ଚାରମିନାର୍‌ରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚକୁ ଓଓ୍ବେସୀଙ୍କ ନାପସନ୍ଦ

Published: Feb 29, 2020, 11:54 am IST

ହାଇଦ୍ରାବାଦ : ଚାରମିନାର ସମ୍ମୁଖରେ ହାଇଦ୍ରାବାଦ ପୋଲିସ୍‌ର ଫ୍ଲାଗମାର୍ଚ୍ଚକୁ ନାପସନ୍ଦ କରିଛନ୍ତି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ । କେବଳ ଚାରମିନାର ସମ୍ମୁଖରେ କାହିଁକି ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି ବୋଲି ଓଓ୍ବେସୀ ଟ୍ବିଟ୍‌ କରିଥିଲେ । ସିକନ୍ଦରାବାଦ ରେଳ ଷ୍ଟେସନ୍‌, ହାଇଟେକ୍‌ ସିଟି କିମ୍ବା କୌଣସି ଆମେରିକୀୟ କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ କାହିଁକି ଫ୍ଲାଗମାର୍ଚ୍ଚ କରାଯାଉନାହିଁ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ତେଲେଙ୍ଗାନା ପୋଲିସ୍‌ର ରାପିଡ୍‌ ଆକ୍ସନ୍‌ ଫୋର୍ସ ଟିମ୍‌ ପକ୍ଷରୁ ଏହି ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ପରେ ସୁରକ୍ଷାମୂଳକ ପଦକ୍ଷେପ ସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । (ଏଜେନ୍ସି)

Related posts