ବିଧାନସଭାରେ ବିଜୁ ପଟ୍ଟନାୟକଙ୍କ ପ୍ରଥମ ଓ ଅନ୍ତିମ ଭାଷଣ

Published: Mar 5, 2020, 8:19 am IST

ପ୍ରଭୁକଲ୍ୟାଣ ମହାପାତ୍ର

ବିଧାନସଭାରେ ପ୍ରଥମ ଅଭିଭାଷଣ :

ଗତାନୁତିକ ବଜେଟ ଦ୍ବାରା ଗରିବଙ୍କୁ ସୁଫଳ ମିଳିବ ନାହିଁ : ବିଜୁ

ବିଧାନସଭାର ପ୍ରଥମ ଅଭିଭାଷଣରୁ ହିଁ ବିଜୁ ପଟ୍ଟନାୟକଙ୍କ ମନରେ କୁହୁଳିଥିବା ବିଦ୍ରୋହ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ସେହି ବିଦ୍ରୋହ ଥିଲା, ଓଡ଼ିଶାର ବିକାଶ ପାଇଁ, ଓଡ଼ିଆମାନଙ୍କ ଉତ୍ଥାନ ଲାଗି ଏବଂ ପ୍ରଚଳିତ ଅବାସ୍ତବ ଅମଲାତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ। ତେଣୁ ଗତାନୁଗତିକ ଧାରାରେ ପ୍ରସ୍ତୁତ ଯୋଜନା ଏବଂ ବଜେଟ୍‌କୁ ସେ ଦୃଢ ଭାବେ ନାପସନ୍ଦ କରିଥିଲେ। ସେଥିପାଇଁ ନିଜ ଦଳରେ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ବିଧାନସଭା ଅଭିଭାଷଣରେ କଠୋର ସମାଲୋଚନା କରିବାକୁ କୁଣ୍ଠାବୋଧ କରିନଥିଲେ। ଚାଳିଶ ଦଶକରେ ଅର୍ଥାତ୍‌ ପ୍ରାକ୍‌ ସ୍ବାଧୀନତା କାଳରେ ବିଜୁବାବୁ ଓଡ଼ିଆ ବିଧାନସଭାକୁ ପ୍ରଥମେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। 1946 ସେପ୍ଟେମ୍ବର 11 ତାରିଖ ଦିନ ସେ ବିଧାନସଭାରେ ରାଜ୍ୟ ବଜେଟ ଉପରେ ତାଙ୍କର ପ୍ରଥମ ବକ୍ତବ୍ୟ ପ୍ରଦାନ କରିଥିଲେ। ବଜେଟରେ ଥିବା ଦୁର୍ବଳ ଆର୍ଥିକ ବ୍ୟବସ୍ଥାର କଟୁ ସମାଲୋଚନା କରି ବିଜୁ କହିଥିଲେ, – ‘ଆମେ ତଥାକଥିତ ବୁଦ୍ଧିଜୀବୀମାନେ ବିଭିନ୍ନ ଯୋଜନାର ପରିକଳ୍ପନା ଲୋକମାନଙ୍କ ଉପରେ ଲଦିଦେବା ଉଚିତ୍‌ ନୁହେଁ। ଆମେମାନେ ଜନସାଧାରଣଙ୍କ ମାଲିକ ଏବଂ ଆମେମାନେ ଯେଉଁ ଯୋଜନାଗୁଡିକ ପ୍ରସ୍ତୁତ କରୁଛନ୍ତି, ତାହା ସେମାନେ ଅନୁସରଣ କରିବା ଉଚିତ୍‌ ବୋଲି ଭାବିବା ଠିକ୍‌ ନୁହେଁ। ଲୋକମାନେ ଭାବିବା ଦରକାର – ସେମାନେ ହେଉଛନ୍ତି ନିଜର ମାଲିକ ଓ ଯୋଜନାଗୁଡିକ ସେମାନଙ୍କ ହିତ ସାଧନ ଲାଗି ଉଦ୍ଦିଷ୍ଟ। ମାତ୍ର ବିଧାନସଭାରେ ଉପସ୍ଥାପିତ ଯୋଜନାଗୁଡିକ ଅମଲାତନ୍ତ୍ର ଦ୍ବାରା ତରବରିଆ ଭାବେ ପ୍ରସ୍ତୁତ ହୋଇଛି। ସୁରମ୍ୟ ଅଟ୍ଟାଳିକାର ମନୋରମ ପରିବେଶ ଭିତରେ ପାରମ୍ପରିକ ରୀତିରେ ତାହା ପ୍ରଣୟନ କରାଯାଇଛି। କିନ୍ତୁ ତଦ୍ବାରା ସାଧାରଣ ଗରିବ ଜନତାଙ୍କର କୌଣସି ହିତ ସାଧନ ହେବ ନାହିଁ। ତେଣୁ ସେ ବିଧାନସଭାରେ କହିଥିଲେ –

I am a practically a foreigner to the province as I was away from this province for years. I am in this house today at the ex passed desire of our leader. If I were to  level  slashing criticism against him, it is because by my criticism. I what to make him even a greater man than he is today. The presentation of Budget is an excellent one with so very poor financial resources. I don’t think that the allocation of funds of this meager budget could be very much improved but in the blue print of plans, there is a painful lack of understanding of the latest and unending energy of the people that could be utilized for time mobilization.  When I say total mobilistion of the people I meat that, to begin with the people must be made to believe that we are not trusting our programmers and ideas on them, that we are not their masters and protectors, that we are not the chosen & intelligent ones who make grant plans for them to fellow. People must be made to feel that they are masters of themselves. That the plans are their own that they should follow & work them not became they are all for their own good. Mr. Speaker Sir, the plans that are placed before us today, have been drown up post-hasted by the executive heads of the last government. Plans that were compiled in pleasant surroundings within collosal bungalows by people sitting behind their desks copied theories & thesis from books & papers which they & their predecessors of their type had drawn up long before, totally oblivious of the thoughts, sorrows & miseries of the man in the street. These planners  had no contact with the people nor any attempt was made to solve the real difficulties of the people in their plans  x x x  sir, the finance minister by introducing a few bill of taxation which would touch gust the very fringe of our financial deficiency, has not solved our growing position. The trend of world economy has become such that of a state has to develop in its own momentum them it has to industrialize to the full. There must be a complete co-ordinated system of control managing key heavy & cottage industries. If this province is desirous of doubling or quadrupling its present revenue, I would strongly recommend that immediate implementation of a machinery, which would nationalism the key & heavy industries, to be operated within this province would be given effect to without a moments delay. Why is it that when we have crores of rupees from government of India, we shrink the possibility of planning this province or a sound economic footing by nationalization of industries. Why we are so afraid of failures. This scheme has been discarded by the finance minister on the plea that it is not yet possible to form  a component operative body to execute the nationalsation programe. In my opinion such a plea does not befit a progressive and revolutionary government.

ବିଜୁବାବୁଙ୍କ ବିଧାନସଭାରେ ଏହି ପ୍ରଥମ ଅଭିଭାଷଣର ପ୍ରାସଙ୍ଗିକତା ଆଜି ମଧ୍ୟ ଉପଲକ୍ଷ୍ୟ ହେଉଛି। କାରଣ ଗତାନୁଗତିକ ଧାରାରେ ପାରମ୍ପରିକ ଭାବେ ଅମଲାତନ୍ତ୍ର ଦ୍ବାରା ପ୍ରସ୍ତୁତ ଆମର ଯୋଜନା ବଜେଟ୍‌ଗୁଡ଼ିକ ଆଜି ମଧ୍ୟ ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହେଉନାହିଁ । ଶାସନ କଳ ଦ୍ବାରା ଜୋରଜବରଦସ୍ତ ଭାବେ ଲଦି ଦିଆଯାଇଥିବା ସେହି ଯୋଜନା ଓ ବଜେଟ୍‌ଗୁଡିକ ସେମାନଙ୍କ ହିତ ସାଧନ ନିମେନ୍ତ ଆଦୌ ଉପଲକ୍ଷେ ନୁହେଁ ବୋଲି ଲୋକମାନେ ବିଚାର କରୁଛନ୍ତି ।

ବିଧାନସଭାରେ ଅନ୍ତିମ ବକ୍ତବ୍ୟ :

ଛଅ ବର୍ଷ ଭିତରେ ମୋ’ ସମ୍ପତ୍ତିରେ ଇଟା ଖଣ୍ଡେ ବି ଟଙ୍କାଟିଏ ଯୋଡି ନାହିଁ

ଦୁର୍ନୀତି ଆରୋପ ବିଜୁ ପଟ୍ଟନାୟକ ପାଇଁ କିଛି ନୂଆ ନୁହେଁ। ପୂର୍ବରୁ ଖାନ୍ନା କମିଶନ, ସିବିଆଇ ତଦନ୍ତ ଆଦି ଅନେକ କମିଶନକୁ ମୁଁ ସାମ୍ନା କରିଛି। ଏପରିକି ଇନ୍ଦିରା ଗାନ୍ଧିଙ୍କ ଉପରେ ଆକ୍ରମଣ ଘଟଣାରେ ମୋ ବିରୁଦ୍ଧରେ 60ଟି ଫୌଜଦାରୀ ମାମଲା ସହିତ ମୋଟ 84ଟି କେଶ ରୁଜୁ ହୋଇଥିଲା। ତେଣୁ ଏସବୁ ଦୁର୍ନୀତି ଅଭିଯୋଗ କିଛି ନୂଆ କଥା ନୁହେଁ । ମୋର କେବଳ କହିବା କଥା, କେଶର ବିଚାର କରି କୋର୍ଟ ଯଦି ଶେଷରେ ନିଷ୍ପତ୍ତି କରିବ – ବିଜୁ ପଟ୍ଟନାୟକ ତା’ ସହିତ ଇଟା ଖଣ୍ଡିଏ କିମ୍ବା ଟଙ୍କାଟିଏ ଯୋଡ଼ିନାହିଁ – ତେବେ ଯେଉଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମୋତେ ଜେଲ୍‌ରେ ପୁରାଇବେ ବୋଲି କହିଛନ୍ତି, ଲୋକମାନେ କଦାପି ସେମାନଙ୍କୁ ବରଦାସ୍ତ କରିବେ ନାହିଁ।ଏଣିକି ମୋର ବିଧାନସଭାକୁ ଜଣାଇବା କଥା, ତୁମେ ଏବେ ବିଜୁ ପଟ୍ଟନାୟକ ବିରୁଦ୍ଧରେ ଅଭିଯୋଗ ବାଢିଛ ଏବଂ କୋର୍ଟକୁ ଯାଇଛ। ଏବେ କୋର୍ଟ ବିଚାର କରିବ ମୋ ବିରୁଦ୍ଧରେ ଦୁର୍ନୀତି ମାମଲାର ବୈଧତା ଅଛି କି ନାହିଁ। ଆମମାନଙ୍କର କିମ୍ବା ମୋର ସେ ବିଷୟରେ କିଛି କହିବାର ନାହିଁ। କିନ୍ତୁ କୋର୍ଟ ଯଦି ବିଚାର କରେ ବିଜୁ ପଟ୍ଟନାୟକ ଗଲା ଛଅ ବର୍ଷ ଭିତରେ ଇଟା ଖଣ୍ଡିଏ ବା ଟଙ୍କାଟିଏ ତା’ ସମ୍ପତ୍ତିରେ ଯୋଡ଼ି ନାହିଁ, ତେବେ ମିଥ୍ୟ ଆରୋପ କରିଥିବା ବ୍ୟକ୍ତିବିଶେଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ?‘

ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କର ଦେହାବସାନ ଘଟିଥିଲା 1997 ଏପ୍ରିଲ୍‌ 17 ତାରିଖରେ। ସେତେବେଳେ ସେ ରାଜ୍ୟ ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେଇ ଲୋକସଭାର ସାଂସଦ ଥିଲେ । କିନ୍ତୁ ବିଧାନସଭାର ସଭ୍ୟ ପଦରୁ 1996 ମେ‘ 20 ତାରିଖରେ ଇସ୍ତଫା ଦେବାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳ ନେତା ହିସାବରେ ସେ ମାର୍ଚ୍ଚ 14 ତାରିଖ (ଅର୍ଥାତ୍‌ ମୃତ୍ୟୁର ପ୍ରାୟ ବର୍ଷ ପୂର୍ବରୁ) ଦିନ ଗୃହରେ ଅନ୍ତିମ ବକ୍ତବ୍ୟ ପ୍ରଦାନ କରିଥିଲେ । ସେତେବେଳର ରାଜ୍ୟ କଂଗ୍ରେସ ସରକାର ବିଜୁଙ୍କ ବିରୁଦ୍ଧରେ ଗୁରୁତର ଦୁର୍ନୀତି ଅଭିଯୋଗ ବାଢି ତାଙ୍କ ନାମରେ ଭିଜିଲାନ୍ସ କେଶ ଦାଏର କରିଥିଲେ । ତେଣୁ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସେ ତାଙ୍କର ଅନ୍ତିମ ବକ୍ତବ୍ୟ ପ୍ରଦାନ କରିଥିଲେ। ନିଜର ସ୍ବଭାବ ସୁଲଭ ବେପରୁଆ ଢଙ୍ଗରେ ସେହି ଦୁର୍ନୀତି ମାମଲାଗୁଡିକୁ ଚ୍ୟାଲେଞ୍ଜ କରି ସେ ଚେତାବନୀ ଶୁଣାଇଥିଲେ ଯେ, ରାଜନୈତିକ ପ୍ରତିହିଂସାର ବଶବର୍ତ୍ତୀ ହୋଇଥିବା କଂଗ୍ରେସ ସରକାର ଆଗାମୀ ନିର୍ବାଚନରେ ଭୋଟରଙ୍କ ଆସ୍ଥା ସମ୍ପୂର୍ଣ୍ଣ ଭାବରେ ହରାଇ ବସିବ।

ସେଥିଯୋଗୁ ଭବିଷ୍ୟ ବାଣୀ କରି ବିଜୁ ଶୁଣାଇଥିଲେ ଯେ, ‘ଆସନ୍ତା ଦୁଇ ମାସ ଭିତରେ ପାର୍ଲାମେଣ୍ଟ ନିର୍ବାଚନ ହେବ। ସେହି ନିର୍ବାଚନ ପାଇଁ ଓଡ଼ିଶା ସରକାର ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ସଦସ୍ୟମାନେ ବିପୁଳ ପରିମାଣରେ ଅର୍ଥ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ବିଶ୍ବସ୍ତସୂତ୍ରରୁ ମୁଁ ଆହୁରି ଶୁଣିବାକୁ ପାଇଛି, ପ୍ରତି ଲୋକସଭା ଆସନ ପାଇଁ ସରକାର ଏକ କୋଟି ଟଙ୍କା ହିସାବରେ 21 କୋଟି ଟଙ୍କା ଏବଂ ହେଲିକପ୍ଟର, ପୋଷ୍ଟର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦ 5/6 କୋଟି ଟଙ୍କାକୁ ମିଶାଇ ସମୁଦାୟ ତିରିଶ କୋଟି ଟଙ୍କା ଖର୍ଚ୍ଚର ପ୍ରସ୍ତାବ ରଖିଛନ୍ତି। ଏହା ଯଦି ରାଜ୍ୟସରକାରଙ୍କ ଲକ୍ଷ୍ୟ ହୋଇଥାଏ, ମୁଁ ଏଠାରେ ସତର୍କ କରାଇ ଦେବାକୁ ଚାହଁ – ପଇସା ଦ୍ବାରା ତୁମେ ଲୋକମାନଙ୍କୁ କିଣି ପାରିବ ନାହିଁ । ଟଙ୍କା ମାଧ୍ୟମରେ ଲୋକମାନଙ୍କୁ ସବୁବେଳେ ଭୋଟ ପାଇଁ ପ୍ରବର୍ତ୍ତା ଯାଇପାରିବ ନାହିଁ କିମ୍ବା ବାଧ୍ୟ କରାଯାଇପାରିବ ନାହିଁ।  ଆଗାମୀ ଲୋକସଭା ନିର୍ବାଚନରେ ଆମ ଦଳର ବହୁ ପ୍ରାର୍ଥୀ ନିଶ୍ଚିତ ଭାବରେ ଜିତାପଟ ହାସଲ କରିବେ। ବର୍ଷ ବର୍ଷ ଧରି ରାଜ୍ୟ ଶାସନ କରିବା ପରେ ତୁମମାନଙ୍କ ପାଖରେ ଅର୍ଥବଳ, ବାହୁବଳ, କ୍ଷମତା ସବୁକିଛି ଥିଲା। ଏହାସତ୍ତ୍ବେ ଓଡ଼ିଶାବାସୀ ତୁମମାନଙ୍କୁ କ୍ଷମତାରୁ ହଟାଇ ଦେଲେ । ଆସନ୍ତା ଦୁଇ ମାସ ପରେ ହେବାକୁ ଥିବା ପାର୍ଲାମେଣ୍ଟ ନିର୍ବାଚନରେ ମଧ୍ୟ ପୂର୍ବ ଘଟଣାର ପୁନରାବୃତ୍ତି ଘଟିବ। ସେଥିପାଇଁ ଅବଶ୍ୟ ତୁମମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ମୋର ଲୋକଙ୍କ ଉପରେ ଭରସା ରହିଛି। ମାତ୍ର ତୁମମାନଙ୍କର ଟଙ୍କା ଉପରେ ବିଶ୍ବାସ ଅଛି । ଏହା ମୁଁ ପ୍ରଚାର କରିବାକୁ ଚାହଁ। ଗତ ରାଜ୍ୟସଭା ନିର୍ବାଚନ ବେଳେ ତୁମମାନେ ଅନ୍ୟ ଦଳର ବିଧାୟକଙ୍କ ଭୋଟ କିଣିଲ। ଏକଥା ତୁମ ପାଇଁ କିଛି ନୂଆ ନୁହେଁ । ତୁମେମାନେ ପାର୍ଲାମେଣ୍ଟରେ ପ୍ରତିଦିନ ଏଭଳି କାଣ୍ଡ ଘଟାଇଛ । ତୁମର ପ୍ରଧାନମନ୍ତ୍ରୀ ପ୍ରତିଦିନ ପାର୍ଲାମେଣ୍ଟରେ ସାଂସଦମାନଙ୍କୁ କିଣାବିକା କରୁଛନ୍ତି । ତୁମେମାନେ ମୋତେ କାହିଁକି ଏକଥା ପଚାରୁଛ ? ବରଂ ଭଲ ହେବ, ଏକଥା ତୁମେମାନେ ନିଜକୁ ପଚାର ? ମୁଁ କେବଳ ଏଠାରେ କିଛି ତଥ୍ୟର ଅବତାରଣା କରୁଛି । ଦଶ ବର୍ଷ ରାଜ୍ୟ ଶାସନ କରିବା ପରେ ବିଧାନସଭାରେ ତୁମମାନଙ୍କ ସଂଖ୍ୟା ମାତ୍ର 10ରେ ପହଞ୍ଚିଲା । ଆଗାମୀ ନିର୍ବାଚନରେ ଖୁବ୍‌ ଶୀଘ୍ର ସେହି ପୂର୍ବ ଘଟଣାର ପୁନରାବୃତ୍ତି ଘଟିବାକୁ ଯାଇଛି । କାରଣ ତୁମେମାନେ ସମସ୍ତ ନିର୍ବାଚନ, ପୌରସଂସ୍ଥା ଓ ପଞ୍ଚାୟତ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ ଭାଙ୍ଗି ଦେଇଛ। 20 ଲକ୍ଷ ବେକାରଙ୍କୁ ଚାକିରି ଦେବ ବୋଲି ପ୍ରତିଶ୍ରୁତି ଦେଇ ବିଭିନ୍ନ ନିଗମରେ କାମ କରୁଥିବା 10 ହଜାର ଲୋକଙ୍କୁ ଛଟେଇ କରିଛ । 1995-96ର କେବିକେ ଜିଲ୍ଲା ପାଇଁ ଆଦୌ ଅର୍ଥର ବ୍ୟବସ୍ଥା କରିନାହିଁ । ଗରିବୀ ହଟାଓ ଯୋଜନା ଓ ଜବାହର ରୋଜଗାର ଯୋଜନା ବାବଦ ଆସିଥିବା 300 କୋଟି ଟଙ୍କା ଖର୍ଚ୍ଚ ନକରି ପକାଇ ରଖିଛ ।

ଦୁର୍ନୀତି ଅଭିଯୋଗଗୁଡିକୁ ବିଜୁ ପଟ୍ଟନାୟକ ବିଧାନସଭାରେ ତାଙ୍କର ଅନ୍ତିମ ବା ଶେଷ ଅଭିଭାଷଣରେ ଯେଭଳି ଦାମ୍ଭିକତାର ସହିତ ଚ୍ୟାଲେଞ୍ଜ କରିଥିଲେ, ଭାରତର ସଂସଦୀୟ ଇତିହାସରେ ତାହା ଅତ୍ୟନ୍ତ ବିରଳ । ଅନ୍ୟପକ୍ଷରେ ଅର୍ଥବଳ ବା ବାହୁବଳ ନୁହେଁ ବରଂ ଲୋକମାନଙ୍କ ହୃଦୟ ଜୟ କରି ରାଜନୈତିକ ଦଳ ବା ରାଜନେତାମାନେ ପ୍ରକୃତ ଜନସମର୍ଥନ ହାସଲ କରି ପାରିବେ ବୋଲି ତାଙ୍କ ଭବିଷ୍ୟ ବାଣୀର ପ୍ରାସଙ୍ଗିକତା ଆଜି ମଧ୍ୟ ଅନୁଭୂତ ହେଉଛି ।

Related posts