Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍
ରାଜ୍ୟ ଖବର

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

ସମ୍ବଲପୁର: ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେବା ସହ ସେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ଏସିଆର ବୃହତ୍ତମ ମାଟିବନ୍ଧ ହୀରାକୁଦ ଡ୍ୟାମ୍‌ ଓ ଏହାର ବିଶାଳ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ଧବଳମୁଖୀ ବେଶ ଦର୍ଶନ ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ରାଜ୍ୟପାଳଙ୍କ ଏହି ଗସ୍ତକୁ ନେଇ ସ୍ୱତନ୍ତ୍ର ଉତ୍ସାହ ଦେଖିବାକୁ ମିଳିଛି।

ପ୍ରକାଶ ଯେ ମା’ ସମଲେଶ୍ୱରୀ ଧବଳମୁଖୀ ବା ଗଙ୍ଗା ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଦର୍ଶନ ଦେଉଥିବା ସହ ଧବଳମୁଖୀ ବେଶରେ ମଧ୍ୟ ଦର୍ଶନ ଦେଇଥାନ୍ତି। ମା’ ଏହି ବେଶରେ ଅଢେଇ ଦିନ ପର୍ଯ୍ୟନ୍ତ ରୁହନ୍ତି। ପିତୃ ପକ୍ଷର ଅନ୍ତିମ ଦିନ ମହାଳୟା ତିଥିରେ ପିତୃ ପୁରୁଷଙ୍କୁ ଜଳ ଅର୍ପଣ କଲା ପରେ ଗଙ୍ଗା ଦର୍ଶନ କରି ଗଙ୍ଗାରେ ବୁଡ଼ ଦେବାର ମାନ୍ୟତା ରହିଛି। ତେବେ ଯେଉଁମାନେ ଗଙ୍ଗା ପାଖକୁ ଯାଇ ପାରନ୍ତି ନାହିଁ ସେମାନେ ମା’ଙ୍କ ଏହି ଧବଳମୁଖୀ ବେଶକୁ ଦର୍ଶନ କରିବା ମାତ୍ରେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ଆଧ୍ୟାତ୍ମିକ ମାନ୍ୟତା ରହିଛି। ତେଣୁ ଏହି ଦିନରେ ମା’ ସମଲେଶ୍ୱରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ଧବଳମୁଖୀ ବେଶ ମା ସମଲେଶ୍ୱରୀ ରାଜ୍ୟପାଳ ହରି ବାବୁ କମ୍ଭମପାଟି
Share. Facebook Twitter LinkedIn Email WhatsApp Copy Link

Related Posts

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026
Latest News

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.