ଭୁବନେଶ୍ୱର: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରି ପୂର୍ବ ତଟ ରେଳପଥ ଏହାର ମୁଖ୍ୟାଳୟ ରେଳ ସଦନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରଠ।ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଛି। ଏହି ଅବସରରେ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଜାତୀୟ ଏକତା ଦିବସ ପାଳନ ସହ ଏକ ସ୍ପନ୍ଦନଶୀଳ “ଏକତା ପାଇଁ ରନ୍” ରାଲି ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଶ୍ରୀ ଫୁଙ୍କୱାଲ ପୂର୍ ତଟ ରେଳପଥର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କରାଇଥିଲେ। ଏହି ଶପଥ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ସୁରକ୍ଷିତ ରଖିବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ପରିକଳ୍ପିତ ଜାତୀୟ ସଂହତିର ଆଦର୍ଶକୁ ବଜାୟ ରଖିବା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିଥିଲା।
ଶପଥ ପାଠ କାର୍ଯ୍ୟକ୍ରମ ପରେ ମହାପ୍ରବନ୍ଧକ ରେଳ ସଦନ ସମ୍ମୁଖରେ “ଏକତା ପାଇଁ ରନ୍” ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲିରେ ରେଳ ଅଧିକାରୀ, କର୍ମଚାରୀ, ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀ, କ୍ରୀଡ଼ାବିତ୍ ଏବଂ ବରିଷ୍ଠ ଅଧିକାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା ଏକତା ଏବଂ ଜାତୀୟ ଗର୍ବର ଦୃଢ଼ ଭାବନାକୁ ପ୍ରତିଫଳିତ କରିଥିଲା।
ଏହି ଅବସରରେ ପୂର୍ବ ତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଏକତା, ଅଖଣ୍ଡତା ଓ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜନା ପୂର୍ବ ତଟ ରେଳପଥର କାର୍ମିକ ବିଭାଗ ପକ୍ଷରୁ କରାଯାଇଥିଲା।
ରାଷ୍ଟ୍ରୀୟ ଏକତା ଦିବସ ପାଳନ ଦେଶକୁ ଏକତ୍ର କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅମୂଲ୍ୟ ଅବଦାନର ସ୍ମରଣ କରାଇଥାଏ ଏବଂ ଭାରତର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ସୁରକ୍ଷିତ ରଖିବାରେ ପ୍ରତ୍ୟେକ ନାଗରିକଙ୍କ ସହଭାଗୀ ଦାୟିତ୍ୱକୁ ସୁଦୃଢ଼ କରିଥାଏ।


