ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Published: Oct 11, 2023, 4:21 pm IST

ନୂଆଦିଲ୍ଲୀ: ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ତାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି ଯେ, ତାଙ୍କ ନିଃସ୍ୱାର୍ଥପର ସେବା ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଭାବ ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ।’

Related posts