Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏଠାରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାକୁ କରାଯାଇଥାଏ ବାଧ୍ୟ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି । ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି । ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି ।  ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି । ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି । ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ । ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ ।

ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି । ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି । ଏହି କାରଣ ଯୋଗୁଁ ଇଥୋପିଆ ସହ ଗୃହ ଯୁଦ୍ଧ ମଧ୍ୟ ରହିଛି । ଏପରି ସ୍ଥିତିରେ ଏଠାକାର ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବା ନେଇ ଶକ୍ତ ଆଇନ୍‌ ରହିଛି ।

ଏହି ଆଇନ୍‌ ଅନୁସାରେ ସେଠାରେ ମହିଳାମାନେ ମଧ୍ୟ ନିଜ ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ । ଯଦି ସେମାନେ ଏପରି କିଛି କରନ୍ତି,ତେବେ ସମ୍ପୃକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏଠାରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାକୁ କରାଯାଇଥାଏ ବାଧ୍ୟ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି। ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି। ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି। ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି। ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି। ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ। ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ।

ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି। ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି। ଏହି କାରଣ ଯୋଗୁଁ ଇଥୋପିଆ ସହ ଗୃହ ଯୁଦ୍ଧ ମଧ୍ୟ ରହିଛି। ଏପରି ସ୍ଥିତିରେ ଏଠାକାର ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବା ନେଇ ଶକ୍ତ ଆଇନ୍‌ ରହିଛି।

ଏହି ଆଇନ୍‌ ଅନୁସାରେ ସେଠାରେ ମହିଳାମାନେ ମଧ୍ୟ ନିଜ ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ। ଯଦି ସେମାନେ ଏପରି କିଛି କରନ୍ତି,ତେବେ ସମ୍ପୃକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜୀବନ ଶୈଳୀ

ଏଠାରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାକୁ କରାଯାଇଥାଏ ବାଧ୍ୟ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ :  ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି । ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି । ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି ।  ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି । ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି । ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ । ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ ।

ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି । ଇରୋଟ୍ରିଆରେ ମହିଳାଙ୍କ ସଂଖ୍ୟା ତୁଳନାରେ ପୁରୁଷ ସଂଖ୍ୟା ବହୁତ କମ୍‌ ରହିଛି । ଏହି କାରଣ ଯୋଗୁଁ ଇଥୋପିଆ ସହ ଗୃହ ଯୁଦ୍ଧ ମଧ୍ୟ ରହିଛି । ଏପରି ସ୍ଥିତିରେ ଏଠାକାର ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବା ନେଇ ଶକ୍ତ ଆଇନ୍‌ ରହିଛି ।

ଏହି ଆଇନ୍‌ ଅନୁସାରେ ସେଠାରେ ମହିଳାମାନେ ମଧ୍ୟ ନିଜ ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ । ଯଦି ସେମାନେ ଏପରି କିଛି କରନ୍ତି,ତେବେ ସମ୍ପୃକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିବାହ ପାଇଁ କନ୍ୟା ଖୋଜି ଖୋଜି ଶେଷରେ ଯୁବକ କଲେ ଏପରି କାମ

କେରଳ : ଆଜିକାଲି ବିବାହ ଲାଗି ପ୍ରସ୍ତାବ ଖୋଜିବା ପାଇଁ ଓ୍ବେବସାଇଟ୍‌ର ସାହାଯ୍ୟ ନେଉଛନ୍ତି । କିନ୍ତୁ ଏମିତି କିଛି ଯୁବକ / ଯୁବତୀ ଅଛନ୍ତି ଯେଉଁମାନେ ବହୁ ଖୋଜାଖୋଜି ପରେ ବି ପରଫେକ୍ଟ ପାର୍ଟନର୍‌ ଖୋଜି ପାଉନାହାନ୍ତି । ଏହା ପରେ ବି ସେମାନେ ହାର୍‌ ମାନୁନାହାନ୍ତି । ଏମିତି ନିଜ ବିବାହକୁ ନେଇ ବ୍ୟତିବ୍ୟସ୍ତ ରହିଥିବାର କେରଳର ଜଣେ ଯୁବକ ଏମିତି କିଛି କରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଯୁବକ ଜଣକ ବହୁ ଦିନ ଧରି ନିଜ ପାଇଁ ଜୀବନସାଥୀ ଖୋଜୁଥିବାବେଳେ ତାଙ୍କୁ ତାଙ୍କ ପସନ୍ଦ ମୁତାବକ ସାଥୀ ମିଳୁନଥିଲେ ଏଥିପାଇଁ ଯୁବକ ଜଣକ ପୂରା ସହରରେ ନିଜ ନାମର ବଡ ବଡ ହୋର୍ଡିଂ ଲଗାଇଛନ୍ତି । ଏହି ହୋର୍ଡିଂରେ ସେ ନିଜର ଫଟୋ, ନିଜ ନାମ, ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ଲେଖା ହୋଇଛି ।

କେରଳର ଏହି ଯୁବକ ଜଣକ ହେଉଛନ୍ତି ଅନୀଶ୍‌ ସେବାଷ୍ଟିଅନ୍‌ । ସେ ନିଜ ନାମରେ ହୋର୍ଡିଂ ଲଗାଇବା ସହିତ ତାଙ୍କୁ କିପରି ଜୀବନସାଥୀ ଦରକାର, ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ହୋର୍ଡିଂକୁ ମଧ୍ୟ ଫେସବୁକ୍‌ରେ ସେୟାର କରିଛନ୍ତି । ତେବେ ଏହା ସମ୍ପର୍କରେ ଅନୀଶ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ଘରକୁ ଯାଇପାରୁନାହାନ୍ତି । ଏଥିପାଇଁ ବିବାହ ଲାଗି ପ୍ରସ୍ତାବ ଖୋଜିବା ଓ ଦେଖିବା ନିମେନ୍ତ ସମସ୍ୟା ଉପୁଜୁଛି । ତେବେ ହୋର୍ଡିଂ ଲଗାଇବା ପରେ କିଛି ଭଲ ଭଲ ପ୍ରସ୍ତାବ ତାଙ୍କ ପାଖକୁ ଆସିଥିବାର ଜଣାଇଛନ୍ତି ଅନୀଶ୍‌ । ତେବେ ବିବାହ ପାଇଁ ପାରମ୍ପରିକ ଉପାୟରେ ସେ ପ୍ରସ୍ତାବ ଖୋଜିଥିଲେ । କିନ୍ତୁ କେହି ପସନ୍ଦ ନ ଆସିବାରୁ ସେ ଏହି ଆଇଡିଆକୁ ଆପଣାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସମ୍ପତ୍ତି ସହ ସ୍ବାମୀଙ୍କ ସମୟର ମଧ୍ୟ ହେଲା ଭାଗବଣ୍ଟା, ଜାଣନ୍ତୁ କିପରି

ମୋରଦାବାଦ :  ନାରୀ  ମଙ୍ଗଳ କେନ୍ଦ୍ରରୁ ଏକ ଅନନ୍ୟ ଭାଗବଣ୍ଟାର ଖବର ମିଳିଛି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସ୍ବାମୀଙ୍କର କେବଳ ସମ୍ପତ୍ତି ନୁହେଁ ସମୟକୁ ମଧ୍ୟ ବଣ୍ଟାଯାଇଛି । ଏହି ଭାଗବଣ୍ଟାରେସ୍ବାମୀ ଜଣକ ସହମତି ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୁଗଲାପୁରା ଥାନା ଅଞ୍ଚଳରେ ରହୁଥିବା ନୌଶାଦ ଅଲ୍ଲୀ ଦିଲ୍ଲୀର ଜଣେ ବ୍ୟବସାୟୀ । ପ୍ରଥମ ପତ୍ନୀ ମୁମୁତାଜଙ୍କ ଔରସରୁ ସାତୋଟି ସନ୍ତାନ ଥିବାବେଳେ ନୌଶାଦ ରୁହୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେହିପରି ନୌଶାଦ ଓ ରୁହୀଙ୍କ ଔରସରୁ ମଧ୍ୟ ଜଣେ ସନ୍ତାନ ରହିଛି । ପ୍ରଥମ ପତ୍ନୀଙ୍କୁ ସ୍ବାମୀଙ୍କର ଦ୍ବିତୀୟ ବିବାହ କଥା ଜଣାପଡିବାର ପରେ ସମ୍ପତ୍ତି ପାଇଁ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଏତେ ତୀବ୍ରତର ହେଲା ଯେ, ପରିଶେଷରେ ଏହି ଘଟଣା ପୋଲିସ୍‌ ସାମ୍ନାକୁ ଆସିଲା । ମାମଲାର ଗମ୍ଭୀରତା ବୁଝି ବରିଷ୍ଠ ପୋଲିସ ଅଧୀକ୍ଷକ ଏହି ଘଟଣାକୁ ନାରୀ ମଙ୍ଗଳ କେନ୍ଦ୍ରକୁ ପଠାଇଥିଲେ । ନୌସାଦ ଓ ଦୁଇ ସ୍ତ୍ରୀଙ୍କୁ ସେଠାକୁ ଡକାଯାଇ ତାଙ୍କ ସହିତ କଥାବାର୍ତ୍ତା କରାଯାଇ ନିଷ୍‌ପତ୍ତି ନିଆଯାଇଥିଲଶ ।

ନିଷ୍ପତ୍ତି ଅନୁଯାୟୀ ନୌସାଦ ଅଲ୍ଲୀ ପ୍ରଥମ ସ୍ତ୍ରୀଙ୍କ ପ୍ରତ୍ୟେକ ସନ୍ତାନଙ୍କ ପାଇଁ ପ୍ରତିଦିନ ନଅଶହ ଟଙ୍କା ଦେବେ  । ଦିଲ୍ଲୀରୁ ଯେବେ ମୁରଦାବାଦ ଫେରିବେ, ସେହି ସମୟରେ ସେ ପ୍ରଥମ ସ୍ତ୍ରୀଙ୍କ ଘରକୁ ଯିବେ । ସେହିପରି ସେଠାରେ ଗୋଟିଏ ଦିନ ଗୋଟିଏ ରାତି ରହିବା ପରେ ଦ୍ବିତୀୟ ଦିନ ଦ୍ବିତୀୟ ସ୍ତ୍ରୀଙ୍କ ପାଖକୁ ଯିବେ । ସେହିପରି ପ୍ରଥମ ସ୍ତ୍ରୀଙ୍କ ସନ୍ତାନଙ୍କ ଡ୍ରେସ୍‌ ତଥା ପୋଷାକପତ୍ର କିଣିବାର ଦାୟିତ୍ବ ମଧ୍ୟ ନେବେ । ସ୍ବାମୀକୁ ନଜଣାଇ ପ୍ରଥମ ସ୍ତ୍ରୀ କୁଆଡେ ଯିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ ଦୁଇଜଣ ସ୍ତ୍ରୀ ଦୁହିଁଙ୍କ ଘରକୁଯିବା ଆସିବା କରିପାରିବେ । ନାରୀ ମଙ୍ଗଳ କେନ୍ଦ୍ରର ସମସ୍ତ ନିଷ୍ପତ୍ତିରେ ତିନି ପକ୍ଷ ଯାକ ସମ୍ମତି ଜଣାଇଥିବାର ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିବାହ ପାଇଁ ଯୁବକ ରଖିଲେ ଅଜବ ସର୍ତ୍ତ : ଜାଣନ୍ତୁ, କ’ଣ ରହିଛି ସର୍ତ୍ତ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା : ଆଜିକାଲି ମ୍ୟାଟ୍ରିମୋନିଆଲ୍‌ ଓ ବିବାହ ପାଇଁ ବିଜ୍ଞାପନ ଦିଆଯାଇ ପ୍ରସ୍ତାବ ଖୋଜାଯାଇପାରୁଛି । । ଏହି ସାଇଟ୍‌ରେ ବିବାହ ପାଇଁ ଆଗ୍ରହୀ ଯୁବକ ଓ ଯୁବତୀମାନେ ନିଜ ନିଜର ଫ୍ରୋପାଇଲ୍‌ ଖୋଲୁଛନ୍ତି । ଏହି ପ୍ରୋଫାଇଲ୍‌ ପେଜରେ ସେମାନଙ୍କ ତାଙ୍କ ଭାବୀ ଜୀବନସାଥୀଙ୍କ ସମ୍ପର୍କରେ ଡିମାଣ୍ଡ କରୁଛନ୍ତି ।  ତେବେ ନିକଟରେ ଏକ ମ୍ୟାଟ୍ରିମୋନିଲଆ୍‌ ସାଇଟ୍‌ରେ ଜଣେ ଯୁବକ ନିଜ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଜଣେ 37 ବର୍ଷୀୟା ଯୁବକ ଯିଏ କି ପେଶାରେ ଜଣେ ଓକିଲ । ସେ ନିଜର  ବିବାହ ସମ୍ପର୍କରେ ଏକ ଅଜବ ସର୍ତ୍ତ ରଖିଛନ୍ତି। ଓକିଲ ଜଣକ ନିଜ ସମ୍ପର୍କରେ ସମସ୍ତ ବିବରଣି ଦେବା ସହ ଲେଖିଛନ୍ତି ସେ ବିନା କୌଣସି ଡିମାଣ୍ଡରେ ବିବାହ କରିବେ । ହେଲେ କନ୍ୟା ସୁନ୍ଦର, ଡେଙ୍ଗା ଓ ପତଳା ହେବା ସହ ସୋସିଆଲ ମିଡିଆ ବ୍ୟବହାର କରୁ ନ ଥିବେ ବୋଲି ସର୍ତ୍ତ ରଖିଛନ୍ତି । ଏହି ବିବାହ ବିଜ୍ଞାପନକୁ ଆଇଏଏସ୍ ନିତିନ ସାଙ୍ଗୱାନ ସୋସିଆଲ ମିଡିଆ ଟୁଇଟରରେ ଶେୟାର୍ କରିଛନ୍ତି ।

ତେବେ ସମ୍ପୃକ୍ତ ଓକିଲ ଜଣଙ୍କୁ କନ୍ୟା ମିଳିବା ତ ବହୁତ କଷ୍ଟସାଧ୍ୟ ହେବା ପରି ମନେ ହେଉଛି । କାରଣ କାରଣ ଏବେ ପ୍ରାୟ ସମସ୍ତଙ୍କର ଅତିକମରେ ଫେସବୁକ, ଟୁଇଟର ଓ ଇନଷ୍ଟାଗ୍ରାମରେ ନିହାତି ଗୋଟିଏ ଆକାଉଣ୍ଟ ରହିଛି । ଆଜିର ଡିଜିଟାଲ୍‌ ସମୟରେ ଓକିଲ ବାବୁ ଜଣକ ନିଜ ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁନଥିବା କନ୍ୟା ଖୋଜୁଥିବାର ଖବରଟି ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କୋଭିଡ୍‌ କଟକଣା ନିୟମ ଭାଙ୍ଗି ବାହା ହେବା ପଡିଲା ମହଙ୍ଗା, ବରର ମୃତ୍ୟୁ, 95 ଜଣ ସଂକ୍ରମିତ

ପାଟନା : ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକାସାଙ୍ଗରେ 95 ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ବରର ମୃତ୍ୟୁ ଘଟିଛି । ପାଟନାରୁ ପ୍ରାୟ 50 କିଲୋମିଟର ଦୂର ପାଲିଗଞ୍ଜ ଅଞ୍ଚଳରେ ଏଭଳି ଘଟଣା ମିଳିଛି । ଜୁନ୍‌ 15ରେ ଏଠାରେ ବିବାହ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ବାହାଘରରେ 95 ଜଣ ଅତିଥି ଯୋଗ ଦେଇଥିଲେ । ଏଥିରୁ 80 ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା ।

30 ବର୍ଷୀୟ ବର ଜଣକ ଗୁରୁଗାଓଁଠାରେ ସପ୍ଟଓ୍ବେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କାର୍ଯ୍ୟରତ ଥିବା ବର ମେ 12କୁ ପାଟନାସ୍ଥିତ ନିଜ ଗ୍ରାମ ଡିହପାଲିକୁ ଆସିଥିଲେ । ତେବେ ବରଙ୍କ ନିକଟରେ ପୂର୍ବରୁ କୋଭି୍ଡ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲେ ହେଁ ପରିବାର ଲୋକେ ତାଙ୍କର ନମୁନା ପରୀକ୍ଷା ନ କରି ବାହାଘର କରିଦେଇଥିଲେ ।

ବାହାଘରର ଦୁଇ ଦିନ ପରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଏହାପରେ ତାଙ୍କୁ ପାଟନା ସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ବାହାଘରରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କର ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ପ୍ରଥମେ 15 ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବାବେଳେ ପରେ ପରେ ଅନ୍ୟ 80 ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା । ତେବେ ବଧୂ ଜଣକ ସଂକ୍ରମିତ ହୋଇନଥିବା ରଜଣାପଡିଛି । କୋଭିଡ୍‌-ନିୟମକୁ ଭାଙ୍ଗିବା ବର ସମେତ ବରଙ୍କ ପରିବାର ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ବାହାଘର ରେ କେବଳ 50ଜଣଙ୍କ ଉପସ୍ଥିତ ରହିବାକୁ ପ୍ରଶାସନ ତରଫରୁ ନିୟମ କରାଯାଇଥିବାବେଳେ ଏହି ନିୟମକୁ ଭଙ୍ଗ କରାଯାଉଥିବା ଦେଖାଯାଉଛି ।

ପୂର୍ବରୁ ମଧ୍ୟ ଭୀଲଓ୍ବାଡାର ଏକ ବାହାଘରରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ। ଏହି ବାହାଘରରେ 15 ଜଣ ସଂକ୍ରମିତ ହୋଇଥିବାବେଳେ ବରର ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇର ବର ପିତାଙ୍କୁ ମୋଟା ରକମର ଜରିମାନା ମଧ୍ୟ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ 80 କିମି ଚାଲି ଚାଲି ଯାଇ ବିବାହ କଲେ ଯୁବତୀ

କାନପୁର : ବିବାହ କରିବା ପାଇଁ ପୁଅ ଘର ଲୋକ ସର୍ବଦା ଝିଅ ଘରକୁ ଯାଇଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବତୀ ବିବାହ କରିବା ପାଇଁ 80 କିମି ରାସ୍ତା ଚାଲଚାଲି ଅତିକ୍ରମ କରିବା ପରେ ଶେଷରେ ବିବାହ କରିଛନ୍ତି । କାନପୁରର ଏହି ଯୁବତୀ ଜଣକ ବିବାହ କରିବା ପାଇଁ କନୌଜ ପର୍ଯ୍ୟନ୍ତ ଚାଲଚାଲି ଯାଇଥିଲେ ।

ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ମେ 4ରେ ବାହାଘର ସ୍ଥିର ହୋଇଥିଲା । ମାତ୍ର ଲକ୍‌ଡାଉନ୍‌ କାରଣରୁ ବିବାହ ଅଟକି ଯାଇଥିଲା । ନିକଟରେ ଲକ୍‌ଡାଉନ୍‌ କଟକଣା ଉଠିବାର କୌଣସି ସମ୍ଭାବନା ନ ଦେଖାଯିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଘରୁ ପାଦ କାଢିଥିଲେ । ଉଲ୍ଲେଖଯୋଗ୍ୟ ଯେ, କାନପୁରର ଲକ୍ଷ୍ମଣ ତିଲକ ଗ୍ରାମର ଗୋଲ୍ଡିଙ୍କ ବିବାହ କନୌଜର ବୀରେନ୍ଦ୍ରଙ୍କ ସହିତ ସ୍ଥିର ହୋଇଥିଲା । ଲକ୍‌ଡାଉନ୍‌ କାରଣରୁ ବିବାହ ଘୁଞ୍ଚିଯିବାରୁ ଶୁକ୍ରବାର ସକାଳୁ ଘରୁ ପାଦ କାଢିଥିଲେ ଗୋଲ୍ଡି । ସନ୍ଧ୍ୟା ସୁଦ୍ଧା କନୌଜରେ ପହଞ୍ଚିବା ପରେ ବୋହୂକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ବୀରେନ୍ଦ୍ରଙ୍କ ପରିବାର । ପରେ ବିବାହ କରିବା ପାଇଁ କହିଥିଲେ ମଧ୍ୟ ଗୋଲ୍ଡି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏହାପରେ ଜଣେ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ 3.0ରେ କରିପାରିବେ ବିବାହ, କିନ୍ତୁ ରହିଛି କିଛି ସର୍ତ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ନେଇ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମେ 4 ତାରିଖରୁ ମେ 17 ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ ଜାରି ରହିବ । ତେବେ ଏହି ତୃତୀୟ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଗୃହମନ୍ତ୍ରାଳୟ ଦେଶରେ କରୋନା ସ୍ଥିତିକୁ ଦେଖି ତିନୋଟି ଜୋନ୍‌ରେ ଭାଗ କରିଛନ୍ତି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ଭାଗ କରାଯାଇଛି । ଦେଶରେ 130ଟି ରେଡ୍‌ ଜୋନ୍‌ରେ ଥିବାବେଳେ 284ଟି ଅରେଞ୍ଜ ଜୋନ୍‌ ଓ 319ଟି ଗ୍ରୀନ୍‌ ଜୋନରେ ରହିଛନ୍ତି । ତେବେ ଲକ୍‌ ଡାଉନ ସମୟରେ ସବୁଠୁ  ବଡ ସମସ୍ୟା ଭାବେ ଦେଖାଦେଇଛି ବିବାହ  ପରି ମାଙ୍ଗଳିକ କାର୍ଯ୍ୟ । ସାମାଜିକ ଦୂରତ୍ବ କାରଣରୁ ବିବାହକୁ ଅନୁମତି ମିଳୁନହିଁ । ତେବେ ଚଳିତ ଲକ୍‌ ଡାଉନ୍‌ରେ ଏଥିରେ ମଧ୍ୟ କିଛି କୋହଳ କରାଯାଇଛି ।

ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଲକ୍‌ ଡାଉନ୍‌ ସମୟରେ ହେଉଥିବା ବାହାଘର ପାଇଁ କିଛି ସର୍ତ୍ତ ରଖାଯାଇଛି । ବାହାଘର ସମାବେଶରେ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିପାରିବେ । ଉଭୟ ବର  ଓ ବଧୂ ପକ୍ଷରୁ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିବେ । ଏବଂ ଏହି ବିବାହରେ ସାମାଜିକ ଦୂରତ୍ବର ନିୟମ ପାଳନ କରିବେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍ ଡାଉନ୍‌ ମଧ୍ୟରେ ଆଜି ବିବାହ କରୁଛନ୍ତି କୁମାରସ୍ବାମୀଙ୍କ ପୁତ୍ର

କର୍ଣ୍ଣାଟକ : କରୋନା ଭାଇରସ୍‌ ସଂକଟ ସମୟରେ ଦେଶରେ ଜାରି ରହିଛି ଲକ୍ ଡାଉନ୍‌ । ଏହା ମଧ୍ୟରେ ଆଜି ବିବାହ କରୁଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର୍‌ (ଜେଡିଏସ୍‌)ର ନେତା ଏଚ୍‌ଡି କୁମାରୀସ୍ବାମୀଙ୍କ ପୁତ୍ର ନିଖିଲ କୁମାରସ୍ବାମୀ । ନିଖିଲ କଂଗ୍ରେସର ପୂର୍ବ ଆବାସ ମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ଝିଆରୀ ରେବତୀଙ୍କ ସହ ବିବାହ କରୁଛନ୍ତି । ନିଖିଲ୍‌ ରାଜନୀତିରେ ସକ୍ରିୟ ଥିବା ସହ କେତୋଟି କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

ଲକ୍‌ ଡାଉନ୍‌ ଯୋଗୁଁ ସାମାଜିକ ସମାବେଶ, ଧାର୍ମିକ କାର୍ଯ୍ୟକ୍ରମ ଆଦିକୁ ବାରଣ କରାଯାଇଥିବାବେଳେ ନିଖିଲ୍‌ ଓ ରେବତୀଙ୍କ ବିବାହ କିଛି ପରିବାର ସଦସ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ରାମନଗର ନିକଟସ୍ଥ 95 ଏକର ଏକ ଜମିରେ ବିଭାଘର ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ଲକ୍‌ଡାଉନ୍‌ ଦେଖି ଏଥିରେ ପରିବର୍ତ୍ତନ କରାଯାଇଛି। ସୀମିତ ଲୋକଙ୍କ ମଧ୍ୟରେ ବିବାହ ହେବ ବୋଲି ଜଣାପଡିଛି ।  ଲକ୍‌ଡାଉନ୍‌ ମଧ୍ୟରେ ଏହି ଭିଭିଆଇପି ବିବାହ ଉପରେ କର୍ଣ୍ଣାଟକ ସରକାର ଖାସ୍‌ ନଜର ରଖିଛି । ସରକାର ଏହି ବାହାଘରର ଭିଡିଓଗ୍ରାଫି କରିବା ନେଇ ସୂଚନା ଜାରି କରିଛି ।

ଏହି ବାହାଘର ପାଇଁ କେବଳ 21ଟି କାର୍‌କୁ ଅନୁମତି ମିଳିଛି । ଏଥିରେ ପରିବାରର କିଛି ଲୋକ ଉପସ୍ଥିତ ରହି ବାହାଘରକୁ ସମ୍ପୂର୍ଣ୍ଣ କରାଇବେ ।  ଏହି ବାହାଘରରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦେବାକୁ କୁହାଯାଇଛି । ଯଦି ସାମାଜିକ ଦୂରତ୍ବ ନିୟମକୁ ଭଙ୍ଗ କରାଯିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଟିବ ବୋଲି କୁହାଯାଉଛି । କୋଭିଡ-19କୁ ନେଇ କରାଯାଇଥିବା ଗାଇଡ୍‌ ଲାଇନ ଅନୁସାରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କୁହାଯାଇଛି । ଯଦି ଏପରି ନ ହୁଏ, ତେବେ ଏନେଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ସିଏନ୍‌ ଅଶ୍ବଥ ନାରାୟା କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଲକ୍‌ଡାଉନ୍‌ ଭିତରେ ବି ହେଲା ବିବାହ : ଅନଲାଇନ୍‌ ଜରିଆରେ ସମ୍ପନ୍ନ ହେଲା ବିବାହ ବିଧି

ବିହାର : ଲକ୍‌ ଡାଉନ୍‌ ଆମ ଚିନ୍ତାଧାରାକୁ ମଧ୍ୟ ବଦଳାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁଁ ବାହାରକୁ ଯିବା ବନ୍ଦ। ସେହିପରି ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ମଧ୍ୟ ବାରଣ କରାଯାଇଛି। ଯେଉଁଠି ଲୋକେ ବାହାରକୁ ଯାଇ ପାରୁନାହାନ୍ତି, ସେଇଠି ବିବାହ ମଧ୍ୟ ହୋଇପାରୁଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ନ ଭାଙ୍ଗି ମଧ୍ୟ ବିବାହ କରାଯାଇପାରୁଛି । ଏହିପରି ଏକ ଅନନ୍ୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହଟି ବିହାରରେ ସଂଘଟିତ ହୋଇଛି । ନା ଏହି ବିବାହରେ ଥିଲେ ବରଯାତ୍ରୀ, ନା ବ୍ୟାଣ୍ଡ ବାଜା ନା ଥିଲା ବର। କିନ୍ତୁ ବିବାହଟି ରୀତି ରିଓ୍ବାଜରେ ସମ୍ପନ୍ନ ହୋଇଛି ।

କରୋନା ଭାଇରସ୍‌ ଯୋଗୁଁ ଦୁନିଆର ଅର୍ଦ୍ଧେକ ଦେଶ ଏବେ ଲକ୍‌ ଡାଉନ୍‌ । ଭାରତ ମଧ୍ୟ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛି। ଏପରି ସମୟରେ ବାହାରକୁ ବାହାରିବା କଷ୍ଟକର । ସାମାଜିକ ରୀତି-ରିଓ୍ବାଜ ହେଉ ଅଥବା ଧାର୍ମିକ କାର୍ଯ୍ୟକ୍ରମ ଏ ସମସ୍ତ କାର୍ଯ୍ୟ ଏବେ ବନ୍ଦ ରହିଛି । ଦେଶରେ ଲକ୍‌ ଡାଉନ୍‌ ସମୟରେ ବିହାରର ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଥିଲା । ଏହି ବିବାହରେ ନା କେହି ଥିଲେ ବରଯାତ୍ରୀ ନା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ରେ ହେଲା ବିବାହ ସମ୍ପନ୍ନ ।

କରୋନା ଭାଇରସ୍‌ ଲୋକଙ୍କ ଚିନ୍ତାକୁ ମଧ୍ୟ ବଦଳାଇ ଦେଇଛି । କରୋନା ଯୋଗୁଁ ଏବେ ବିବାହ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି । ପାଟନାର ଫୁଲଓ୍ବାରୀ ସରିଫ୍‌ ରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି । ପାଟନାର ବଧୂ ସଦବ୍‌ ନସରିନ୍‌ଙ୍କ ବିବାହ ଉତ୍ତର ପ୍ରଦେଶର ସାହିବାବାଦ୍‌ ନିବାସୀ ଦାନିସ୍‌ ରଜାଙ୍କ ସହିତ ମାର୍ଚ୍ଚ 24ତାରିଖ ବିବାହ ହେବା ବୋଲି ସ୍ଥିର ହୋଇଥିଲା । କିନ୍ତୁ କରୋନା ଭାଇରସ୍‌ ଯୋଗୁଁ  21 ଦିନ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଗଲା । ଏପରି ପରିସ୍ଥିତିରେ ଜଣେ ଅନ୍ୟ ଜାଗାକୁ ଯିବା ଅସମ୍ଭବ ଥିଲା । ସେହିପରି କେହି ବନ୍ଧୁ ବାନ୍ଧବ ଆସିବି ପାରିବେନି କି କେହି ଯାଇବି ପାରିବେନି । କିନ୍ତୁ ସ୍ଥିର ହୋଇଥିବା ତାରିଖରେ ବିଧି ମୁତାବକ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଏହି ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ ଜରିଆରେ ସମ୍ପନ୍ନ ହୋଇଛି । ବଧୂର ପିତା ମୌଲାନଙ୍କୁ ଘରକୁ ଡାକି  ଥିଲେ । ଏହାପରେ ଦୁଲହନ୍‌ଙ୍କ ସାମ୍ନାରେ ଏକ ସ୍କ୍ରିନ୍‌ ରଖାଯାଇଥିଲା । ସ୍କ୍ରିନ୍‌ର ଗୋଟିଏ ପଟେ କନ୍ୟା, ଅନ୍ୟ ପଟେ ବର ରହିଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲକ୍‌ଡାଉନ୍‌ ସମାପ୍ତ ହେବା ପରେ ଦୁଲହନ୍‌ ତାଙ୍କ ସ୍ବାମୀଙ୍କ ଘରକୁ ଯିବେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏକା ସାଙ୍ଗରେ ଦୁଇ ଯୁବତୀଙ୍କୁ ବିବାହ କଲେ ଯୁବକ

ପ୍ରୟାଗରାଜ : ପ୍ରୟାଗରାଜଠାରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି । ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ବେଶ୍‌ ଚର୍ଚ୍ଚାରେ ରହିଛି ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସ୍‌ରେ ଅଭିଯୋଗ କଲେ । ପୋଲିସ୍‌ ଯୁବକ ଜଣକୁ ଚାପୁଡା ମାରିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା ।

ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ । ପ୍ରାୟ ଚାରିଦିନ ପୂର୍ବରୁ ତାଙ୍କ ପ୍ରଥମ ପ୍ରେମିକା ଯୁବକଙ୍କୁ ଦ୍ବିତୀୟ ପ୍ରେମିକାଙ୍କ ସହ ଦେଖିଥିଲେ । ଏହାକୁ ନେଇ ବେଶ୍‌ ହଙ୍ଗାମା ହୋଇଥିଲା ।

ଯେତେବେଳେ ଯୁବକ ଜଣକ ତାଙ୍କ ନୂତନ ପ୍ରେମିକାକୁ ବିବାହ କରିବାକୁ ମନ୍ଦିରରେ ପହଞ୍ଚିଲେ, ସେଠାରେ ତାଙ୍କ ପୂର୍ବତନ ପ୍ରେମିକା ମଧ୍ୟ ପହଞ୍ଚିଗଲା । ଏହାପରେ ତିନିଙ୍କ ମଧ୍ୟରେ ବେଶ୍‌ ଗଣ୍ଡଗୋଳ ହୋଇଥିଲା । ଏହା ପରେ ଯୁବକ ଜଣକ ନିକଟସ୍ଥ ଏକ ମନ୍ଦିରକୁ ଯାଇ ସମସ୍ତଙ୍କ ସାମ୍ନାରେ ଦୁଇ ଯୁବତୀଙ୍କ ମଥାରେ ସିନ୍ଦୂର ଭରି ମଙ୍ଗଳ ସୂତ୍ର ପିନ୍ଧାଇ ବିବାହ କରିଛନ୍ତି । ବିବାହରେ ଉପସ୍ଥିତ ଥିବା ଲୋକେ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ୍‌ କରିଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜୀବନ ଶୈଳୀ

କନ୍ୟା ଘରର ଦାବି ଆଗରେ ବର ହେଲା ଅତିଷ୍ଠ :  ବିବାହ ପୂର୍ବରୁ ସମ୍ପର୍କ କଲା ଚ୍ଛିନ୍ନ

ନାଇଜେରିଆ : ବିବାହ ପୂର୍ବରୁ ବରଘର ତରଫରୁ ଯୌତୁକ ଦାବି କରାଯାଇଥିବାର ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଠାରେ ଓଲଟା କଥା ଘଟିଛି । କନ୍ୟା ଘରର ଦାବି ଆଗରେ ଜଣେ ବର ଅତିଷ୍ଠ ହୋଇପଡିଛି । କନ୍ୟାଘର ତରଫରୁ କରାଯାଇଥିବା ଯୌତୁକ ଦାବି ଆଗରେ ବର ଏତେ ବ୍ୟଥିତ ହୋଇପଡିଲା ଯେ, ପରିଶେଷରେ ସେ ତା’ ପ୍ରେମିକା ସହିତ ସମ୍ପର୍କ ଛିନ୍ନ କରିଛି ।

ନାଇଜେରିଆରେ ରହୁଥିବା ଏଣ୍ଡରସନ୍‌  ତାଙ୍କ ଭାବି ପତ୍ନୀଙ୍କ ସହ ଏନେଇ ସମ୍ପର୍କ ତୁଟାଇଛନ୍ତି। ସେ କନ୍ୟା ଘର ତରଫରୁ ଦାବିକୁ ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଛନ୍ତି । ଏହାସହିତ ସେ ତାଙ୍କ ପ୍ରେମିକାକୁ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିପାରିବା ସହିତ ସମସ୍ତ ଖର୍ଚ୍ଚ ଉଠାଇପାରୁଥିବା ଜଣେ ଯୁବକଙ୍କ ସହିତ ବିବାହ କରନ୍ତୁ ବୋଲି କହିଛନ୍ତି।

ଉଲ୍ଲେଖନୀୟ ଯେ, ନାଇଜେରିଆରେ କନ୍ୟା ଘରକୁ ଯୌତୁକ ଦେବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ବର ଘର ତରଫରୁ ବିବାହ ପୂର୍ବରୁ କନ୍ୟା ଘରକୁ କିଛି ଦିଆଯାଇଥାଏ ।  କେହି କେହି ଏହାକୁ କିସ୍ତି ଅନୁଯାୟୀ ଦେଉଥିବାବେଳେ କେହି କେହି ଏକକାଳୀନ ଦେଇଥା’ନ୍ତି । ତେବେ ଏଣ୍ଡରସନ୍‌ଙ୍କ କହିବାନୁସାରେ କନ୍ୟା ଘର ତରଫରୁ ଦିଆଯାଇଥିବା ଜିନିଷର ସୂଚୀକୁ ଦେଖି ତାଙ୍କ ହୋସ୍‌ ଉଡିଯାଇଛି । ଏତେ ଖର୍ଚ୍ଚର ହିସାବ କରି ବର ଜଣକ ପରିଶେଷରେ ବିବାହ କରିବାକୁ ମନା କରିଛନ୍ତି । ଏଣ୍ଡରସନ୍‌ ତାଙ୍କ ଭାବି ଶଶ୍ବରଘରୁ ତରଫରୁ ଦିଆଯାଇଥିବା ଲିଷ୍ଟ୍‌ର ଫଟୋକୁ ସେୟାର କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିବାହ ପାଇଁ ମନା କରିବା, ଯୁବତୀଙ୍କୁ ପଡ଼ିଲା ମହଙ୍ଗା

ଗ୍ରେଟର ନୋଏଡା : ବିବାହ ପାଇଁ ମନା କରିବା ଯୁବତୀଙ୍କୁ ବେଶ୍‌ ମହଙ୍ଗା ପଡିଛି । ଜଣେ 18 ବର୍ଷୀୟା ଯୁବତୀ ନିଜଠାରୁ ଦୁଇଗୁଣ ବୟସରେ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ତାଙ୍କ ଘରଲୋକେ ହାତ ଗୋଡ଼ ବାନ୍ଧି ମାରପିଟ୍‌ କରିଛନ୍ତି । ଯୁବତୀ ଜଣକ 40 ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ପାଇଁ ମନା କରିବା କାରଣରୁ ତାଙ୍କୁ ଏସବୁ ଭୋଗିବାକୁ ପଡିଛି । ଏହିପରି ଏକ ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ନୋଏଡାଠାରେ ଘଟିଛି । ଗ୍ରେଟର୍‌ ନୋଏଡାର ଥାନା ବିଶରଖ୍‌ କ୍ଷେତ୍ରର ଏକ ଭାଇରାଲ୍‌ ଭିଡିଓରୁ ଏହା ଜଣାପଡିଥିଲା । ଯେଉଁଥିରେ ଜଣେ 18 ବର୍ଷୀୟା ଯୁବତୀଙ୍କୁ 40 ବର୍ଷୀୟା ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ବାଧ୍ୟ କରାଯାଉଥିବାବେଳେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କ ହାତ ଗୋଡକୁ ବାନ୍ଧି ମାଡ ମରାଯାଉଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାର ଯାଞ୍ଚ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ମନୀଷ ପାଣ୍ଡେ

ମୁମ୍ବାଇ,2/12: ତାମିଲ ଏବଂ କନ୍ନଡ ଫିଲ୍ମ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମନୀଷ ପାଣ୍ଡେ । ସୋମବାର ମୁମ୍ବାଇରେ ମନୀଷ ପାଣ୍ଡେ ଆଶ୍ରିତାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତକାଲି କର୍ଣ୍ଣାଟକକୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇଥିବା ମନୀଷ ଓ୍ବିଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ତାମିଲ ଫିଲ୍ମ ଏନ୍‌ଏଚ୍‌-4ରୁ ପ୍ରସିଦ୍ଧି ଲାଭ କରିଥିବା ଆଶ୍ରିତା ମନୀଷଙ୍କୁ 4 ବର୍ଷ ହେବ ଡେଟ୍‌ କରୁଥିଲେ । ଉଭୟ ନିଜ ସମ୍ପର୍କକୁ ସର୍ବଦା ଅସ୍ବୀକାର କରି ଆସୁଥିଲେ ମଧ୍ୟ ଶେଷରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ କର୍ଣ୍ଣାଟକ ଟିମ୍‌ ଖେଳାଳି କରୁଣ ନାୟାର, କେ ଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଯୋଗ ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ପୁଅ ବାହାଘର ପୂର୍ବରୁ ମୁମ୍ବାଇର 50 ହଜାର ପୋଲିସ ଅଫିସରଙ୍କୁ ମିଠା ପ୍ୟାକେଟ ପଠାଇଲେ ମୁକେଶ ଆମ୍ବାନୀ

ମୁକେଶ ଆମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀଙ୍କ ବାହାଘର ପୂର୍ବରୁ ମୁମ୍ବାଇ ସହରର 50 ହଜାର ପୋଲିସ ଅଫିସରଙ୍କ ପାଖକୁ ପଠାଯାଇଛି ସର୍ପାଇଜ ମିଠା ପ୍ୟାକେଟ ସହ ନିମନ୍ତ୍ରଣ କାର୍ଡ। ମୁମ୍ବାଇର ସମସ୍ତ ଥାନାକୁ ଏହି ପ୍ୟାକେଟ ପଠାଯାଇଥିବା ଜଣାଯାଇଛି। ଜଣେ ପୋଲିସ ଅଧିକାର କହିଛନ୍ତି ଯେ, ମିଠା ପ୍ୟାକେଟରେ ଯେଉଁ ନିମନ୍ତ୍ରଣ କାର୍ଡ ରହିଛି ସେଥିରେ ବରକନ୍ୟାଙ୍କୁ ଆର୍ଶିବାଦ ଦେବାକୁ ଅନୁରୋଧ କରାଯାଇଛି। ଏହି କାର୍ଡରେ ନୀତା ଓ ମୁକେଶ ଆମ୍ବାନୀଙ୍କ ସହିତ ପୁଅ ଆକାଶ ଆମ୍ବାନୀ ଏବଂ କନ୍ୟା ଶ୍ଲୋକା ମେହେଟାଙ୍କ ନାମ ରହିଛି। ଆକାଶ ଆମ୍ବାନୀ ମାର୍ଚ୍ଚ 9 ତାରିଖ ଦିନ ବିବାହ କରିବେ। ତିନିଦିନ ଧରି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏହି ବିହାବ ଉତ୍ସବ ଆୟୋଜିତ ହେବ। 11 ତାରିଖ ଦିନ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଏକ ଆଡମ୍ବର ପୂର୍ଣ୍ଣ ରିସେପ୍ସନର ଆୟୋଜନ କରାଯାଇଛି।