ପୁଣି ଆଉ ଏକ ମୁଣ୍ଡ ନେଲା କରୋନା, ଦେଶରେ ମୃତକଙ୍କ ସଂଖ୍ୟା 17ରେ ପହଞ୍ଚିଲା

Published: Mar 27, 2020, 10:30 am IST

ରାଜସ୍ଥାନ : ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କୁ ଡାଇବେଟିସ୍‌ ସମେତ ଅନ୍ୟ ରୋଗ ମଧ୍ୟ ରହିଥିଲା। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ଆକ୍ରାନ୍ତ ରହିଥିବାର ସୂଚନା ମିଳିଛି ।  ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ଦୁଇଜଣ ଓ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି । କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି ।(ଏଜେନ୍ସି)

 

Related posts