ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିଜେପି ନେତୃତ୍ବ ଦାୟୀ : ଓଓ୍ବେସୀ

Published: Feb 25, 2020, 3:31 pm IST

ହାଇଦ୍ରାବାଦ : ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିଜେପି ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓଓ୍ବେସୀ । ସିଏଏକୁ ନେଇ ସଙ୍ଗଠିତ ହିଂସାରେ ବର୍ତ୍ତମାନ ସୁଦ୍ଧା ଉତ୍ତର ପୂର୍ବ ଦିଲ୍ଲୀରେ 7 ଜଣଙ୍କର ମୃତ୍ୟୁ ଘଟିଛି । ହାଇଦ୍ରାବାଦର ଅନ୍ୟତମ ସାଂସଦ ଜି କିଶାନ ରେଡ୍ଡୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓଓ୍ବେସୀ । ହାଇଦ୍ରାବାଦରେ ମିଠା ଖାଇବା ଅପେକ୍ଷା ଦିଲ୍ଳୀର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଓଓ୍ବେସୀ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଅଶାନ୍ତି ଲାଗି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ହାଇଦ୍ରାବାଦରେ ଅବସ୍ଥାନ କରିବା ଆଶ୍ଚର୍ଯ୍ୟ ଜନକ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଟ୍ରମ୍ପଙ୍କ ଗସ୍ତ ସମୟରେ ବିପକ୍ଷ ଦଳଙ୍କ ପକ୍ଷରୁ ଜାଣିଶୁଣି ହିଂସାକାଣ୍ଡ ଘଟାଉଛନ୍ତି ବୋଲି କିଶାନ ରେଡ୍ଡୀ ମତ ଦେଇଥିଲେ । କୌଣସି ବି ପରସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି ରେଡ୍ଡୀ ମତ ଦେଇଥିଲେ । (ଏଜେନ୍ସି)

Related posts