ପଓ୍ବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ନୂତନ ଫାଶୀ ତାରିଖର ଆବେଦନ କଲେ ତିହାର କର୍ତ୍ତୃପକ୍ଷ

Published: Mar 4, 2020, 4:42 pm IST

ନୂଆଦିଲ୍ଲୀ : ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଭୟା କାଣ୍ଡ ଅଭିଯୁକ୍ତଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା ପାଇଁ ଆବେଦନ କରାଯାଇଛି । ନିର୍ଭୟା କାଣ୍ଡର ଅନ୍ୟତମ ଅଭିଯୁକ୍ତ ପଓ୍ବନ ବର୍ମାର ରାଜକ୍ଷମା ଆବେଦନ ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ପଟିଆଲା ହାଉସ୍‌ କୋର୍ଟରେ ତିହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟତମ ଅଭିଯୁକ୍ତ ପଓ୍ବନର ରାଜକ୍ଷମା ଗୁରୁବାର ଖାରଜ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମାର୍ଚ୍ଚ 3 ତାରିଖରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । (ଏଜେନ୍ସି)

Related posts