ଆଜିଠୁ ନିୟମ କଡାକଡି :  ଟ୍ରକ୍‌କୁ 1 ଲକ୍ଷ ଜରିମାନା

Published: Mar 1, 2020, 4:46 pm IST

ସମୀକ୍ଷା ବ୍ୟୁରୋ

ରାୟଗଡା : ରାୟଗଡାରେ କାଠ ବୋଝେଇ ଟ୍ରକ୍‌କୁ 1 ଲକ୍ଷ 10 ହଜାର 8 ଶହ ଫାଇନ୍‌ ହୋଇଛି। ଟ୍ରକ୍‌ଟି ରୋଡ୍‌ ଟ୍ୟାକ୍ସ ଦେଇନଥିବାବେଳେ ପରମିଟ୍‌ ଲାଇସେନ୍ସ ନଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । କଣ୍ଟ ପୂରିଗଲା ପରେ ଆଜିଠୁ ସାରା ରାଜ୍ୟରେ ଟ୍ରାଫିକ୍‌ ନିୟମକୁ ବେଶ୍‌ କଡାକଡି ରୂପେ ପାଳନ କରାଯାଉଛି । ସେହିପରି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଧରପଗଡ଼। ଡେଡ୍ ଲାଇନ ସରିବା ପରେ ଗାଡ଼ିର ଡକ୍ୟୁମେଣ୍ଟ ଯାଂଚ କଡ଼ାକଡ଼ି ହୋଇଛି। ଫାଇନକୁ ନେଇ କିଛି ସ୍ଥାନରେ ଗାଡି ଚାଳକ ପୁଲିସ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ ଗାଡି ଚାଳକ ସିଧାସଳଖ ନାହିଁ କରିଦେଉଥିବା ଦେଖିବାକୁ ମିଳିଛି । ଏଣିକି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ ନୋ ହେଲମେଟ୍‌ ନୋ ପେଟ୍ରୋଲ୍‌ ଦେଖିବାକୁ ମିଳିଛି । ନିୟମକୁ  ପାଳନ କରି ଗାଡିମୋଟର କଡ଼ା ଯାଞ୍ଚ ପାଇଁ ପରିବହନ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୂତନ ସଂଶୋଧିତ ଟ୍ରାଫିକ୍‌ ନିୟମର 6 ମାସ କୋହଳ ଅବଧି ଶେଷ ପରେ ଏହାକୁ ନେଇ ଏବେ କଡାକଡି କରାଯାଇଛି ।

Related posts