ଏକା ସାଙ୍ଗରେ ଦୁଇ ଯୁବତୀଙ୍କୁ ବିବାହ କଲେ ଯୁବକ

Published: Mar 4, 2020, 11:52 am IST

ପ୍ରୟାଗରାଜ : ପ୍ରୟାଗରାଜଠାରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି । ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ବେଶ୍‌ ଚର୍ଚ୍ଚାରେ ରହିଛି ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସ୍‌ରେ ଅଭିଯୋଗ କଲେ । ପୋଲିସ୍‌ ଯୁବକ ଜଣକୁ ଚାପୁଡା ମାରିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା ।

ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ । ପ୍ରାୟ ଚାରିଦିନ ପୂର୍ବରୁ ତାଙ୍କ ପ୍ରଥମ ପ୍ରେମିକା ଯୁବକଙ୍କୁ ଦ୍ବିତୀୟ ପ୍ରେମିକାଙ୍କ ସହ ଦେଖିଥିଲେ । ଏହାକୁ ନେଇ ବେଶ୍‌ ହଙ୍ଗାମା ହୋଇଥିଲା ।

ଯେତେବେଳେ ଯୁବକ ଜଣକ ତାଙ୍କ ନୂତନ ପ୍ରେମିକାକୁ ବିବାହ କରିବାକୁ ମନ୍ଦିରରେ ପହଞ୍ଚିଲେ, ସେଠାରେ ତାଙ୍କ ପୂର୍ବତନ ପ୍ରେମିକା ମଧ୍ୟ ପହଞ୍ଚିଗଲା । ଏହାପରେ ତିନିଙ୍କ ମଧ୍ୟରେ ବେଶ୍‌ ଗଣ୍ଡଗୋଳ ହୋଇଥିଲା । ଏହା ପରେ ଯୁବକ ଜଣକ ନିକଟସ୍ଥ ଏକ ମନ୍ଦିରକୁ ଯାଇ ସମସ୍ତଙ୍କ ସାମ୍ନାରେ ଦୁଇ ଯୁବତୀଙ୍କ ମଥାରେ ସିନ୍ଦୂର ଭରି ମଙ୍ଗଳ ସୂତ୍ର ପିନ୍ଧାଇ ବିବାହ କରିଛନ୍ତି । ବିବାହରେ ଉପସ୍ଥିତ ଥିବା ଲୋକେ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ୍‌ କରିଛନ୍ତି । (ଏଜେନ୍ସି)

Related posts