କନ୍ୟା ଘରର ଦାବି ଆଗରେ ବର ହେଲା ଅତିଷ୍ଠ :  ବିବାହ ପୂର୍ବରୁ ସମ୍ପର୍କ କଲା ଚ୍ଛିନ୍ନ

Published: Jan 31, 2020, 1:43 pm IST

ନାଇଜେରିଆ : ବିବାହ ପୂର୍ବରୁ ବରଘର ତରଫରୁ ଯୌତୁକ ଦାବି କରାଯାଇଥିବାର ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଠାରେ ଓଲଟା କଥା ଘଟିଛି । କନ୍ୟା ଘରର ଦାବି ଆଗରେ ଜଣେ ବର ଅତିଷ୍ଠ ହୋଇପଡିଛି । କନ୍ୟାଘର ତରଫରୁ କରାଯାଇଥିବା ଯୌତୁକ ଦାବି ଆଗରେ ବର ଏତେ ବ୍ୟଥିତ ହୋଇପଡିଲା ଯେ, ପରିଶେଷରେ ସେ ତା’ ପ୍ରେମିକା ସହିତ ସମ୍ପର୍କ ଛିନ୍ନ କରିଛି ।

ନାଇଜେରିଆରେ ରହୁଥିବା ଏଣ୍ଡରସନ୍‌  ତାଙ୍କ ଭାବି ପତ୍ନୀଙ୍କ ସହ ଏନେଇ ସମ୍ପର୍କ ତୁଟାଇଛନ୍ତି। ସେ କନ୍ୟା ଘର ତରଫରୁ ଦାବିକୁ ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଛନ୍ତି । ଏହାସହିତ ସେ ତାଙ୍କ ପ୍ରେମିକାକୁ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିପାରିବା ସହିତ ସମସ୍ତ ଖର୍ଚ୍ଚ ଉଠାଇପାରୁଥିବା ଜଣେ ଯୁବକଙ୍କ ସହିତ ବିବାହ କରନ୍ତୁ ବୋଲି କହିଛନ୍ତି।

ଉଲ୍ଲେଖନୀୟ ଯେ, ନାଇଜେରିଆରେ କନ୍ୟା ଘରକୁ ଯୌତୁକ ଦେବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ବର ଘର ତରଫରୁ ବିବାହ ପୂର୍ବରୁ କନ୍ୟା ଘରକୁ କିଛି ଦିଆଯାଇଥାଏ ।  କେହି କେହି ଏହାକୁ କିସ୍ତି ଅନୁଯାୟୀ ଦେଉଥିବାବେଳେ କେହି କେହି ଏକକାଳୀନ ଦେଇଥା’ନ୍ତି । ତେବେ ଏଣ୍ଡରସନ୍‌ଙ୍କ କହିବାନୁସାରେ କନ୍ୟା ଘର ତରଫରୁ ଦିଆଯାଇଥିବା ଜିନିଷର ସୂଚୀକୁ ଦେଖି ତାଙ୍କ ହୋସ୍‌ ଉଡିଯାଇଛି । ଏତେ ଖର୍ଚ୍ଚର ହିସାବ କରି ବର ଜଣକ ପରିଶେଷରେ ବିବାହ କରିବାକୁ ମନା କରିଛନ୍ତି । ଏଣ୍ଡରସନ୍‌ ତାଙ୍କ ଭାବି ଶଶ୍ବରଘରୁ ତରଫରୁ ଦିଆଯାଇଥିବା ଲିଷ୍ଟ୍‌ର ଫଟୋକୁ ସେୟାର କରିଛନ୍ତି । (ଏଜେନ୍ସି)

Related posts