ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭାରତୀୟ ସେନାକୁ ୧ କୋଟି ଦାନ କଲେ ଲତା ମଙ୍ଗେସକର୍‌

Published: Feb 27, 2019, 12:22 pm IST
latamangeskar donates 1crore rupees to indian army

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତୀୟ ସେନାଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗତକାଲି ଭାରତୀୟ ବାୟୁସେନାରର ସାହସିକ ପଦକ୍ଷେପ ପରେ ଲତା ମଙ୍ଗେସକର୍‌ ଭାରତୀୟ ସେନାକୁ ପ୍ରଶଂସା କରିବା ସହିତ ସାହସିକ ପୁରସ୍କାର ବାବଦକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣରେ ୪୦ ଜଣ ଯବାନ୍‌ ଶହୀଦ୍‌ ହେବା ପରେ ସାରା ଦେଶ ଦୁଃଖରେ ମ୍ରିୟମାଣ ହୋଇପଡିଥିବାବେଳେ ପ୍ରତିଶୋଧ ନିଆଁରେ ଫୁଟୁଥିଲା । ତେବେ ଭାରତ ପକ୍ଷରୁ ଗତକାଲି ହୋଇଥିବା ଏୟାର୍‌ଷ୍ଟ୍ରାଇକ୍‌ ପରେ ଭାରତବାସୀ ସେନାଙ୍କୁ ପ୍ରଶଂସା କରୁଛନ୍ତି । ଭାରତୀୟ ସେନାକୁ ଆମ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ବହୁତ ବଧେଇ ଜଣେଇଛନ୍ତି । ପୁଲୱାମା ଆକ୍ରମଣରେ ଶହୀଦ୍‌ ଯବାନଙ୍କ ପରିବାରକୁ ମଧ୍ୟ ସହାୟତାର ହାତ ବଢାଇଛନ୍ତି ଆମ ବଲିଉଡ୍‌ କଳାକାରମାନେ ।

Related posts