Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରଙ୍କ ପକେଟରେ ଅଦାଲତ ଓ ନ୍ୟାୟ ବ୍ୟବସ୍ଥା, ଗଣତନ୍ତ୍ର ପାଇଁ ସବୁଠୁ ବଡ ପରୀକ୍ଷାର ସମୟ!!
ବିଶେଷ ଖବର

ସରକାରଙ୍କ ପକେଟରେ ଅଦାଲତ ଓ ନ୍ୟାୟ ବ୍ୟବସ୍ଥା, ଗଣତନ୍ତ୍ର ପାଇଁ ସବୁଠୁ ବଡ ପରୀକ୍ଷାର ସମୟ!!

February 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିନ ସାରା ଦିଲ୍ଲୀ ଦଙ୍ଗାର ଶୁଣାଣି ସାରି ଘରକୁ ଫେରିଥିବା ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ବଦଳି ଆଦେଶ ଅପେକ୍ଷା କରି ରହିଥିଲା। ଦିଲ୍ଲୀ ଜଳୁଥିବା ସମୟରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୋଲିସ, ଦିଲ୍ଲୀ ସରକାର ଓ ଭାରତ ସରକାରଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ। ଏହି ଦଙ୍ଗାର ମୂଳ କାରଣ ବୋଲି କୁହାଯାଉଥିବା ବିଭିନ୍ନ ରାଜନେତାଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରିବାକୁ ଜଷ୍ଟିସ ମୁରଲୀଧରଙ୍କ ନିର୍ଦ୍ଦେଶ ସରକାରୀ ଦଳକୁ ଭଲ ନ ଲାଗିବା ସ୍ଵାଭାବିକ। ଏହି ପୃଷ୍ଠଭୂମିରେ ତୁରନ୍ତ ଜଷ୍ଟିସ ମୁରଲୀଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବିଦା କରିବା ସରକାରଙ୍କର ପ୍ରଧାନ ଦାୟିତ୍ଵ ଥିଲା। ତେବେ ମୋଦୀ ସରକାରଙ୍କର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମାମଲାରେ ସଫେଇ ଦେଇ ବଡ ନିରୀହ ଭାବରେ କହିଚ୍ଚ୍ହାନ୍ତି ଯେ, ଏହା ଏକ ନିୟମିତ ବଦଳି ପ୍ରକ୍ରିୟା। ତେବେ ନିୟମିତ ବଦଳି ପ୍ରକ୍ରିୟାଟି ସଂଯୋଗ ବଶତଃ ଦିଲ୍ଲୀ ଦଙ୍ଗାର ଶୁଣାଣି ପରେ ଇ ହେବାର ଥିଲା ନା ଏହା ନ୍ୟାୟ ବ୍ୟବସ୍ଥାରେ ଭାରତ ସରକାରଙ୍କର ଅସହିଷ୍ଣୁ ପ୍ରହାର, ତାର ଆଲୋଚନା ଅବଶ୍ୟ ହେବ।

ତେବେ ଏ କଥା ସତ ଯେ ଦୁଇ ସପ୍ତାହ ଆଗରୁ ସୁପ୍ରିମ କୋର୍ଟର କଲେଜିୟମ  ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ମୁରଲୀଧର, ବମ୍ବେ ହାଇକୋର୍ଟର ଜଷ୍ଟିସ ମୋରେ ଏବଂ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ମଲ୍ଲିମଥଙ୍କୁ ବଦଳି କରିଥିଲେ। ଦିଲ୍ଲୀ ଦଙ୍ଗାର ଶୁଣାଣି ଆରମ୍ଭ ହେବା କ୍ଷଣି ଏହି ତିନି ବିଚାରପତିଙ୍କର ବଦଳି ଆଦେଶ ରାତାରାତି ବାହାରି ପଡିଲା। କେବଳ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ସଠିକ ଦର୍ଶାଇବାକୁ ଯାଇ ଅନ୍ୟ ଦୁଇ ବିଚାରପତିଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ପ୍ରକ୍ରିୟା ଦୃଷ୍ଟିରୁ ଏହି ବଦଳିକୁ ଯଦି ବି ଉଦ୍ଦେଶ୍ୟମୂଳକ ବୋଲି କୁହାଯିବ ନାହିଁ, ହେଲେ ସମୟକ୍ରମକୁ ଦେଖି ସରକାରଙ୍କର ଯୁକ୍ତି କୁ କିଏ ବା ବିଶ୍ଵାସ କରିବ?

ଗତକାଲି  ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବା ପୂର୍ବରୁ ଏହି ବେଞ୍ଚର ବିଚାରପତି ଜଷ୍ଟିସ ମୁରଲୀଧରଙ୍କୁ କେବଳ ବଦଳି କରାଗଲା ନାହିଁ, ଏଥିଲାଗି ପାଖାପାଖି ଡଜନେ ରୁ ଅଧିକ ବିରୋଧୀ ନେତା ଓ ସରକାର ବିରୋଧୀ ନାଗରିକଙ୍କ ନାମରେ ପିଟିସନ ଦାଖଲ କରାଗଲା। ଦିଲ୍ଲୀ ଦଙ୍ଗାର ନିଆଁ ଲିଭି ନଥିବା ବେଳେ ଏହାର ବିଚାର ପ୍ରକ୍ରିୟାକୁ ଢାଙ୍କିବା ଲାଗି ସରକାରଙ୍କର ଏ ବିକଳ ଉଦ୍ୟମ ଦେଖି, ଯେ କେହି ବି କହିବ ଯେ, ଗୁଜରାଟ ଦଙ୍ଗା ପରେ ଯାହା ଘଟିଥିଲା, ଆଗକୁ ତାହା ହିଁ ଘଟିବାକୁ ଯାଉଛି। ସରକାର ନିଜ ମର୍ଜି ମୁତାବକ ଆଇନ ବ୍ୟବସ୍ଥାକୁ ଚାଳିଆ ରଖିବାକୁ ଚେଷ୍ଟା କରୁଛନ୍ତି ଓ ଦୁର୍ଭାଗ୍ୟଜନକ ଭାବରେ ମାନ୍ୟବର ସୁପ୍ରିମ କୋର୍ଟ ଏ ସଙ୍କ୍ରାନ୍ତରେ ଧୃତରାଷ୍ଟ୍ରର ଭୂମିକା ଗ୍ରହଣ କରୁଛନ୍ତି।

ଜଷ୍ଟିସ ମୁରଲୀଧରଙ୍କ ବଦଳିର ସ୍ପଷ୍ଟ ପ୍ରଭାବ ଗତକାଲି ଅନୁଭବ କରିହେଲା। ୨୪ ଘଣ୍ଟା ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ନେଇ ଦିଲ୍ଲୀ ହାଇ କୋର୍ଟଙ୍କ ମତ ବଦଳିଗଲା। ୨୬ ତାରିଖରେ ଦିଲ୍ଲୀ ହାଇ କୋର୍ଟ କହିଥିଲେ ଦଙ୍ଗା ଉସୁକେଇଥିବା ରାଜନେତାଙ୍କ ବିରୋଧରେ ଏତଲା ଦାୟର କରିବାକୁ ଏତେ ସମୟ ଲାଗିବାର କାରଣ କଣ। ୨୭ ତାରିଖରେ ସେହି କୋର୍ଟ କହିଲେ, ଏ ସମ୍ପର୍କରେ ସରକାର ଚାରି ସପ୍ତାହ ସମୟ ନିଅନ୍ତୁ। ସାମାଜିକ ହିଂସା ଓ ଦଙ୍ଗା ଭଳି ମାମଲାରେ ଉଚ୍ଚ ନ୍ୟାୟାଳୟର ଏ ପ୍ରକାର ମନୋଭାବ ଲୋକଙ୍କ ମନରେ କି ପ୍ରଭାବ ପକାଇବ? ଲୋକେ ଅଦାଲତ ଉପରେ ଆସ୍ଥା ପୋଷଣ କରିବେ କେମିତି? ଜଣେ ବିଚାରପତି ଯେତେବେଳେ ସ୍ପଷ୍ଟ ଭାବରେ ସାମାଜିକ ହିଂସା ପାଇଁ ପୋଲିସ କାର୍ୟକଳାପକୁ କଠୋର ଭାଷାରେ ଆଲୋଚନା କରୁଛନ୍ତି, ତାଙ୍କୁ ରାତାରାତି ବଦଳି କରି ଦିଆଯାଉଛି। କେବଳ ତାଙ୍କର ବଦଳିରେ କଥା ସୀମିତ ରାହୁନାହିଁ,  ନୂଆ ବେଞ୍ଚ ଗୋଟେ ଭାଷଣକୁ ପରଖି ଏତଲା ଦେବାକୁ ପୋଲିସକୁ ଆହୁରି ଚାରି ସପ୍ତାହ ସମୟ ଦେଉଛନ୍ତି।

ସରକାର ଓ ନ୍ୟାୟପାଳିକାର ଏ ପ୍ରକାର ସମ୍ପର୍କ, ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ଆହ୍ଵାନ ବୋଲି ଆମେ କହିପାରିବା। ବାରମ୍ବାର ଆମକୁ ଜରୁରୀ କାଳୀନ ପରିସ୍ଥିତି କଥା ମାନେ ପକାଇବାକୁ ପଡୁଛି, କାରଣ ସେବେ ସରକାର ଓ ନ୍ୟାୟପାଳିକା ଭିତରେ ଏ ରକମର ମଧୁରତା ଦେଖିବାକୁ ମିଳିଥିଲା। ରାଜଧାନୀ ସହରରେ ଦଙ୍ଗାର ବିଚିତ୍ର ତାଣ୍ଡବ ଚାଲିଥିବା ବେଳେ ଏହି ପ୍ରସଙ୍ଗର ବିଚାରକୁ ଆଉ ଚାରି ସପ୍ତାହ କୋର୍ଟ ଟାଳି ଦେଇଛନ୍ତି।

ବିଳମ୍ବିତ ନ୍ୟାୟ କୁ ବିଡମ୍ବିତ ନ୍ୟାୟ ବୋଲି କୁହା ଯାଇଥାଏ। ଯଦି ଦଙ୍ଗା ଓ ହିଂସା ଉସୁକାଇଲା ଭଳି ଘଟଣାରେ ଏତଲା ଦେବାକୁ ପୋଲିସର ଭୟ ରହିବ ଓ କୋର୍ଟ ଏ ସମ୍ପର୍କରେ ଉଦାସୀନ ରହିବେ, ତାହେଲେ ଭବିଷ୍ୟତରେ ଏ ପ୍ରକାର ମତ ଓ ମନ୍ତବ୍ୟ ବଢି ଚାଲିବ। ଏହାର ସିଧା ପ୍ରଭାବ ଆମର ଗଣତନ୍ତ୍ର ଓ ସାମ୍ବିଧାନିକ ଜୀବନବୋଧକୁ ବିପଦରେ ପକାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନିର୍ଦ୍ଦେଶ ଦେଲେ ଡିଜିପ

August 23, 2025

ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବିନା ବ୍ୟତିକ୍ରମରେ ଦେଶରୁ ବିତାଡିତ କରାଯିବ: ପ୍ରଧାନମନ୍ତ୍ରୀ

August 22, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.