚ୍ଛା ଜଣାଇଛନ୍ତି ।

Related posts