Categories
ଆଜିର ଖବର ଜାତୀୟ ଖବର

ବିବାହ ପାଇଁ ଯୁବକ ରଖିଲେ ଅଜବ ସର୍ତ୍ତ : ଜାଣନ୍ତୁ, କ’ଣ ରହିଛି ସର୍ତ୍ତ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା : ଆଜିକାଲି ମ୍ୟାଟ୍ରିମୋନିଆଲ୍‌ ଓ ବିବାହ ପାଇଁ ବିଜ୍ଞାପନ ଦିଆଯାଇ ପ୍ରସ୍ତାବ ଖୋଜାଯାଇପାରୁଛି । । ଏହି ସାଇଟ୍‌ରେ ବିବାହ ପାଇଁ ଆଗ୍ରହୀ ଯୁବକ ଓ ଯୁବତୀମାନେ ନିଜ ନିଜର ଫ୍ରୋପାଇଲ୍‌ ଖୋଲୁଛନ୍ତି । ଏହି ପ୍ରୋଫାଇଲ୍‌ ପେଜରେ ସେମାନଙ୍କ ତାଙ୍କ ଭାବୀ ଜୀବନସାଥୀଙ୍କ ସମ୍ପର୍କରେ ଡିମାଣ୍ଡ କରୁଛନ୍ତି ।  ତେବେ ନିକଟରେ ଏକ ମ୍ୟାଟ୍ରିମୋନିଲଆ୍‌ ସାଇଟ୍‌ରେ ଜଣେ ଯୁବକ ନିଜ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଜଣେ 37 ବର୍ଷୀୟା ଯୁବକ ଯିଏ କି ପେଶାରେ ଜଣେ ଓକିଲ । ସେ ନିଜର  ବିବାହ ସମ୍ପର୍କରେ ଏକ ଅଜବ ସର୍ତ୍ତ ରଖିଛନ୍ତି। ଓକିଲ ଜଣକ ନିଜ ସମ୍ପର୍କରେ ସମସ୍ତ ବିବରଣି ଦେବା ସହ ଲେଖିଛନ୍ତି ସେ ବିନା କୌଣସି ଡିମାଣ୍ଡରେ ବିବାହ କରିବେ । ହେଲେ କନ୍ୟା ସୁନ୍ଦର, ଡେଙ୍ଗା ଓ ପତଳା ହେବା ସହ ସୋସିଆଲ ମିଡିଆ ବ୍ୟବହାର କରୁ ନ ଥିବେ ବୋଲି ସର୍ତ୍ତ ରଖିଛନ୍ତି । ଏହି ବିବାହ ବିଜ୍ଞାପନକୁ ଆଇଏଏସ୍ ନିତିନ ସାଙ୍ଗୱାନ ସୋସିଆଲ ମିଡିଆ ଟୁଇଟରରେ ଶେୟାର୍ କରିଛନ୍ତି ।

ତେବେ ସମ୍ପୃକ୍ତ ଓକିଲ ଜଣଙ୍କୁ କନ୍ୟା ମିଳିବା ତ ବହୁତ କଷ୍ଟସାଧ୍ୟ ହେବା ପରି ମନେ ହେଉଛି । କାରଣ କାରଣ ଏବେ ପ୍ରାୟ ସମସ୍ତଙ୍କର ଅତିକମରେ ଫେସବୁକ, ଟୁଇଟର ଓ ଇନଷ୍ଟାଗ୍ରାମରେ ନିହାତି ଗୋଟିଏ ଆକାଉଣ୍ଟ ରହିଛି । ଆଜିର ଡିଜିଟାଲ୍‌ ସମୟରେ ଓକିଲ ବାବୁ ଜଣକ ନିଜ ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁନଥିବା କନ୍ୟା ଖୋଜୁଥିବାର ଖବରଟି ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ 3.0ରେ କରିପାରିବେ ବିବାହ, କିନ୍ତୁ ରହିଛି କିଛି ସର୍ତ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ନେଇ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମେ 4 ତାରିଖରୁ ମେ 17 ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ ଜାରି ରହିବ । ତେବେ ଏହି ତୃତୀୟ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଗୃହମନ୍ତ୍ରାଳୟ ଦେଶରେ କରୋନା ସ୍ଥିତିକୁ ଦେଖି ତିନୋଟି ଜୋନ୍‌ରେ ଭାଗ କରିଛନ୍ତି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ଭାଗ କରାଯାଇଛି । ଦେଶରେ 130ଟି ରେଡ୍‌ ଜୋନ୍‌ରେ ଥିବାବେଳେ 284ଟି ଅରେଞ୍ଜ ଜୋନ୍‌ ଓ 319ଟି ଗ୍ରୀନ୍‌ ଜୋନରେ ରହିଛନ୍ତି । ତେବେ ଲକ୍‌ ଡାଉନ ସମୟରେ ସବୁଠୁ  ବଡ ସମସ୍ୟା ଭାବେ ଦେଖାଦେଇଛି ବିବାହ  ପରି ମାଙ୍ଗଳିକ କାର୍ଯ୍ୟ । ସାମାଜିକ ଦୂରତ୍ବ କାରଣରୁ ବିବାହକୁ ଅନୁମତି ମିଳୁନହିଁ । ତେବେ ଚଳିତ ଲକ୍‌ ଡାଉନ୍‌ରେ ଏଥିରେ ମଧ୍ୟ କିଛି କୋହଳ କରାଯାଇଛି ।

ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଲକ୍‌ ଡାଉନ୍‌ ସମୟରେ ହେଉଥିବା ବାହାଘର ପାଇଁ କିଛି ସର୍ତ୍ତ ରଖାଯାଇଛି । ବାହାଘର ସମାବେଶରେ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିପାରିବେ । ଉଭୟ ବର  ଓ ବଧୂ ପକ୍ଷରୁ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିବେ । ଏବଂ ଏହି ବିବାହରେ ସାମାଜିକ ଦୂରତ୍ବର ନିୟମ ପାଳନ କରିବେ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜୀବନ ଶୈଳୀ

ସ୍ତ୍ରୀଙ୍କ ପାଇଁ ଦୁଇ ସ୍ବାମୀ କଲେ ଅଜବ ବୁଝାମଣା

ଲାହୋର  : ଜଣେ ସ୍ବାମୀଙ୍କର ଦୁଇଟି ସ୍ତ୍ରୀ ରହିଥିବାର ଶୁଣାଯାଇଥାଏ । କିନ୍ତୁ ସ୍ତ୍ରୀଙ୍କର ଦୁଇଟି ସ୍ବାମୀ ରହିଥିବାର ଖବର ସାମ୍ନାକୁ ଆସିଛି । ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀ ନିଜ ମଧ୍ୟରେ ବୁଝାମଣା କରିଥାନ୍ତି । କିନ୍ତୁ ଜଣେ ସ୍ତ୍ରୀ ପାଇଁ ଦୁଇ ଜଣ ସ୍ବାମୀ ବୁଝାମଣା କହିଛନ୍ତି ।

ଏହି ଘଟଣାର ପାକିସ୍ତାନର ଲହୋର ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ସ୍ତ୍ରୀ ଗର୍ଭବତୀ ଥିବାବେଳେ ପ୍ରଥମ ସ୍ବାମୀ ଜଣକ ତାଙ୍କର ଉତ୍ତମ ଦେଖାରଖା କରିପାରିବେ ବୋଲି ଦ୍ବିତୀୟ ସ୍ବାମୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି ।

ଦୁଇଜଣ ସ୍ବାମୀ ଜଣକ ଏହା ସମ୍ପର୍କରେ ପୋଲିସ ଥାନାରେ ଲିଖିତ ବୟାନ ଦେଇଛନ୍ତି । ମହିଳାଙ୍କ ଦ୍ବିତୀୟ ସ୍ବାମୀ ବୁଝାମୁଣା ଚୁକ୍ତିରେ ଲେଖିଛନ୍ତି ଯେ – ତାଙ୍କ ସ୍ତ୍ରୀଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଚାରିଜଣ ସନ୍ତାନ ଅଛନ୍ତି । ସେହି ସନ୍ତାନମାନଙ୍କର ଠିକ୍‌ ଭାବରେ ଦେଖାରେଖା ହୋଇପାରୁନଥିବାରୁ ସେ ବ୍ୟସ୍ତ ରହୁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କ ସହମତିରେ ତାଙ୍କୁ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି । ଏବେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାବେଳେ ସେ ଯେକୌଣସି ସମୟରେ ଆସି ତାଙ୍କ ସ୍ତ୍ରୀଙ୍କ ସହିତ ସାକ୍ଷାତ ଦେଖାକରି ପାରିବେ । ଏବଂ ଏକ ବର୍ଷ ପରେ ତାଙ୍କ ସନ୍ତାନକୁ ନେଇ ପାରିବେ । ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ପ୍ରଥମ ସ୍ବାମୀଙ୍କ ସହିତ ରହିବେ ।

ସେହିପରି ପ୍ରଥମ ସ୍ବାମୀ ଜଣକ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଏପରି ଦୁଃଖୀ କିମ୍ବା ବ୍ୟସ୍ତ ହେଉଥିବାର ଦେଖିପାରିବେ ନାହିଁ ସେଥିପାଇଁ ସେ ଏହି ବୁଝାମଣାରେ ସମର୍ଥନ କରିଛନ୍ତି । ଏହି ବୁଝାମଣାରେ ଦୁଇଜଣ ଯାକ ସ୍ବାମୀ କହିଛନ୍ତି ଯେ, ସେ ଏପରି ବୁଝାମଣା କେବଳ ତାଙ୍କ ସ୍ତ୍ରୀଙ୍କ ପାଇଁ ହିଁ କରିଛନ୍ତି, ସେ ଯେପରି ପିଲାମାନଙ୍କ ସହିତ ଖୁସିରେ ରହିପାରିବେ ସେଥିପ୍ରତି ଧ୍ୟାନ ଦେଇ ସେ ଏପରି ଏକ ବୁଝାମଣାରେ ସହମତି ଜଣାଇଛନ୍ତି ।