ରାଜ୍ୟସଭା ନିର୍ବାଚନ : ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

Published: Mar 8, 2020, 4:08 pm IST

କୋଲକାତା: ରାଜ୍ୟସଭା ନିର୍ବାଚନ ପାଇଁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅର୍ପିତା ଘୋଷ, ମୌସମ ନୁର୍‌, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମକୁ ଘୋଷଣା କରିଛନ୍ତି ମମତା । ମମତା ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି ଯେ, ଦଳ ସବୁବେଳେ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରିଆସିଛି । ଘୋଷଣା କରାଯାଇଥିବା 4 ଟିଏମ୍‌ସି ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର 5ଟି ରାଜ୍ୟସଭା ଆସନ ଖାଲି ପଡିଛି । 4ଟିରେ ଟିଏମ୍‌ସି ପ୍ରାର୍ଥୀ ଦେଇଥିବାବେଳେ 5ମ ଆସନରେ ସିପିଆଇଏମ୍‌, କଂଗ୍ରେସ ତଥା ଟିଏମ୍‌ସି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ,17ଟି ରାଜ୍ୟର 55ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା 26ରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ 13 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। (ଏଜେନ୍ସି)

Related posts