ଭାରତରେ କିପରି ରହିଛି କରୋନାର ସ୍ଥିତି, ଜାଣନ୍ତୁ କରୋନା ଅପଡେଟ୍‌ ସମ୍ପର୍କରେ

Published: Mar 21, 2020, 12:02 pm IST

ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଭୟଙ୍କର ଭାବରେ ବ୍ୟାପୁଥିବାବେଳେ ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 270ରେ ପହଞ୍ଚିଛି । ଆଜି ମହାରାଷ୍ଟ୍ରରୁ ନୂତନ 11ଟି ମାମଲା ସାମ୍ନାକୁ ଆସିଛି । କରୋନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି । ଆସନ୍ତା କାଲିକୁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ କରେନାକୁ ନେଇ ବେଶ୍‌ ସତର୍କତା ଅବଲମ୍ବନ କରୁଛନ୍ତି । କରୋନା ପାଇଁ ଆସନ୍ତାକାଲି ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଏ ପର୍ଯ୍ୟନ୍ତ 20ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭାରତରେ କରୋନା ଯୋଗୁଁ 5ଜଣଙ୍କର ମୃତ୍ୟୁ ଘଟିଛ । ଏମାନଙ୍କ ମଧ୍ୟରେ ଜଣେ ଇଟାଲୀୟ ନାଗରିକ ରହିଛନ୍ତି। ସେହିପରି 23 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । 22ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ଏଥିରେ ବିଦେଶୀଙ୍କ ଆକ୍ରାନ୍ତ 39 ରହିଛି ।

ଅପରପକ୍ଷରେ ଲଣ୍ଡନରୁ ଫେରିଥିବା ଭାରତୀୟ ଗାୟିକା କନିକା କପୁର୍‌ କରୋନାରେ ଆକ୍ରାନ୍ତ ହେବା ପରେ ଭାରତରେ ଏନେଇ ହଲଚଲ ମଚିଯାଇଛି । ଗାୟିକା ଜଣକ କରୋନା ଆକ୍ରାନ୍ତ ଖବରକୁ ଲୁଚାଇବା ସହ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିଲେ । ଏଥିରେ ବହୁ ରାଜନେତା ତଥା ବହୁ ବଡ ବଡ ହସ୍ତୀମାନେ ରହିଥିଲେ । କନିକା କରୋନା ପଜିଟିଭି ଜଣାପଡିବା ପରେ ଏବେ କନିକାଙ୍କ ସହିତ ସମ୍ପର୍କରେ ଆସିଥିବା ସମସ୍ତ ଲୋକମାନଙ୍କୁ ପରୀକ୍ଷା କରାଯାଉଛି । କନିକାଙ୍କ ସହିତ ବିଜେପି ନେତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ସିଂ ପ୍ରମୁଖ ସମ୍ପର୍କରେ ଆସିଥିଲେ । ଏମାନେ ସମେସ୍ତ ନିଜକୁ ଆଇସୋଲେସନ ରଖିଛନ୍ତି । ଦୁଷ୍ୟନ୍ତ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ଏବେ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି । କନିକାଙ୍କ ଏପରି ଦାୟିତ୍ବହୀନତାକୁ ସାଧାରଣରେ ବେଶ୍‌ ନିନ୍ଦା କରାଯାଉଛି ।

ସତର୍କତା ଓ ସଚେତନତା ହିଁ ଏହି ରୋଗରୁ ଆମକୁ ରକ୍ଷା କରିପାରିବ । ନିଜ ସ୍ବାସ୍ଥ୍ୟ ସହ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିବାର ବେଳ ଏବେ ଆସିଛି । ନିଜେ ସଂକ୍ରମଣରୁ ବଂଚିବା ସହିତ ଅନ୍ୟକୁ ମଧ୍ୟ ବଞ୍ଚାନ୍ତୁ । କରୋନାକୁ ଜିତନ୍ତୁ ।

ତେବେ ଆସନ୍ତୁ ଜାଣିବା ଭାରତରେ କେଉଁଠି କିପରି ରହିଛି କରୋନାର ସ୍ଥିତି :

 

Related posts