Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରଙ୍କ ପକେଟରେ ଅଦାଲତ ଓ ନ୍ୟାୟ ବ୍ୟବସ୍ଥା, ଗଣତନ୍ତ୍ର ପାଇଁ ସବୁଠୁ ବଡ ପରୀକ୍ଷାର ସମୟ!!
ବିଶେଷ ଖବର

ସରକାରଙ୍କ ପକେଟରେ ଅଦାଲତ ଓ ନ୍ୟାୟ ବ୍ୟବସ୍ଥା, ଗଣତନ୍ତ୍ର ପାଇଁ ସବୁଠୁ ବଡ ପରୀକ୍ଷାର ସମୟ!!

February 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିନ ସାରା ଦିଲ୍ଲୀ ଦଙ୍ଗାର ଶୁଣାଣି ସାରି ଘରକୁ ଫେରିଥିବା ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ବଦଳି ଆଦେଶ ଅପେକ୍ଷା କରି ରହିଥିଲା। ଦିଲ୍ଲୀ ଜଳୁଥିବା ସମୟରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୋଲିସ, ଦିଲ୍ଲୀ ସରକାର ଓ ଭାରତ ସରକାରଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ। ଏହି ଦଙ୍ଗାର ମୂଳ କାରଣ ବୋଲି କୁହାଯାଉଥିବା ବିଭିନ୍ନ ରାଜନେତାଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରିବାକୁ ଜଷ୍ଟିସ ମୁରଲୀଧରଙ୍କ ନିର୍ଦ୍ଦେଶ ସରକାରୀ ଦଳକୁ ଭଲ ନ ଲାଗିବା ସ୍ଵାଭାବିକ। ଏହି ପୃଷ୍ଠଭୂମିରେ ତୁରନ୍ତ ଜଷ୍ଟିସ ମୁରଲୀଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବିଦା କରିବା ସରକାରଙ୍କର ପ୍ରଧାନ ଦାୟିତ୍ଵ ଥିଲା। ତେବେ ମୋଦୀ ସରକାରଙ୍କର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମାମଲାରେ ସଫେଇ ଦେଇ ବଡ ନିରୀହ ଭାବରେ କହିଚ୍ଚ୍ହାନ୍ତି ଯେ, ଏହା ଏକ ନିୟମିତ ବଦଳି ପ୍ରକ୍ରିୟା। ତେବେ ନିୟମିତ ବଦଳି ପ୍ରକ୍ରିୟାଟି ସଂଯୋଗ ବଶତଃ ଦିଲ୍ଲୀ ଦଙ୍ଗାର ଶୁଣାଣି ପରେ ଇ ହେବାର ଥିଲା ନା ଏହା ନ୍ୟାୟ ବ୍ୟବସ୍ଥାରେ ଭାରତ ସରକାରଙ୍କର ଅସହିଷ୍ଣୁ ପ୍ରହାର, ତାର ଆଲୋଚନା ଅବଶ୍ୟ ହେବ।

ତେବେ ଏ କଥା ସତ ଯେ ଦୁଇ ସପ୍ତାହ ଆଗରୁ ସୁପ୍ରିମ କୋର୍ଟର କଲେଜିୟମ  ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ମୁରଲୀଧର, ବମ୍ବେ ହାଇକୋର୍ଟର ଜଷ୍ଟିସ ମୋରେ ଏବଂ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ମଲ୍ଲିମଥଙ୍କୁ ବଦଳି କରିଥିଲେ। ଦିଲ୍ଲୀ ଦଙ୍ଗାର ଶୁଣାଣି ଆରମ୍ଭ ହେବା କ୍ଷଣି ଏହି ତିନି ବିଚାରପତିଙ୍କର ବଦଳି ଆଦେଶ ରାତାରାତି ବାହାରି ପଡିଲା। କେବଳ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ସଠିକ ଦର୍ଶାଇବାକୁ ଯାଇ ଅନ୍ୟ ଦୁଇ ବିଚାରପତିଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ପ୍ରକ୍ରିୟା ଦୃଷ୍ଟିରୁ ଏହି ବଦଳିକୁ ଯଦି ବି ଉଦ୍ଦେଶ୍ୟମୂଳକ ବୋଲି କୁହାଯିବ ନାହିଁ, ହେଲେ ସମୟକ୍ରମକୁ ଦେଖି ସରକାରଙ୍କର ଯୁକ୍ତି କୁ କିଏ ବା ବିଶ୍ଵାସ କରିବ?

ଗତକାଲି  ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବା ପୂର୍ବରୁ ଏହି ବେଞ୍ଚର ବିଚାରପତି ଜଷ୍ଟିସ ମୁରଲୀଧରଙ୍କୁ କେବଳ ବଦଳି କରାଗଲା ନାହିଁ, ଏଥିଲାଗି ପାଖାପାଖି ଡଜନେ ରୁ ଅଧିକ ବିରୋଧୀ ନେତା ଓ ସରକାର ବିରୋଧୀ ନାଗରିକଙ୍କ ନାମରେ ପିଟିସନ ଦାଖଲ କରାଗଲା। ଦିଲ୍ଲୀ ଦଙ୍ଗାର ନିଆଁ ଲିଭି ନଥିବା ବେଳେ ଏହାର ବିଚାର ପ୍ରକ୍ରିୟାକୁ ଢାଙ୍କିବା ଲାଗି ସରକାରଙ୍କର ଏ ବିକଳ ଉଦ୍ୟମ ଦେଖି, ଯେ କେହି ବି କହିବ ଯେ, ଗୁଜରାଟ ଦଙ୍ଗା ପରେ ଯାହା ଘଟିଥିଲା, ଆଗକୁ ତାହା ହିଁ ଘଟିବାକୁ ଯାଉଛି। ସରକାର ନିଜ ମର୍ଜି ମୁତାବକ ଆଇନ ବ୍ୟବସ୍ଥାକୁ ଚାଳିଆ ରଖିବାକୁ ଚେଷ୍ଟା କରୁଛନ୍ତି ଓ ଦୁର୍ଭାଗ୍ୟଜନକ ଭାବରେ ମାନ୍ୟବର ସୁପ୍ରିମ କୋର୍ଟ ଏ ସଙ୍କ୍ରାନ୍ତରେ ଧୃତରାଷ୍ଟ୍ରର ଭୂମିକା ଗ୍ରହଣ କରୁଛନ୍ତି।

ଜଷ୍ଟିସ ମୁରଲୀଧରଙ୍କ ବଦଳିର ସ୍ପଷ୍ଟ ପ୍ରଭାବ ଗତକାଲି ଅନୁଭବ କରିହେଲା। ୨୪ ଘଣ୍ଟା ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ନେଇ ଦିଲ୍ଲୀ ହାଇ କୋର୍ଟଙ୍କ ମତ ବଦଳିଗଲା। ୨୬ ତାରିଖରେ ଦିଲ୍ଲୀ ହାଇ କୋର୍ଟ କହିଥିଲେ ଦଙ୍ଗା ଉସୁକେଇଥିବା ରାଜନେତାଙ୍କ ବିରୋଧରେ ଏତଲା ଦାୟର କରିବାକୁ ଏତେ ସମୟ ଲାଗିବାର କାରଣ କଣ। ୨୭ ତାରିଖରେ ସେହି କୋର୍ଟ କହିଲେ, ଏ ସମ୍ପର୍କରେ ସରକାର ଚାରି ସପ୍ତାହ ସମୟ ନିଅନ୍ତୁ। ସାମାଜିକ ହିଂସା ଓ ଦଙ୍ଗା ଭଳି ମାମଲାରେ ଉଚ୍ଚ ନ୍ୟାୟାଳୟର ଏ ପ୍ରକାର ମନୋଭାବ ଲୋକଙ୍କ ମନରେ କି ପ୍ରଭାବ ପକାଇବ? ଲୋକେ ଅଦାଲତ ଉପରେ ଆସ୍ଥା ପୋଷଣ କରିବେ କେମିତି? ଜଣେ ବିଚାରପତି ଯେତେବେଳେ ସ୍ପଷ୍ଟ ଭାବରେ ସାମାଜିକ ହିଂସା ପାଇଁ ପୋଲିସ କାର୍ୟକଳାପକୁ କଠୋର ଭାଷାରେ ଆଲୋଚନା କରୁଛନ୍ତି, ତାଙ୍କୁ ରାତାରାତି ବଦଳି କରି ଦିଆଯାଉଛି। କେବଳ ତାଙ୍କର ବଦଳିରେ କଥା ସୀମିତ ରାହୁନାହିଁ,  ନୂଆ ବେଞ୍ଚ ଗୋଟେ ଭାଷଣକୁ ପରଖି ଏତଲା ଦେବାକୁ ପୋଲିସକୁ ଆହୁରି ଚାରି ସପ୍ତାହ ସମୟ ଦେଉଛନ୍ତି।

ସରକାର ଓ ନ୍ୟାୟପାଳିକାର ଏ ପ୍ରକାର ସମ୍ପର୍କ, ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ଆହ୍ଵାନ ବୋଲି ଆମେ କହିପାରିବା। ବାରମ୍ବାର ଆମକୁ ଜରୁରୀ କାଳୀନ ପରିସ୍ଥିତି କଥା ମାନେ ପକାଇବାକୁ ପଡୁଛି, କାରଣ ସେବେ ସରକାର ଓ ନ୍ୟାୟପାଳିକା ଭିତରେ ଏ ରକମର ମଧୁରତା ଦେଖିବାକୁ ମିଳିଥିଲା। ରାଜଧାନୀ ସହରରେ ଦଙ୍ଗାର ବିଚିତ୍ର ତାଣ୍ଡବ ଚାଲିଥିବା ବେଳେ ଏହି ପ୍ରସଙ୍ଗର ବିଚାରକୁ ଆଉ ଚାରି ସପ୍ତାହ କୋର୍ଟ ଟାଳି ଦେଇଛନ୍ତି।

ବିଳମ୍ବିତ ନ୍ୟାୟ କୁ ବିଡମ୍ବିତ ନ୍ୟାୟ ବୋଲି କୁହା ଯାଇଥାଏ। ଯଦି ଦଙ୍ଗା ଓ ହିଂସା ଉସୁକାଇଲା ଭଳି ଘଟଣାରେ ଏତଲା ଦେବାକୁ ପୋଲିସର ଭୟ ରହିବ ଓ କୋର୍ଟ ଏ ସମ୍ପର୍କରେ ଉଦାସୀନ ରହିବେ, ତାହେଲେ ଭବିଷ୍ୟତରେ ଏ ପ୍ରକାର ମତ ଓ ମନ୍ତବ୍ୟ ବଢି ଚାଲିବ। ଏହାର ସିଧା ପ୍ରଭାବ ଆମର ଗଣତନ୍ତ୍ର ଓ ସାମ୍ବିଧାନିକ ଜୀବନବୋଧକୁ ବିପଦରେ ପକାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026
Latest News

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.