Categories
ଆଜିର ଖବର ଜାତୀୟ ଖବର

ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଆସନ୍ତା 17 ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୋଦି ଏହାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଗତକାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆଜି ସମ୍ବୋଧିତ କରିବାକୁ ଯାଉଛନ୍ତି ମୋଦି । ଲକ୍‌ଡାଉନ୍‌ 3.0 ପରେ କଣ କଣ ନିୟମାବଳୀ ଲାଗୁ କରାଯିବ ତାହା ମୋଦି ସ୍ପଷ୍ଟ କରିବା ନେଇ ଆାଶ କରାଯାଉଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବନି ସେନେଇ ନିର୍ଦ୍ଦେଶ ଜାରି କଲା ବିଏମ୍‌ସି

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌କୁ ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ପର୍ଯ୍ୟାୟରେ ଗତ ଦୁଇ ପର୍ଯ୍ୟାୟଠାରୁ କିଛି ନିୟମକୁ କୋହଳ କରାଯାଇଛି । ଜୋନ୍‌ ଅନୁଯାୟୀ କଟକଣାରୁ କୋହଳ କରାଯାଇଥିବାବେଳେ ଭୁବନେଶ୍ବରରେ କ’ଣ ସବୁ ଖୋଲା ରହିବ, କ’ଣ ସବୁ ବନ୍ଦ ରହିବ ସେ ନେଇ ବିଏମ୍‌ସି ସୂଚୀ ଜାରି କରିଛି ।

ଭୁବନେଶ୍ବରରେ ଏସବୁ ଖୋଲିପାରିବ

ଔଷଧ, ବିଭିନ୍ନ ମେଡିକାଲ ସାମଗ୍ରୀ ଉତ୍ପାଦନକାରୀ ୟୁନିଟ୍‌, ଆଇଟି ହାର୍ଡଓ୍ବେର୍‌, ପ୍ୟାକେଜିଂ ୟୁନିଟ୍‌କୁ ଖୋଲିବା ଲାଗି ଅନୁମତି। ବିଏମ୍‌ସି ମଧ୍ୟରେ କେବଳ ଅନୁମତି ପ୍ରାପ୍ତ ଗାଡି ଚଳାଚଳ କରିପାରିବ।  ଘରୋଇ ଚାରିଚକିଆ ଯାନରେ ଡ୍ରାଇଭର ବ୍ୟତୀତ ଆଉ ଦୁଇ ଜଣଙ୍କୁ ଅନୁମତି ମିଳିବ। ବାଇକ୍‌ରେ ଚାଳକ ବ୍ୟତୀତ ଆଉ କେହି ବସି ଯାଇପାରିବେନି । 33% କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ ଅଫିସ୍‌ ଖୋଲି ପାରିବେ ।

ଭୁବନେଶ୍ବରରେ ଏସବୁ ଖୋଲିବନି

ବିଏମ୍‌ସି ଅଞ୍ଚଳରେ ଖୋଲିବନି ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ । ସାମାଜିକ, ରାଜନୈତିକ, କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ ଏକତ୍ରୀକରଣକୁ ବାରଣ କରାଯାଇଛି । ଧାର୍ମିକ ସ୍ଥଳରେ ଯେକୌଣସି ଧାର୍ମିକ ସମାବେଶକୁ ମଧ୍ୟ ବାରଣ କରାଯାଇଛି । ଭୁବନେଶ୍ବରରେ ସିଙ୍ଗଲ୍‌ ଓ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିପାରିବନି । ସେଲୁନ୍‌,ସ୍ପା ଓ ବିୟୁଟି ପାର୍ଲର, ମସାଜ ସେଣ୍ଟର ଆଦି ଖୋଲିବାକୁ ମନା କରାଯାଇଛି । ପାନ, ଚା, ରାସ୍ତାକଡ ଠେଲା ଦୋକାନ, ଫାଷ୍ଟ ଫୁଡ୍‌ ଦୋକାନ ଆଦି ଖୋଲିପାରିବନି ।

 

Categories
ଆଜିର ଖବର ଜାତୀୟ ଖବର

ଲକ୍‌ ଡାଉନ୍‌ 3.0ରେ କରିପାରିବେ ବିବାହ, କିନ୍ତୁ ରହିଛି କିଛି ସର୍ତ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ନେଇ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମେ 4 ତାରିଖରୁ ମେ 17 ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ ଜାରି ରହିବ । ତେବେ ଏହି ତୃତୀୟ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି । ଗୃହମନ୍ତ୍ରାଳୟ ଦେଶରେ କରୋନା ସ୍ଥିତିକୁ ଦେଖି ତିନୋଟି ଜୋନ୍‌ରେ ଭାଗ କରିଛନ୍ତି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ଭାଗ କରାଯାଇଛି । ଦେଶରେ 130ଟି ରେଡ୍‌ ଜୋନ୍‌ରେ ଥିବାବେଳେ 284ଟି ଅରେଞ୍ଜ ଜୋନ୍‌ ଓ 319ଟି ଗ୍ରୀନ୍‌ ଜୋନରେ ରହିଛନ୍ତି । ତେବେ ଲକ୍‌ ଡାଉନ ସମୟରେ ସବୁଠୁ  ବଡ ସମସ୍ୟା ଭାବେ ଦେଖାଦେଇଛି ବିବାହ  ପରି ମାଙ୍ଗଳିକ କାର୍ଯ୍ୟ । ସାମାଜିକ ଦୂରତ୍ବ କାରଣରୁ ବିବାହକୁ ଅନୁମତି ମିଳୁନହିଁ । ତେବେ ଚଳିତ ଲକ୍‌ ଡାଉନ୍‌ରେ ଏଥିରେ ମଧ୍ୟ କିଛି କୋହଳ କରାଯାଇଛି ।

ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଲକ୍‌ ଡାଉନ୍‌ ସମୟରେ ହେଉଥିବା ବାହାଘର ପାଇଁ କିଛି ସର୍ତ୍ତ ରଖାଯାଇଛି । ବାହାଘର ସମାବେଶରେ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିପାରିବେ । ଉଭୟ ବର  ଓ ବଧୂ ପକ୍ଷରୁ ମାତ୍ର 50 ଜଣ ଲୋକ ଉପସ୍ଥିତ ରହିବେ । ଏବଂ ଏହି ବିବାହରେ ସାମାଜିକ ଦୂରତ୍ବର ନିୟମ ପାଳନ କରିବେ । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ଲକଡାଉନ୍‌ 3.0:  କେଉଁ ଜୋନ୍‌ରେ କେମିତି ରହିଛି କଟକଣା, ଜାଣନ୍ତୁ କଣ ହେବ ବନ୍ଦ, କଣ ରହିବ ଖୋଲା

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍‌ଡାନ୍‌ 3.0ରେ ସରକାର କିଛି ରିହାତି ପ୍ରଦାନ କରିଛନ୍ତି । କରୋନାର ସ୍ଥିତିକୁ ଦେଖି ଦେଶକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଆଦି ଜୋନ୍‌ରେ ଭାଗ କରାଯାଇ ଏହି ଜୋନ୍‌ରେ କିଛି କିଛି ରିହାତି ମିଳିଛି।  ତେବେ ରେଡ୍‌ ଜୋନ୍‌ରେ କୌଣସି ପ୍ରକାରର କଟକଣାରୁ ମୁକ୍ତ କରାଯାଇନାହିଁ । ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ କିଛି କଟକଣାକୁ ହ୍ରାସ କରାଯାଇଛି ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ 733ଟି ଜିଲ୍ଲାକୁ କରୋନାର ସ୍ଥିତିକୁ ଦେଖି ଜୋନ୍‌ରେ ଭାଗ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଧାରରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଆଦି ବଣ୍ଟାଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗର ସମେତ ଦେଶର 130ଟି ଜିଲ୍ଲା ରେଡ୍‌ ଜୋନରେ ରହିଛନ୍ତି । ସେହିପରି 319ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ ଓ 284ଟି ଅରେଞ୍ଜ ଜୋନ୍‌ ରେ ରହିଛି ।

ଦେଶରେ ଯାତାୟତର ସମସ୍ତ ସୁବିଧାକୁ ପୂର୍ବରୁ ବନ୍ଦ ରଖାଯାଇଛି । ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ହୋଇପାରିବ ନାହିଁ । ସେହିପରି ମେଟ୍ରୋ ସେବାକୁ ମଧ୍ୟ ରଖାଯାଇଛି । ସେହିପରି ମଲ୍‌, ସିନେମା ହଲ୍‌ ଆଦି ଖୋଲିବାକୁ ଅନୁମତି ମିଳିନାହିଁ । ବିଶେଷ ଉଦ୍ଦେଶ୍ୟରେ ଆନ୍ତରାଜ୍ୟ ଚଳଚାଳକୁ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମତି ଦିଆଯିବ । ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ କୋଚିସେଣ୍ଟର ସମେତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଆ ହୋଟେଲ୍‌, ରେୁଷ୍ଟରାଣ୍ଟ, ସିନେମା ହଲ୍‌, ଜିମ୍ନାଜିୟମ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପ୍ରଭୃତି ବନ୍ଦ ରହିବ ।

ଗର୍ଭବତୀ ମହିଳା, 10 ବର୍ଷରୁ କମ୍‌ ଶିଶୁ ଓ 65 ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସମସ୍ତ ଧାର୍ମିକସ୍ଥଳୀ ବନ୍ଦ ରହିବ । କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ତଥା ସାମୁଦାୟିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି ।

ଆସନ୍ତୁ ଜାଣିବା କେଉଁ ଜୋନ୍‌ରେ କ’ଣ ସବୁ କୋହଳ କରାଯାଇଛି

ରେଡ୍‌ ଜୋନ୍‌ : ରେଡ୍‌ ଜୋନ୍‌ରେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବାକୁ ଅନୁମତି ଦିଆଯିବା ସହିତ ବାଇକ୍‌ରେ କେବଳ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଏହି ଜୋନ୍‌ରେ ଥିବା କିଛି ବାଣିଜ୍ୟ ପ୍ରତିଷ୍ଠାନକୁ  ଅନୁମତି ମିଳିଛି । ସେଗୁଡିକ ମଧ୍ୟରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ, ଆଇଟି ଏବଂ ଆଇଟି ସକ୍ଷମ ସେବା, ଡାଟା ଏବଂ କଲ୍ ସେଣ୍ଟର, କୋଲ୍ଡ ଷ୍ଟୋରେଜ୍ ଏବଂ ଗୋଦାମ ସେବା, ଘରୋଇ ସୁରକ୍ଷା ଏବଂ ସୁବିଧା ପରିଚାଳନା ସେବା ଅନ୍ତର୍ଭୁକ୍ତ ରହିଛି। ସେହିପରି ବେସରକାରୀ ସଂସ୍ଥାମାନେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ। ସାମାଜିକ ଦୂରତ୍ବ ଓ କରୋନା ଗାଇଡଲାଇନ ପାଳନ କରିବାକୁ ଅନିବାର୍ଯ୍ୟ କରାଯାଇଛି । ସେହିପରି ଏହି ଜୋନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଅନୁମତି ଦିଆଯାଇଛି । ବିଜୁଳି, ପାଣି, ସାନିଟେନସନ ଓ ୱେଷ୍ଟମ୍ୟାନେଜମେଣ୍ଟ କାର୍ଯ୍ୟକ୍ଷମ ହେବ । ବ୍ୟାଙ୍କ, ନନ୍‌ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ କୋପୋରେଟିଭ ସୋସାଇଟି

ସେହିପରି ରେଡ୍‌ଜୋନ୍‌ରେ ମନରେଗା କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ଓ ଇଟାଭାଟି ସମେତ ଗ୍ରାମାଞ୍ଚଳରେ ଶିଳ୍ପ ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି ।  ସମସ୍ତ ପ୍ରକାରର କୃଷିଭିତ୍ତି କାର୍ଯ୍ୟକୁ ଅନୁମତି ମିଳିବା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଚାଲୁ ରହିବ ।

ଅରେଞ୍ଜ ଜୋନ: ଏହି ଜୋନ୍‌ରେ ଟ୍ୟାକ୍ସି ଓ କ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରିହେବ। କେବଳ ଅନୁମତି ପ୍ରାପ୍ତ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରିବାକୁ ଅନୁମତି ମିଳିବ। ଚାରି ଚକିଆରେ ଡ୍ରାଇଭରଙ୍କୁ ମିଶାଇ ତିନି ଜଣ ଓ ଦୁଇ ଚକିଆରେ ଦୁଇ ଜଣ ଯିବା ଆସିବା କରିପାରିବେ । ସେହିପରି ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ। ଏତଦ୍‌ ବ୍ୟତୀତ ରେଡ ଜୋନରେ ଦିଆଯାଇଥିବା କୋହଳ ନୀତିକୁ ଏଠାରେ ପାଳନ କରାଯିବ।

ଗ୍ରୀନ ଜୋନ : ଏହି ଜୋନ୍‌ରେ  ବସ୍ ଚଳାଚଳ କରିପାରିବ। ହେଲେ ବସ୍‌ର କ୍ଷମତା ଠାରୁ ପଚାଶ ପ୍ରତିଶତ ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ। ଏଠାରେ ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ। ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ। ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ।  ଏଥିପାଇଁ କୌଣସି ବିଶେଷ ପାସ୍‌ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ କରିପାରିବ ନାହିଁ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ, ଅନ୍ୟ ପଡ଼ୋଶୀ ଦେଶ ମଧ୍ୟରେ ଯାନବାହନ ଚଳାଚଳ କରାଇପାରିବେ ନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ସପ୍ତାହ ପାଇଁ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ 3ରେ ଶେଷ ହେବାକୁ ଯାଉଥିବା ବେଳେ 4 ତାରିଖରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବାକୁ ଯାଉଛି । 4 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏହି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ଲକ୍‌ଡାଉନ୍‌ ସମୟରେ କେଉଁ କେଉଁ ସ୍ଥାନରେ କଟକଣା କୋହଳ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ । ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ରେ କଟକଣାକୁ ସାମାନ୍ୟ କୋହଳ କରାଯିବ ବୋଲି କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧିକୁ 14 ଦିନ ବଢାଇଲେ ପଞ୍ଜାବ ସରକାର

ଚଣ୍ଡୀଗଡ : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମାପ୍ତ ହେବାକୁ ବସିଥିବା ବେଳେ ଦ୍ବିତୀୟ ରାଜ୍ୟଭାବରେ ଲକ୍‌ଡାଉନ୍‌ ଅବଧିକୁ 14 ଦିନ ବଢାଇ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଏହି ଘୋଷଣା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଦୈନିକ 4 ଘଣ୍ଟାର ରିହାତି ପ୍ରଦାନ କରାଯିବ । ସକାଳ 7ଟାରୁ 11 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ଏବଂ ଏହି ସମୟରେ ଲୋକ ଜରୁରୀ କାଳୀନ ସାମଗ୍ରୀ କ୍ରୟ କରି ପାରିବେ । ତେବେ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ମେ 21 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଇଥିଲେ । (ଏଜେନ୍ସି)