Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ : ଓଓ୍ବେସୀ

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ହିଂସାକାଣ୍ଡରେ ମୃତାହତ ସମସ୍ତ ବ୍ୟକ୍ତି ଭାରତୀୟ ତେଣୁ ଭାରତବାସୀଙ୍କ ପ୍ରାଣହାନି ପାଇଁ ସରକାର ଦାୟିତ୍ବ ଗ୍ରହଣ କରିବା ଉଚିତ୍‌ ବୋଲି ଓଓ୍ବେସୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋ ହଲ୍ଲା କରାଯିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଚାରମିନାର୍‌ରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚକୁ ଓଓ୍ବେସୀଙ୍କ ନାପସନ୍ଦ

ହାଇଦ୍ରାବାଦ : ଚାରମିନାର ସମ୍ମୁଖରେ ହାଇଦ୍ରାବାଦ ପୋଲିସ୍‌ର ଫ୍ଲାଗମାର୍ଚ୍ଚକୁ ନାପସନ୍ଦ କରିଛନ୍ତି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ । କେବଳ ଚାରମିନାର ସମ୍ମୁଖରେ କାହିଁକି ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି ବୋଲି ଓଓ୍ବେସୀ ଟ୍ବିଟ୍‌ କରିଥିଲେ । ସିକନ୍ଦରାବାଦ ରେଳ ଷ୍ଟେସନ୍‌, ହାଇଟେକ୍‌ ସିଟି କିମ୍ବା କୌଣସି ଆମେରିକୀୟ କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ କାହିଁକି ଫ୍ଲାଗମାର୍ଚ୍ଚ କରାଯାଉନାହିଁ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ତେଲେଙ୍ଗାନା ପୋଲିସ୍‌ର ରାପିଡ୍‌ ଆକ୍ସନ୍‌ ଫୋର୍ସ ଟିମ୍‌ ପକ୍ଷରୁ ଏହି ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ପରେ ସୁରକ୍ଷାମୂଳକ ପଦକ୍ଷେପ ସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିଜେପି ନେତୃତ୍ବ ଦାୟୀ : ଓଓ୍ବେସୀ

ହାଇଦ୍ରାବାଦ : ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିଜେପି ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓଓ୍ବେସୀ । ସିଏଏକୁ ନେଇ ସଙ୍ଗଠିତ ହିଂସାରେ ବର୍ତ୍ତମାନ ସୁଦ୍ଧା ଉତ୍ତର ପୂର୍ବ ଦିଲ୍ଲୀରେ 7 ଜଣଙ୍କର ମୃତ୍ୟୁ ଘଟିଛି । ହାଇଦ୍ରାବାଦର ଅନ୍ୟତମ ସାଂସଦ ଜି କିଶାନ ରେଡ୍ଡୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓଓ୍ବେସୀ । ହାଇଦ୍ରାବାଦରେ ମିଠା ଖାଇବା ଅପେକ୍ଷା ଦିଲ୍ଳୀର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଓଓ୍ବେସୀ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଅଶାନ୍ତି ଲାଗି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ହାଇଦ୍ରାବାଦରେ ଅବସ୍ଥାନ କରିବା ଆଶ୍ଚର୍ଯ୍ୟ ଜନକ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଟ୍ରମ୍ପଙ୍କ ଗସ୍ତ ସମୟରେ ବିପକ୍ଷ ଦଳଙ୍କ ପକ୍ଷରୁ ଜାଣିଶୁଣି ହିଂସାକାଣ୍ଡ ଘଟାଉଛନ୍ତି ବୋଲି କିଶାନ ରେଡ୍ଡୀ ମତ ଦେଇଥିଲେ । କୌଣସି ବି ପରସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି ରେଡ୍ଡୀ ମତ ଦେଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଓଓ୍ବେସୀଙ୍କ ବିରୋଧରେ ବିଜେପି ସାଂସଦଙ୍କ ଅଶାଳୀନ ମନ୍ତବ୍ୟ

ନିଜାମାବାଦ,04/01: ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀଙ୍କ ବିରୋଧରେ ବିଜେପି ସାଂସଦ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସିଏଏକୁ ଓଓ୍ବେସୀ ବିରୋଧ କରିଥିବାରୁ ନିଜାମାବାଦ ସାଂସଦ ଧରମପୁରୀ ଅରବିନ୍ଦ ଏହି ମନ୍ତବ୍ୟ ଦେଇଛନ୍ତି । ଓଓ୍ବେସୀଙ୍କୁ କ୍ରେନ୍‌ରେ ଓଲଟା ଟଙ୍ଗାଇ ତାଙ୍କ ଦାଢି କାଟି ଦିଆଯିବା ଉଚିତ । ଏହି ଦାଢିକୁ କଟାଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ମୁହଁରେ ଲଗାଯିବା ଉଚିତ୍‌ ବୋଲି ଅରବିନ୍ଦ ମତ ଦେଇଛନ୍ତି । ନିଜାମାବାଦରେ ସିଏଏ ବିରୋଧରେ ଓଓ୍ବେସୀ ଏକ ସଭା କରିବା ପରେ ଏହି ମତ ଦେଇଛନ୍ତି ଅରବିନ୍ଦ । ଏହା ସହିତ କେସିଆରଙ୍କୁ ଜଣେ ମୌଲବୀ ଏବଂ କେଟିଆରଙ୍କୁ ନାସ୍ତିକ ଭାବରେ ଅଭିହିତ କରିଛନ୍ତି ଅରବିନ୍ଦ । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ହାଇଦ୍ରାବାଦ,24/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ । ସିଏଏକୁ ନେଇ ବିଜେପି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିବା ବେଳେ ଏନ୍‌ଆରସି ଲାଗୁ କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦୀଙ୍କ ଏହି ମନ୍ତବ୍ୟ କିଛି ବୁଝା ପଡୁନାହିଁ । ଏନ୍‌ଆରସି ଲାଗୁ କରାଗଲେ ସମଗ୍ର ଦେଶରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଓଓ୍ବେସୀ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଆସନ ହରାଇବା ନେଇ ମମତା ଭୟଭୀତ : ଓଓ୍ବେସୀ

ପଶ୍ଚିମବଙ୍ଗରେ ଆସନ ହରେଇବା ନେଇ ମମତା ଭୟଭୀତ ଅଛନ୍ତି ବୋଲି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ ମତ ଦେଇଛନ୍ତି । ଗତକାଲି ଓଓ୍ବେସୀଙ୍କ ଦଳ ଏଆଇଏମଆଇଏମ ପଶ୍ଚିମବଙ୍ଗରେ ନିର୍ବାଚନରେ ଅଂଶଗ୍ରହଣ ନେଇ ଘୋଷଣା କରିଥିଲା । ଏହା ପରେ ମମତା ଓଓ୍ବେସୀଙ୍କ ଦଳକୁ ଉଗ୍ର ମୁସଲିମ ମାନସିକତା ଦଳ ବୋଲି କହିଥିଲେ । ଏହି ଘୋଷଣା ପରେ ମଙ୍ଗଳବାର ଦିନ ଓଓ୍ବେସୀ ମମତାଙ୍କୁ ପ୍ରତି ଆକ୍ରମଣ କରିଛନ୍ତି । ସାମାଜିକ ବିକାଶ କ୍ଷେତ୍ରରେ ପଶ୍ଚିମବଙ୍ଗ ପଛୁଆ ରହିଥିବା ବେଳେ ଦିଦି ଏଆଆଇଏମଏମ୍‌କୁ ଆକ୍ରମଣ କରିବା ପରାଜୟକୁ ନେଇ ସେ କେତେ ଭୟଭୀତ ତାହା ପ୍ରମାଣ କରୁଛି । ମମତା ଉଗ୍ର ଚିନ୍ତାଧାରା ଦଳ କଥା କହୁଛନ୍ତି ମାତ୍ର ବିଜେପି ପଶ୍ଚିମବଙ୍ଗରେ 42ରୁ 18 ଲୋକସଭା ଆସନରେ କିପରି ବିଜୟୀ ହେଲା ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି ।