Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ 1255ଜଣ ସୁସ୍ଥ ହେଲେ  : ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 25 ହଜାର ଟପିଲା

ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରୁ 1255 ଜଣ ସୁସ୍ଥ ହୋଇଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ 485 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 125, ସୁନ୍ଦରଗଡରୁ 122, ସମ୍ବଲପୁରରୁ 107, ପୁରୀରୁ 75, ମୟୂରଭଞ୍ଜରୁ 43, କଟକରୁ 40, ଜଗତସିଂହପୁରରୁ 29, କନ୍ଧମାଳରୁ 28, ବାଲେଶ୍ବରରୁ 27, ବଲାଙ୍ଗିରରୁ 24, କୋରାପୁଟରୁ 22, ଅନୁଗୁଳରୁ 20, ନବରଙ୍ଗପୁରରୁ 18, ଗଜପତିରୁ 16, ନୟାଗଡରୁ 14, କେନ୍ଦ୍ରାପଡାରୁ 12, ମାଲ୍‌କାନଗିରିରୁ 11, ଭଦ୍ରକରୁ 10, କଳାହାଣ୍ଡିରୁ 8, ନୂଆପଡାରୁ 6, ଯାଜପୁରରୁ 5, ଢେଙ୍କାନାଳରୁ 4,  ଝାରସୁଗୁଡାରୁ 3, କେଉଁଝରରୁ ଜଣେ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ ମୋଟ୍‌ ସୁସ୍ଥଙ୍କସଂଖ୍ୟା  25 ହଜାର 737ରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଆଉ ଏକ ମୁଣ୍ଡ ନେଲା କରୋନା, ଦେଶରେ ମୃତକଙ୍କ ସଂଖ୍ୟା 17ରେ ପହଞ୍ଚିଲା

ରାଜସ୍ଥାନ : ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କୁ ଡାଇବେଟିସ୍‌ ସମେତ ଅନ୍ୟ ରୋଗ ମଧ୍ୟ ରହିଥିଲା। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ଆକ୍ରାନ୍ତ ରହିଥିବାର ସୂଚନା ମିଳିଛି ।  ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ଦୁଇଜଣ ଓ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି । କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି ।(ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

ଭାରତରେ କିପରି ରହିଛି କରୋନାର ସ୍ଥିତି, ଜାଣନ୍ତୁ କରୋନା ଅପଡେଟ୍‌ ସମ୍ପର୍କରେ

ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଭୟଙ୍କର ଭାବରେ ବ୍ୟାପୁଥିବାବେଳେ ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 270ରେ ପହଞ୍ଚିଛି । ଆଜି ମହାରାଷ୍ଟ୍ରରୁ ନୂତନ 11ଟି ମାମଲା ସାମ୍ନାକୁ ଆସିଛି । କରୋନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି । ଆସନ୍ତା କାଲିକୁ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ କରେନାକୁ ନେଇ ବେଶ୍‌ ସତର୍କତା ଅବଲମ୍ବନ କରୁଛନ୍ତି । କରୋନା ପାଇଁ ଆସନ୍ତାକାଲି ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଏ ପର୍ଯ୍ୟନ୍ତ 20ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭାରତରେ କରୋନା ଯୋଗୁଁ 5ଜଣଙ୍କର ମୃତ୍ୟୁ ଘଟିଛ । ଏମାନଙ୍କ ମଧ୍ୟରେ ଜଣେ ଇଟାଲୀୟ ନାଗରିକ ରହିଛନ୍ତି। ସେହିପରି 23 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । 22ଟି ରାଜ୍ୟରେ କରୋନା ବ୍ୟାପିଥିବାବେଳେ ଏଥିରେ ବିଦେଶୀଙ୍କ ଆକ୍ରାନ୍ତ 39 ରହିଛି ।

ଅପରପକ୍ଷରେ ଲଣ୍ଡନରୁ ଫେରିଥିବା ଭାରତୀୟ ଗାୟିକା କନିକା କପୁର୍‌ କରୋନାରେ ଆକ୍ରାନ୍ତ ହେବା ପରେ ଭାରତରେ ଏନେଇ ହଲଚଲ ମଚିଯାଇଛି । ଗାୟିକା ଜଣକ କରୋନା ଆକ୍ରାନ୍ତ ଖବରକୁ ଲୁଚାଇବା ସହ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିଲେ । ଏଥିରେ ବହୁ ରାଜନେତା ତଥା ବହୁ ବଡ ବଡ ହସ୍ତୀମାନେ ରହିଥିଲେ । କନିକା କରୋନା ପଜିଟିଭି ଜଣାପଡିବା ପରେ ଏବେ କନିକାଙ୍କ ସହିତ ସମ୍ପର୍କରେ ଆସିଥିବା ସମସ୍ତ ଲୋକମାନଙ୍କୁ ପରୀକ୍ଷା କରାଯାଉଛି । କନିକାଙ୍କ ସହିତ ବିଜେପି ନେତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ସିଂ ପ୍ରମୁଖ ସମ୍ପର୍କରେ ଆସିଥିଲେ । ଏମାନେ ସମେସ୍ତ ନିଜକୁ ଆଇସୋଲେସନ ରଖିଛନ୍ତି । ଦୁଷ୍ୟନ୍ତ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ଏବେ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି । କନିକାଙ୍କ ଏପରି ଦାୟିତ୍ବହୀନତାକୁ ସାଧାରଣରେ ବେଶ୍‌ ନିନ୍ଦା କରାଯାଉଛି ।

ସତର୍କତା ଓ ସଚେତନତା ହିଁ ଏହି ରୋଗରୁ ଆମକୁ ରକ୍ଷା କରିପାରିବ । ନିଜ ସ୍ବାସ୍ଥ୍ୟ ସହ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିବାର ବେଳ ଏବେ ଆସିଛି । ନିଜେ ସଂକ୍ରମଣରୁ ବଂଚିବା ସହିତ ଅନ୍ୟକୁ ମଧ୍ୟ ବଞ୍ଚାନ୍ତୁ । କରୋନାକୁ ଜିତନ୍ତୁ ।

ତେବେ ଆସନ୍ତୁ ଜାଣିବା ଭାରତରେ କେଉଁଠି କିପରି ରହିଛି କରୋନାର ସ୍ଥିତି :