Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି।

ଦେଶ ପ୍ରତି ତାଙ୍କ ଉତ୍ସର୍ଗକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ବାଜପେୟୀ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଦେଶର ସମସ୍ତ ପରିବାରଜନଙ୍କ ପକ୍ଷରୁ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କୁ କୋଟି କୋଟି ପ୍ରଣାମ। ମା ଭାରତୀ ପାଇଁ ତାଙ୍କ ସମର୍ପଣ ଏବଂ ସେବା ଭାବ ଅମୃତକାଳରେ ବି ପ୍ରେରଣାର ସ୍ରୋତ ହୋଇ ରହିବ।’

Categories
ଆଜିର ଖବର ଜାତୀୟ ଖବର

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ତାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି ଯେ, ତାଙ୍କ ନିଃସ୍ୱାର୍ଥପର ସେବା ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଭାବ ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ।’

Categories
ଆଜିର ଖବର ଜାତୀୟ ଖବର

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ସାମାଜିକ ସଂସ୍କାର ଏବଂ ପଛୁଆ ବର୍ଗର ଲୋକଙ୍କ ଉତ୍ଥାନ ପାଇଁ ତାଙ୍କ  ଅବିରତ ଉଦ୍ୟମ ଆମକୁ ପ୍ରେରଣା ଦେଇଥାଏ। ତାଙ୍କ ନିଃସ୍ୱାର୍ଥପରତା ଏବଂ ଏକତା ଭାବନା ଆଗକୁ ମଧ୍ୟ ମାନବକୁ ମାର୍ଗଦର୍ଶନ କରିବ।’

Categories
ଆଜିର ଖବର ଜାତୀୟ ଖବର

ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ମୋର ଶୁଭେଚ୍ଛା। ଦେଶ ପାଇଁ ସେମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ। ଏଥିସହ ମେଜର ଧ୍ୟାନଚାନ୍ଦଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରୁଛି।’

Categories
ଆଜିର ଖବର ଜାତୀୟ ଖବର

ମହାରାଜା ବୀର ବିକ୍ରମ ମାଣିକ୍ୟ ବାହାଦୂରଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଜା ବୀର ବିକ୍ରମ ମାଣିକ୍ୟ ବାହାଦୂରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମହାରାଜା ବୀର ବିକ୍ରମ ମାଣିକ୍ୟ ବାହାଦୂରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସ୍ମରଣ କରୁଛି। ତାଙ୍କ ଦର୍ଶନ ଏବଂ ନେତୃତ୍ୱ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ। ସେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏ କି ତ୍ରିପୁରାର ସାମାଜିକ-ଅର୍ଥନୈତିକ ପ୍ରଗତି ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ’।

Categories
ଆଜିର ଖବର ଜାତୀୟ ଖବର

ଜନ୍ମବାର୍ଷିକୀରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ମହାନ ରାଷ୍ଟ୍ରବାଦୀ ଚିନ୍ତକ, ଶିକ୍ଷାବିତ୍ ଏବଂ ଭାରତୀୟ ଜନସଂଘ ସଂସ୍ଥାପକ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ଏକ ସଶକ୍ତ ଭାରତବର୍ଷର ନିର୍ମାଣ ପାଇଁ ସେ ନିଜ ଜୀବନ ସମର୍ପିତ କରିଦେଇଥିଲେ। ତାଙ୍କ ଆଦର୍ଶ ଏବଂ ସିଦ୍ଧାନ୍ତ ଦେଶର ସବୁ ପିଢ଼ିକୁ ପ୍ରେରିତ କରିବ।’