ଦୁଇ ବରଯାତ୍ରୀ ଦଳ ମଧ୍ୟରେ ହାତାହାତି : ପାଞ୍ଚ ଆହତ

Published: Feb 27, 2020, 10:47 am IST

କନ୍ଦର୍ପ ବେହେରା

ରେଢାଖୋଲ : ଦୁଇ ବରଯାତ୍ରୀ ଦଳ ମଧ୍ୟରେ ମାରପିଟ୍‌ ହେବା ସହ ପାଞ୍ଚ ଜଣ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ହସ୍ତଗତ ହୋଇଛି।

ଗତକାଲି ରାତି 10ଟା ସମୟରେ ରେଢାଖୋଲରୁ କୁକୁଡାବାହାଳି ଗ୍ରାମକୁ ବରଯାତ୍ରୀ ଦଳ ଯାଉଥିଲେ। ଆଉ ଗୋଟିଏ ବରଯାତ୍ରୀ ଦଳ ରେଢାଖୋଲ ଏନ୍‌ଏସି ପାତୁଲିପାଲିରୁ ବାହାରି ସାନନୂଆଁପଡା ବାହାରିଥିଲେ। ଧୁମଧାମ୍‌ରେ ବାହାଘର ମଜା ନେଇ ନିଜ ନିଜ ଗ୍ରାମକୁ ଫେରୁଥିବାବେଳେ ବାଟରେ ଦୁଇବର ଯାତ୍ରୀ ଦଳ ମଧ୍ୟ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇ ହାତାହାତି ହୋଇଥିଲେ। ଶେଷରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଏଥିରେ 5ଜଣ ଗୁରୁତର ଆହତ ହୋଇଥିବାର ସୂଚନା ରହିଛି। ଆହତମାନେ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ସୂଚନା ରହିଛି।

 

Related posts