Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ କିପରି ରହିଛି କରୋନାର ସ୍ଥିତି, ଜାଣନ୍ତୁ କରୋନା ଅପଡେଟ୍‌ ସମ୍ପର୍କରେ
ଆଜିର ଖବର

ଭାରତରେ କିପରି ରହିଛି କରୋନାର ସ୍ଥିତି, ଜାଣନ୍ତୁ କରୋନା ଅପଡେଟ୍‌ ସମ୍ପର୍କରେ

March 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଭୟଙ୍କର ଭାବରେ ବ୍ୟାପୁଥିବାବେଳେ ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 270ରେ ପହଞ୍ଚିଛି । ଆଜି ମହାରାଷ୍ଟ୍ରରୁ ନୂତନ 11ଟି ମାମଲା ସାମ୍ନାକୁ ଆସିଛି । କରୋନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି । ଆସନ୍ତା କାଲିକୁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ କରେନାକୁ ନେଇ ବେଶ୍‌ ସତର୍କତା ଅବଲମ୍ବନ କରୁଛନ୍ତି । କରୋନା ପାଇଁ ଆସନ୍ତାକାଲି ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଏ ପର୍ଯ୍ୟନ୍ତ 20ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭାରତରେ କରୋନା ଯୋଗୁଁ 5ଜଣଙ୍କର ମୃତ୍ୟୁ ଘଟିଛ । ଏମାନଙ୍କ ମଧ୍ୟରେ ଜଣେ ଇଟାଲୀୟ ନାଗରିକ ରହିଛନ୍ତି। ସେହିପରି 23 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । 22ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ଏଥିରେ ବିଦେଶୀଙ୍କ ଆକ୍ରାନ୍ତ 39 ରହିଛି ।

ଅପରପକ୍ଷରେ ଲଣ୍ଡନରୁ ଫେରିଥିବା ଭାରତୀୟ ଗାୟିକା କନିକା କପୁର୍‌ କରୋନାରେ ଆକ୍ରାନ୍ତ ହେବା ପରେ ଭାରତରେ ଏନେଇ ହଲଚଲ ମଚିଯାଇଛି । ଗାୟିକା ଜଣକ କରୋନା ଆକ୍ରାନ୍ତ ଖବରକୁ ଲୁଚାଇବା ସହ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିଲେ । ଏଥିରେ ବହୁ ରାଜନେତା ତଥା ବହୁ ବଡ ବଡ ହସ୍ତୀମାନେ ରହିଥିଲେ । କନିକା କରୋନା ପଜିଟିଭି ଜଣାପଡିବା ପରେ ଏବେ କନିକାଙ୍କ ସହିତ ସମ୍ପର୍କରେ ଆସିଥିବା ସମସ୍ତ ଲୋକମାନଙ୍କୁ ପରୀକ୍ଷା କରାଯାଉଛି । କନିକାଙ୍କ ସହିତ ବିଜେପି ନେତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ସିଂ ପ୍ରମୁଖ ସମ୍ପର୍କରେ ଆସିଥିଲେ । ଏମାନେ ସମେସ୍ତ ନିଜକୁ ଆଇସୋଲେସନ ରଖିଛନ୍ତି । ଦୁଷ୍ୟନ୍ତ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ଏବେ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି । କନିକାଙ୍କ ଏପରି ଦାୟିତ୍ବହୀନତାକୁ ସାଧାରଣରେ ବେଶ୍‌ ନିନ୍ଦା କରାଯାଉଛି ।

ସତର୍କତା ଓ ସଚେତନତା ହିଁ ଏହି ରୋଗରୁ ଆମକୁ ରକ୍ଷା କରିପାରିବ । ନିଜ ସ୍ବାସ୍ଥ୍ୟ ସହ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିବାର ବେଳ ଏବେ ଆସିଛି । ନିଜେ ସଂକ୍ରମଣରୁ ବଂଚିବା ସହିତ ଅନ୍ୟକୁ ମଧ୍ୟ ବଞ୍ଚାନ୍ତୁ । କରୋନାକୁ ଜିତନ୍ତୁ ।

ତେବେ ଆସନ୍ତୁ ଜାଣିବା ଭାରତରେ କେଉଁଠି କିପରି ରହିଛି କରୋନାର ସ୍ଥିତି :

 

coroanaupdate
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.