Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ
ଜାତୀୟ ଖବର

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ଟ୍ରେନ
ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

ଭୁବନେଶ୍ୱର: ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କୁ ନିରନ୍ତର ଓ ସୁବିଧାଜନକ ଯାତ୍ରା ସେବା ଯୋଗାଇବା ଉଦ୍ଦେଶ୍ୟରେ, ଭାରତୀୟ ରେଳବାଇ ପୂର୍ବରୁ ସ୍ୱତନ୍ତ୍ର (ସ୍ପେଶାଲ୍) ଟ୍ରେନ୍ ଭାବରେ ଚାଲୁଥିବା କିଛି ଟ୍ରେନକୁ ନିୟମିତ କରିବା ପାଇଁ ଅନୁମୋଦନ କରିଛି। ଏହା ଦ୍ୱାରା ଯାତ୍ରୀମାନେ ଅଧିକ ସୁବିଧା, ସ୍ଥିରତା ଓ ନିର୍ଭରଯୋଗ୍ୟ ରେଳ ସେବାର ଲାଭ ଉଠାଇପାରିବେ।

ସେହି ଟ୍ରେନ ଗୁଡିକ ହେଲା :-

୧. ଟ୍ରେନ ନମ୍ବର ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ଏବେ ଟ୍ରେନ ନମ୍ବର ୧୮୪୦୩/୧୮୪୦୪ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଭାବରେ ଚଳାଚଳ କରିବ।

୨. ସେହିପରି, ଟ୍ରେନ ନମ୍ବର ୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲ୍ ଏବେ ଟ୍ରେନ ନମ୍ବର ୧୮୪୦୫/୧୮୪୦୬ ପୁରୀ-ପାଟନା-ପୁରୀ ଏକ୍ସପ୍ରେସ୍ ଭାବରେ ଚଳାଚଳ କରିବ।

୩. ଟ୍ରେନ୍ ନମ୍ବର ୦୮୫୮୩/୦୮୫୮୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ପେଶାଲ୍ ଏବେ ଟ୍ରେନ୍ ନମ୍ବର ୧୮୫୦୭/୧୮୫୦୮ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଏକ୍ସପ୍ରେସ୍ ଭାବରେ ଚଳାଚଳ କରିବ।

୪. ଟ୍ରେନ୍ ନମ୍ବର ୦୮୫୮୧/୦୮୫୮୨ ବିଶାଖାପାଟଣା-ଏସଏମଭିଟି ବେଙ୍ଗାଲୁରୁ-ବିଶାଖାପାଟଣା ସ୍ପେଶାଲ୍ ଏବେ ଟ୍ରେନ୍ ନମ୍ବର ୧୮୫୦୯/୧୮୫୧୦ ବିଶାଖାପାଟଣା-ଏସଏମଭିଟି ବେଙ୍ଗାଲୁରୁ-ବିଶାଖାପାଟଣା ଏକ୍ସପ୍ରେସ୍ ଭାବରେ ଚଳାଚଳ କରିବ।

୫. ଟ୍ରେନ୍ ନମ୍ବର ୦୮୫୪୭/୦୮୫୪୮ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ପେଶାଲ୍ ଏବେ ଟ୍ରେନ୍ ନମ୍ବର ୧୮୫୦୫/୧୮୫୦୬ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଏକ୍ସପ୍ରେସ୍ ଭାବରେ ଚଳାଚଳ କରିବ।

୬. ଟ୍ରେନ୍ ନମ୍ବର ୦୮୫୭୯/୦୮୫୮୦ ବିଶାଖାପାଟଣା-ଚାର୍ଲାପାଲି-ବିଶାଖାପାଟଣା ସ୍ପେଶାଲ୍ ଏବେ ଟ୍ରେନ୍ ନମ୍ବର ୧୮୫୨୭/୧୮୫୨୮ ବିଶାଖାପାଟଣା-ଚାର୍ଲାପାଲି-ବିଶାଖାପାଟଣା ଏକ୍ସପ୍ରେସ୍ ଭାବରେ ଚାଲିବ।

ଏହି ଟ୍ରେନଗୁଡ଼ିକ ସ୍ୱତନ୍ତ୍ର ଟ୍ରେନ ଭାବରେ ଚଳାଚଳ କରିବା ଦିନଠାରୁ ଯାତ୍ରୀ ମାନଙ୍କର ଉତ୍ସାହଜନକ ସମର୍ଥନ ପାଇଆସୁଛି। ନିରନ୍ତର ଚାହିଦା ଏବଂ ଉନ୍ନତ ରେଳ ସଂଯୋଗୀକରଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଏହି ଟ୍ରେନଗୁଡ଼ିକର ନିୟମିତ ସେବାରେ ପରିଣତ କରାଯିବା ଦ୍ୱାରା ଯାତ୍ରୀମାନେ ବହୁତ ଉପକୃତ ହେବେ।

ନିୟମିତ ଟ୍ରେନ୍ ସେବା ଭୁବନେଶ୍ୱର, ପୁରୀ, ପାଟନା, ଧନବାଦ, ବିଶାଖାପାଟଣା, ତିରୁପତି, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ୍ ସହର ଭଳି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବା ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକ ରାଜ୍ୟମାନଙ୍କ ମଧ୍ୟରେ ଯାତ୍ରାକୁ ଅଧିକ ସୁବିଧାଜନକ ଓ ସୁଗମ କରିଥାଏ।

ଏହି ଟ୍ରେନ୍ ଗୁଡ଼ିକର ରହଣି, ସମୟସୂଚୀ ଏବଂ ସରଞ୍ଚନା ପୂର୍ବରୁ ସ୍ୱତନ୍ତ୍ର ସେବା ଭାବେ ଚାଲୁଥିବାବେଳେ ଯେପରି ଥିଲା ସେହିପରି ଅପରିବର୍ତ୍ତିତ ରହିବ। ନିୟମିତ ହେବାକୁ ଥିବା ଏହି ଟ୍ରେନ ଗୁଡିକର ସେବା ଆରମ୍ଭ ତାରିଖକୁ ଅଲଗା ଭାବେ ସୂଚିତ କରାଯିବ।

ଏହି ପଦକ୍ଷେପ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ନିରାପଦ, ଆରାମଦାୟକ ଏବଂ ବିଶ୍ୱସନୀୟ ଯାତ୍ରା ସୁନିଶ୍ଚିତ କରିବା ସହିତ ଯାତ୍ରୀଙ୍କ ଆବଶ୍ୟକତାକୁ ସକ୍ରିୟ ଭାବରେ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

East Coast Railway Express Train Indian Railway special train
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026
Latest News

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.