ଭୁବନେଶ୍ବରରେ କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବନି ସେନେଇ ନିର୍ଦ୍ଦେଶ ଜାରି କଲା ବିଏମ୍‌ସି

Published: May 4, 2020, 7:42 pm IST

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌କୁ ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ପର୍ଯ୍ୟାୟରେ ଗତ ଦୁଇ ପର୍ଯ୍ୟାୟଠାରୁ କିଛି ନିୟମକୁ କୋହଳ କରାଯାଇଛି । ଜୋନ୍‌ ଅନୁଯାୟୀ କଟକଣାରୁ କୋହଳ କରାଯାଇଥିବାବେଳେ ଭୁବନେଶ୍ବରରେ କ’ଣ ସବୁ ଖୋଲା ରହିବ, କ’ଣ ସବୁ ବନ୍ଦ ରହିବ ସେ ନେଇ ବିଏମ୍‌ସି ସୂଚୀ ଜାରି କରିଛି ।

ଭୁବନେଶ୍ବରରେ ଏସବୁ ଖୋଲିପାରିବ

ଔଷଧ, ବିଭିନ୍ନ ମେଡିକାଲ ସାମଗ୍ରୀ ଉତ୍ପାଦନକାରୀ ୟୁନିଟ୍‌, ଆଇଟି ହାର୍ଡଓ୍ବେର୍‌, ପ୍ୟାକେଜିଂ ୟୁନିଟ୍‌କୁ ଖୋଲିବା ଲାଗି ଅନୁମତି। ବିଏମ୍‌ସି ମଧ୍ୟରେ କେବଳ ଅନୁମତି ପ୍ରାପ୍ତ ଗାଡି ଚଳାଚଳ କରିପାରିବ।  ଘରୋଇ ଚାରିଚକିଆ ଯାନରେ ଡ୍ରାଇଭର ବ୍ୟତୀତ ଆଉ ଦୁଇ ଜଣଙ୍କୁ ଅନୁମତି ମିଳିବ। ବାଇକ୍‌ରେ ଚାଳକ ବ୍ୟତୀତ ଆଉ କେହି ବସି ଯାଇପାରିବେନି । 33% କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ ଅଫିସ୍‌ ଖୋଲି ପାରିବେ ।

ଭୁବନେଶ୍ବରରେ ଏସବୁ ଖୋଲିବନି

ବିଏମ୍‌ସି ଅଞ୍ଚଳରେ ଖୋଲିବନି ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ । ସାମାଜିକ, ରାଜନୈତିକ, କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ ଏକତ୍ରୀକରଣକୁ ବାରଣ କରାଯାଇଛି । ଧାର୍ମିକ ସ୍ଥଳରେ ଯେକୌଣସି ଧାର୍ମିକ ସମାବେଶକୁ ମଧ୍ୟ ବାରଣ କରାଯାଇଛି । ଭୁବନେଶ୍ବରରେ ସିଙ୍ଗଲ୍‌ ଓ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିପାରିବନି । ସେଲୁନ୍‌,ସ୍ପା ଓ ବିୟୁଟି ପାର୍ଲର, ମସାଜ ସେଣ୍ଟର ଆଦି ଖୋଲିବାକୁ ମନା କରାଯାଇଛି । ପାନ, ଚା, ରାସ୍ତାକଡ ଠେଲା ଦୋକାନ, ଫାଷ୍ଟ ଫୁଡ୍‌ ଦୋକାନ ଆଦି ଖୋଲିପାରିବନି ।

 

Related posts