ଲକ୍‌ଡାଉନ୍‌ ଭିତରେ ବି ହେଲା ବିବାହ : ଅନଲାଇନ୍‌ ଜରିଆରେ ସମ୍ପନ୍ନ ହେଲା ବିବାହ ବିଧି

Published: Mar 27, 2020, 12:23 pm IST

ବିହାର : ଲକ୍‌ ଡାଉନ୍‌ ଆମ ଚିନ୍ତାଧାରାକୁ ମଧ୍ୟ ବଦଳାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁଁ ବାହାରକୁ ଯିବା ବନ୍ଦ। ସେହିପରି ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ମଧ୍ୟ ବାରଣ କରାଯାଇଛି। ଯେଉଁଠି ଲୋକେ ବାହାରକୁ ଯାଇ ପାରୁନାହାନ୍ତି, ସେଇଠି ବିବାହ ମଧ୍ୟ ହୋଇପାରୁଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ନ ଭାଙ୍ଗି ମଧ୍ୟ ବିବାହ କରାଯାଇପାରୁଛି । ଏହିପରି ଏକ ଅନନ୍ୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହଟି ବିହାରରେ ସଂଘଟିତ ହୋଇଛି । ନା ଏହି ବିବାହରେ ଥିଲେ ବରଯାତ୍ରୀ, ନା ବ୍ୟାଣ୍ଡ ବାଜା ନା ଥିଲା ବର। କିନ୍ତୁ ବିବାହଟି ରୀତି ରିଓ୍ବାଜରେ ସମ୍ପନ୍ନ ହୋଇଛି ।

କରୋନା ଭାଇରସ୍‌ ଯୋଗୁଁ ଦୁନିଆର ଅର୍ଦ୍ଧେକ ଦେଶ ଏବେ ଲକ୍‌ ଡାଉନ୍‌ । ଭାରତ ମଧ୍ୟ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛି। ଏପରି ସମୟରେ ବାହାରକୁ ବାହାରିବା କଷ୍ଟକର । ସାମାଜିକ ରୀତି-ରିଓ୍ବାଜ ହେଉ ଅଥବା ଧାର୍ମିକ କାର୍ଯ୍ୟକ୍ରମ ଏ ସମସ୍ତ କାର୍ଯ୍ୟ ଏବେ ବନ୍ଦ ରହିଛି । ଦେଶରେ ଲକ୍‌ ଡାଉନ୍‌ ସମୟରେ ବିହାରର ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଥିଲା । ଏହି ବିବାହରେ ନା କେହି ଥିଲେ ବରଯାତ୍ରୀ ନା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଲକ୍‌ଡାଉନ୍‌ ପାଇଁ ଅନ୍‌ଲାଇନ୍‌ରେ ହେଲା ବିବାହ ସମ୍ପନ୍ନ ।

କରୋନା ଭାଇରସ୍‌ ଲୋକଙ୍କ ଚିନ୍ତାକୁ ମଧ୍ୟ ବଦଳାଇ ଦେଇଛି । କରୋନା ଯୋଗୁଁ ଏବେ ବିବାହ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି । ପାଟନାର ଫୁଲଓ୍ବାରୀ ସରିଫ୍‌ ରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି । ପାଟନାର ବଧୂ ସଦବ୍‌ ନସରିନ୍‌ଙ୍କ ବିବାହ ଉତ୍ତର ପ୍ରଦେଶର ସାହିବାବାଦ୍‌ ନିବାସୀ ଦାନିସ୍‌ ରଜାଙ୍କ ସହିତ ମାର୍ଚ୍ଚ 24ତାରିଖ ବିବାହ ହେବା ବୋଲି ସ୍ଥିର ହୋଇଥିଲା । କିନ୍ତୁ କରୋନା ଭାଇରସ୍‌ ଯୋଗୁଁ  21 ଦିନ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଗଲା । ଏପରି ପରିସ୍ଥିତିରେ ଜଣେ ଅନ୍ୟ ଜାଗାକୁ ଯିବା ଅସମ୍ଭବ ଥିଲା । ସେହିପରି କେହି ବନ୍ଧୁ ବାନ୍ଧବ ଆସିବି ପାରିବେନି କି କେହି ଯାଇବି ପାରିବେନି । କିନ୍ତୁ ସ୍ଥିର ହୋଇଥିବା ତାରିଖରେ ବିଧି ମୁତାବକ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଏହି ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ ଜରିଆରେ ସମ୍ପନ୍ନ ହୋଇଛି । ବଧୂର ପିତା ମୌଲାନଙ୍କୁ ଘରକୁ ଡାକି  ଥିଲେ । ଏହାପରେ ଦୁଲହନ୍‌ଙ୍କ ସାମ୍ନାରେ ଏକ ସ୍କ୍ରିନ୍‌ ରଖାଯାଇଥିଲା । ସ୍କ୍ରିନ୍‌ର ଗୋଟିଏ ପଟେ କନ୍ୟା, ଅନ୍ୟ ପଟେ ବର ରହିଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲକ୍‌ଡାଉନ୍‌ ସମାପ୍ତ ହେବା ପରେ ଦୁଲହନ୍‌ ତାଙ୍କ ସ୍ବାମୀଙ୍କ ଘରକୁ ଯିବେ ବୋଲି ଜଣାପଡିଛି । (ଏଜେନ୍ସି)

Related posts