Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁଏଇର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କ୍ୟାପଟେନ୍‌ ସ୍ମିତ ମଚ୍ଛାର
ବିଶେଷ ଖବର

ୟୁଏଇର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କ୍ୟାପଟେନ୍‌ ସ୍ମିତ ମଚ୍ଛାର

October 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian pilot Smit Machhar honored with the UAE's highest national award
Indian pilot Smit Machhar honored with the UAE's highest national award

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାର, ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାର ଏବଂ ଫ୍ଲାଏଦୁବାଇର ସାହସୀ କ୍ରିୟୁ ସଦସ୍ୟମାନଙ୍କୁ ଦେଶର ଅତ୍ୟନ୍ତ ପ୍ରତିଷ୍ଠିତ ‘ଫାର୍ଷ୍ଟ କ୍ଲାସ୍ ଅର୍ଡର ଅଫ୍ ଜାୟେଦ୍ ଦ୍ୱିତୀୟ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଆକାଶମାର୍ଗରେ ଉପୁଜିଥିବା ଏକ ଜରୁରୀକାଳୀନ ଓ ବିପଜ୍ଜନକ ପରିସ୍ଥିତିରେ ଅସାଧାରଣ ସାହସିକତା ପ୍ରଦର୍ଶନ କରି ବିମାନର ସମସ୍ତ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିଥିବାରୁ ସେମାନଙ୍କୁ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଦୁବାଇର ଶାସକ ତଥା ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଉପସ୍ଥିତିରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ ନିଜେ କ୍ୟାପଟେନ୍ ମଚ୍ଛାର ଏବଂ ବିମାନର କ୍ରିୟୁ ଦଳଙ୍କୁ ସାକ୍ଷାତ କରି ରାଷ୍ଟ୍ର ତରଫରୁ ଗଭୀର କୃତଜ୍ଞତା ଜଣାଇଥିଲେ। ପରେ ଦୁବାଇର କ୍ରାଉନ୍ ପ୍ରିନ୍ସ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମାକ୍‌ତୁମ୍‌ ଆନୁଷ୍ଠାନିକ ଭାବେ ସେମାନଙ୍କୁ ଏହି ପଦକ ପ୍ରଦାନ କରିଥିଲେ।

ପ୍ରକାଶ, ଗତ ସେପ୍ଟେମ୍ବର ୩୦ରେ ଉଡ଼ାଣ ସମୟରେ କକ୍‌ପିଟ୍ ଭିତରେ ହୋଇଥିବା ଏକ ହିଂସାତ୍ମକ ଆକ୍ରମଣରେ କ୍ୟାପଟେନ୍ ମଚ୍ଛର ଗୁରୁତର ଭାବେ ଆହତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା ଏବଂ ମୁଣ୍ଡ ବୁଲାଇବା ସତ୍ତ୍ୱେ, କ୍ୟାପଟେନ୍ ମଚ୍ଛର ତାଙ୍କର ଶେଷ ଶକ୍ତି ଖଟାଇ କକ୍‌ପିଟ୍ ଦ୍ୱାର ଖୋଲିବାର ବ୍ୟବସ୍ଥାକୁ ସକ୍ରିୟ କରିଥିଲେ। ଯାହାଫଳରେ ବିମାନର ଅନ୍ୟ କ୍ରିୟୁ ସଦସ୍ୟ ଏବଂ ସଚେତନ ଯାତ୍ରୀମାନେ କକ୍‌ପିଟ୍ ଭିତରକୁ ଆସି ଆକ୍ରମଣକାରୀକୁ କାବୁ କରିଥିଲେ। ଅନ୍ୟପକ୍ଷେ ମଚ୍ଛର ମଧ୍ୟ ସେହି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ବିମାନର ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଇଥିଲେ। ଯାହାଫଳରେ ପ୍ରାୟ ୧୭୦ରୁ ଊର୍ଦ୍ଧ ଯାତ୍ରୀଙ୍କ ଜୀବନ ବଞ୍ଚିପାରିଥିଲା। କ୍ୟାପଟେନ୍‌ଙ୍କ ସାହସ ଏବଂ ଧୈର୍ଯ୍ୟପାଇଁ ବିଶ୍ୱର ବଡ଼ ବଡ଼ ନେତାମାନେ ତାଙ୍କୁ ପ୍ରଶଂସା କରିସାରିଛନ୍ତି।

ପାଇଲଟ୍ ସ୍ମିତ ମଚ୍ଛାର ୟୁଏଇ ସର୍ବୋଚ୍ଚ ଜାତୀୟ ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026
Latest News

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026

ଅନ୍ୟଙ୍କ ଭାଗ୍ୟ କହୁଥିଲେ ଜ୍ୟୋତିଷ, ନିଜ ପତ୍ନୀଙ୍କ ନିର୍ବାଚନୀ ଭାଗ୍ୟ ହେଲା ଫେଲ୍! ମାତ୍ର ୩୦୦ ଭୋଟରେ ହାରିଲେ

October 29, 2026

Tiger Shroff Firing Case: ୨.୫ ଲକ୍ଷରେ କିଣାଯାଇଥିଲା ପିସ୍ତଲ, ଖୋଜା ଚାଲିଛି ମାଷ୍ଟରମାଇଣ୍ଡ୍!

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.