Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ
ଆଜିର ଖବର

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

ପୁରୀ: ପବିତ୍ର କାର୍ତ୍ତିକ ମାସ ପାଇଁ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନା ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନାରେ ସାମିଲ ହେବା ପାଇଁ ଆସନ୍ତା ୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ୩୦ଟି ଜିଲ୍ଲାରୁ ଆଶାୟୀ ହବିଷିଆଳିମାନେ https://edistrict.odisha.gov.in ପୋର୍ଟାଲ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଏଥର କେବଳ ଅନଲାଇନ୍ ରେଜିଷ୍ଟ୍ରେସନ୍ ଗ୍ରହଣ କରାଯିବ ଏବଂ ନୂଆ ଆବେଦନକାରୀଙ୍କୁ ପ୍ରାଥମିକତା ଦିଆଯିବ।

ଚଳିତ ବର୍ଷ ପୁରୀର ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ – ଏହି ୩ଟି ସ୍ଥାନରେ ମୋଟ ୨୫୦୦ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଉଛି। ସେଠାରେ ସେମାନଙ୍କ ପାଇଁ ନିଃଶୁଳ୍କ ରହଣି, ମାଗଣା ମହାପ୍ରସାଦ ସେବନ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଶୃଙ୍ଖଳିତ ଦର୍ଶନ ଏବଂ ପ୍ରାତଃ ଓ ସନ୍ଧ୍ୟା ପୂଜା ଅର୍ଚ୍ଚନା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ପ୍ରତିବର୍ଷ ପରି ଏଥର ମଧ୍ୟ ହବିଷିଆଳି ମା’ମାନଙ୍କ ସେବା ପାଇଁ ସ୍ୱେଚ୍ଛାସେବୀ ମୁତୟନ ସହ ଭଜନ-କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ଅନଲାଇନ୍ ହବିଷିଆଳି ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026
Latest News

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.