ବିବାହ ପାଇଁ କନ୍ୟା ଖୋଜି ଖୋଜି ଶେଷରେ ଯୁବକ କଲେ ଏପରି କାମ

Published: Nov 4, 2020, 1:52 pm IST

କେରଳ : ଆଜିକାଲି ବିବାହ ଲାଗି ପ୍ରସ୍ତାବ ଖୋଜିବା ପାଇଁ ଓ୍ବେବସାଇଟ୍‌ର ସାହାଯ୍ୟ ନେଉଛନ୍ତି । କିନ୍ତୁ ଏମିତି କିଛି ଯୁବକ / ଯୁବତୀ ଅଛନ୍ତି ଯେଉଁମାନେ ବହୁ ଖୋଜାଖୋଜି ପରେ ବି ପରଫେକ୍ଟ ପାର୍ଟନର୍‌ ଖୋଜି ପାଉନାହାନ୍ତି । ଏହା ପରେ ବି ସେମାନେ ହାର୍‌ ମାନୁନାହାନ୍ତି । ଏମିତି ନିଜ ବିବାହକୁ ନେଇ ବ୍ୟତିବ୍ୟସ୍ତ ରହିଥିବାର କେରଳର ଜଣେ ଯୁବକ ଏମିତି କିଛି କରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଯୁବକ ଜଣକ ବହୁ ଦିନ ଧରି ନିଜ ପାଇଁ ଜୀବନସାଥୀ ଖୋଜୁଥିବାବେଳେ ତାଙ୍କୁ ତାଙ୍କ ପସନ୍ଦ ମୁତାବକ ସାଥୀ ମିଳୁନଥିଲେ ଏଥିପାଇଁ ଯୁବକ ଜଣକ ପୂରା ସହରରେ ନିଜ ନାମର ବଡ ବଡ ହୋର୍ଡିଂ ଲଗାଇଛନ୍ତି । ଏହି ହୋର୍ଡିଂରେ ସେ ନିଜର ଫଟୋ, ନିଜ ନାମ, ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ଲେଖା ହୋଇଛି ।

କେରଳର ଏହି ଯୁବକ ଜଣକ ହେଉଛନ୍ତି ଅନୀଶ୍‌ ସେବାଷ୍ଟିଅନ୍‌ । ସେ ନିଜ ନାମରେ ହୋର୍ଡିଂ ଲଗାଇବା ସହିତ ତାଙ୍କୁ କିପରି ଜୀବନସାଥୀ ଦରକାର, ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ହୋର୍ଡିଂକୁ ମଧ୍ୟ ଫେସବୁକ୍‌ରେ ସେୟାର କରିଛନ୍ତି । ତେବେ ଏହା ସମ୍ପର୍କରେ ଅନୀଶ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ଘରକୁ ଯାଇପାରୁନାହାନ୍ତି । ଏଥିପାଇଁ ବିବାହ ଲାଗି ପ୍ରସ୍ତାବ ଖୋଜିବା ଓ ଦେଖିବା ନିମେନ୍ତ ସମସ୍ୟା ଉପୁଜୁଛି । ତେବେ ହୋର୍ଡିଂ ଲଗାଇବା ପରେ କିଛି ଭଲ ଭଲ ପ୍ରସ୍ତାବ ତାଙ୍କ ପାଖକୁ ଆସିଥିବାର ଜଣାଇଛନ୍ତି ଅନୀଶ୍‌ । ତେବେ ବିବାହ ପାଇଁ ପାରମ୍ପରିକ ଉପାୟରେ ସେ ପ୍ରସ୍ତାବ ଖୋଜିଥିଲେ । କିନ୍ତୁ କେହି ପସନ୍ଦ ନ ଆସିବାରୁ ସେ ଏହି ଆଇଡିଆକୁ ଆପଣାଇଥିଲେ । (ଏଜେନ୍ସି)

Related posts