ଲକ୍‌ ଡାଉନ୍‌ 3.0ରେ କରିପାରିବେ ବିବାହ, କିନ୍ତୁ ରହିଛି କିଛି ସର୍ତ୍ତ

Published: May 1, 2020, 11:43 pm IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ନେଇ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମେ 4 ତାରିଖରୁ ମେ 17 ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ ଜାରି ରହିବ । ତେବେ ଏହି ତୃତୀୟ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଗୃହମନ୍ତ୍ରାଳୟ ଦେଶରେ କରୋନା ସ୍ଥିତିକୁ ଦେଖି ତିନୋଟି ଜୋନ୍‌ରେ ଭାଗ କରିଛନ୍ତି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ଭାଗ କରାଯାଇଛି । ଦେଶରେ 130ଟି ରେଡ୍‌ ଜୋନ୍‌ରେ ଥିବାବେଳେ 284ଟି ଅରେଞ୍ଜ ଜୋନ୍‌ ଓ 319ଟି ଗ୍ରୀନ୍‌ ଜୋନରେ ରହିଛନ୍ତି । ତେବେ ଲକ୍‌ ଡାଉନ ସମୟରେ ସବୁଠୁ  ବଡ ସମସ୍ୟା ଭାବେ ଦେଖାଦେଇଛି ବିବାହ  ପରି ମାଙ୍ଗଳିକ କାର୍ଯ୍ୟ । ସାମାଜିକ ଦୂରତ୍ବ କାରଣରୁ ବିବାହକୁ ଅନୁମତି ମିଳୁନହିଁ । ତେବେ ଚଳିତ ଲକ୍‌ ଡାଉନ୍‌ରେ ଏଥିରେ ମଧ୍ୟ କିଛି କୋହଳ କରାଯାଇଛି ।

ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଲକ୍‌ ଡାଉନ୍‌ ସମୟରେ ହେଉଥିବା ବାହାଘର ପାଇଁ କିଛି ସର୍ତ୍ତ ରଖାଯାଇଛି । ବାହାଘର ସମାବେଶରେ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିପାରିବେ । ଉଭୟ ବର  ଓ ବଧୂ ପକ୍ଷରୁ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିବେ । ଏବଂ ଏହି ବିବାହରେ ସାମାଜିକ ଦୂରତ୍ବର ନିୟମ ପାଳନ କରିବେ । (ଏଜେନ୍ସି)

Related posts